Posted inଜାତୀୟ

ଏନସିକୁ ମିଳିଗଲା ବାହାରିଆ ସମର୍ଥନ, ଜମ୍ମୁ-କଶ୍ମୀରରେ କାମରେ ଆସିବନି କଂଗ୍ରେସର ୬ ବିଧାୟକ!

ନୂଆଦିଲ୍ଲୀ,୧୦।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ରେ ନ୍ୟାଶନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସର ମେଣ୍ଟ ଚମତ୍କାର ପ୍ରଦର୍ଶନ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି। ୯୦ଟି ବିଧାନସଭା ଆସନରୁ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏନସି ୪୨ଟି ଆସନ ପାଇଥିବାବେଳେ କଂଗ୍ରେସ ୬ଟି ଆସନ ପାଇଛି। ଏନସି-କଂଗ୍ରେସ ଭାଜପାକୁ ହରାଇ ସରକାର ଗଠନ କରିଛନ୍ତି।

କିନ୍ତୁ ଏସବୁ ମଧ୍ୟରେ ଫଳାଫଳ ପରେ କ୍ରମାଗତ ଭାବରେ କିଛି ଏପରି ଘଟଣା ଘଟୁଛି, ଯେଉଁ କାରଣରୁ ଇଣ୍ଡିଆ ମେଣ୍ଟରେ କଂଗ୍ରେସର ଗୁରୁତ୍ୱ ହ୍ରାସ ପାଉଛି। ହରିୟାଣାରେ କଂଗ୍ରେସ ନିଜ ମେଣ୍ଟର ସହଯୋଗୀ ସଦସ୍ୟଙ୍କୁ ଆସନ ଦେଇ ନ ଥିବାବେଳେ ଏବେ ତାହା ପରାଜୟର ଅସଲ କାରଣ ସାଜିଛି। ଯାହାର କାରଣ କଂଗ୍ରେସ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଏସବୁ ପରେ ପରେ ଇଣ୍ଡିଆ ମେଣ୍ଟର ଅନ୍ୟ ସଦସ୍ୟ କଂଗ୍ରେସ ସହ ଆସନ ଭାଗବଣ୍ଟା ନେଇ ସିଧା ମନା କରିଦେଇଛନ୍ତି। ଆମ ଆଦମୀ ପାର୍ଟି ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିବା ସହ ସମାଜବାଦୀ ପାର୍ଟି ମଧ୍ୟ ଆସନ୍ତା ୟୁପି ଉପ-ନିର୍ବାଚନରେ କଂଗ୍ରେସକୁ ୩ରୁ ଅଧିକ ଆସନ ଦେବନାହିଁ ବୋଲି ସିଧା ଶୁଣେଇ ଦେଇଛି।

ଏସବୁ ଭିତରେ କଂଗ୍ରେସକୁ ଜମ୍ମୁ-କଶ୍ମୀରରେ ମଧ୍ୟ ବଡ଼ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଏନସିର ୪ ନିର୍ଦ୍ଦଳୀୟ ବିଧାୟକ ଓ କେତେକ ଛୋଟ ଦଳର ସ୍ବାଧୀନ ବିଧାୟକ ଏନସିକୁ ସମର୍ଥନ ଘୋଷଣା କରିଛନ୍ତି। ଏହି ସମର୍ଥନରେ ଜମ୍ମୁ-କଶ୍ମୀରରେ ଏନସି ଆହୁରି ଶକ୍ତିଶାଳୀ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଯେ କଂଗ୍ରେସର ଓଜନ ଏବେ ହ୍ରାସ ପାଇବାରେ ଲାଗିଛି।

ଏହାର କାରଣ ହେଉଛି, କଂଗ୍ରେସ ଜମ୍ମୁ କଶ୍ମୀରରେ ୬ଟି ଆସନ ପାଇଥିବାବେଳେ ଏନସି ୪୨ଟି ଆସନ ପାଇଛି। ତେବେ ଜମ୍ମୁ-କଶ୍ମୀରରେ ଆସନ ଗଣିତ ଅନୁଯାୟୀ ଦଳକୁ ବହୁମତ ପାଇବାକୁ ହେଲେ ଆଉ ୪ ବିଧାୟକ ଦରକାର ଅଛି। ନିର୍ବାଚନ ପୂର୍ବରୁ ଏନସିର କଂଗ୍ରେସ ଓ କଂଗ୍ରେସର ଏନସି ସରକାର ଗଠନ ପାଇଁ ପରସ୍ପର ସାହାଯ୍ୟ ଦରକାର ଥିଲା। କିନ୍ତୁ ଏବେ ବାଗି ସମ୍ପର୍ଣ୍ଣ ପଲଟି ଯାଉଥିବାର ଦେଖିବାକୁ ମିଳୁଛି। ଦଳ ଛାଡି ଯାଇଥିବା ୪ ନିର୍ଦ୍ଦଳୀୟ ବିଧାୟକ ଓ ଅନ୍ୟ ସ୍ବାଧୀନ ବିଧାୟକ ଏସନିକୁ ସମର୍ଥନ କରିଛନ୍ତି। ଏବେ ଏହାକୁ ମିଶାଇ ଏନସି କଂଗ୍ରେସ ବିନା ମଧ୍ୟ ସରକାର ଗଠନ କରିପାରିବ। ବିନା ସହଯୋଗରେ ଏନସି ଏବେ ସବୁ ନିଷ୍ପତ୍ତି ନେଇ ପାରିବ ଆଉ ତାକୁ କୌଣସି ନିଷ୍ପତ୍ତି ପୂର୍ବରୁ କଂଗ୍ରେସ ଆଗରେ ନଇଁବାକୁ ପଡିବାକୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?