ନୟାଗଡ଼ ଜିଲା: ସଙ୍କଟରେ ଚାଷୀ ଓ ଚାଷ  

ନୟାଗଡ଼ ଅଫିସ,୧୫ା୮: କୃଷିପ୍ରଧାନ ନୟାଗଡ଼ ଜିଲାରେ ଚାଷୀ ଓ ଚାଷ ସଙ୍କଟରେ। ପ୍ରତିକାର ନ ଥିବାରୁ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇପଡୁଛି। ଏହାର ସମାଧାନ ପାଇଁ ଜିଲାର କେତେଜଣ ଚାଷୀ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଭାଜପା କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ମଧ୍ୟ ଜିଲାପାଳଙ୍କୁ ଭେଟି ସମସ୍ୟା ସମାଧାନ କରିବାକୁ ଅନୁରୋଧ କରିଛନ୍ତି।
ବର୍ଷା ଅଭାବରୁ ଜିଲାର ଅନେକ ଜମିରେ ଧାନ ତଳି ନଷ୍ଟ ହୋଇସାରିଛ। ଦରକାର ସମୟରେ ଜଳସେଚନ ପ୍ରକଳ୍ପରୁ ପାଣି ଜମିରେ ମାଡି ପାରୁନି। ଅଧିକାଂଶ ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇରହିଛି। ନିକଟରେ ନଦୀ ପ୍ରବାହିତ ହୋଇ ବି ଜମିରେ ପାଣି ନାହିଁ। ଅନ୍ୟପକ୍ଷେ ବେଉଷଣ ଶେଷ ହେଉଥିବା ଜମିରେ ସାର ପକାଇବାରେ ଅସୁବିଧା ହେଉଛି। କୃତ୍ରିମ ଅଭାବ ଯୋଗୁ ଚାଷୀ ଅଧିକ ଦରରେ ସାର କିଣୁଛ। ୟୁରିଆ ସାର ବସ୍ତା ପ୍ରତି ସରକାରୀ ଦର ୨୭୦ ଟଙ୍କା ଥିବାବେଳେ କଳାବଜାରରେ ୪୩୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ହୋଲସେଲରମାନେ ସରକାରୀ ନୀତିନିୟମ ନ ମାନି କୃତ୍ରିମ ଅଭାବ ସୃଷ୍ଟି କରି ଚାଲିଛନ୍ତି। କୃଷି ବିଭାଗରେ ଅଭିଯୋଗ କଲେ ସୁଫଳ ମିଳୁନି। ପ୍ରଚାର ଓ ପ୍ରସାର ଅଭାବରୁ ଅଧିକାଂଶ ଚାଷୀ ନଁା ପଞ୍ଜୀକୃତ କରିପାରୁ ନାହାନ୍ତି। ପୁଣି ନଁା ପଞ୍ଜୀକୃତ ହୋଇଥିଲେ ବି କେତେକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି। ଫଳରେ ସ୍ବଳ୍ପ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଧିକାଂଶ ଚାଷୀ ନଁା ପଞ୍ଜୀକୃତ କରିପାରି ନାହାନ୍ତି। ବିଳମ୍ବରେ (ଜୁଲାଇ ୨୪) ପୋର୍ଟାଲ ଖୋଲିବା ଓ ଅଧିକାଂଶ ସମୟରେ ସରଭର ସମସ୍ୟା ଯୋଗୁ ଚାଷୀ ପଞ୍ଜୀକୃତ କରିପାରି ନାହାନ୍ତି। ଏଣୁ ଫସଲ ବୀମା ଅବଧିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ରହିଛି। କାଳିଆ ସହାୟତା ପ୍ରଦାନରେ ଅବହେଳା ନେଇ କେତେକ ଚାଷୀ ଅଭିଯୋଗ କରିଛନ୍ତି। ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ଯେଉଁ ଚାଷୀ ସାମିଲ ହୋଇପାରୁ ନାହାନ୍ତି ସେମାନଙ୍କ ନଁା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ଚାଷୀମାନେ ଅନୁରୋଧ କରିଛନ୍ତି। ଏ ନେଇ ଭାଜପା କୃଷକ ମୋର୍ଚ୍ଚା ଜିଲା ସଭାପତି ଶ୍ରୀନିବାସ ପ୍ରଧାନ ଓ କୃଷକ ନେତା ସନ୍ତୋଷ କୁମାର ପ୍ରଧାନ କୁହନ୍ତି, ଚାଷୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ବରପଲ୍ଲୀର ଚାଷୀ ଜଳିଆ ସ୍ବାଇଁ କୁହନ୍ତି, ଚାଷୀ ଖରିଫ ଋତୁରେ ପ୍ରାରମ୍ଭରୁ ହଇରାଣ ହେଉଛି। ମରୁଡି ପରେ ଏବେ ସାରର କୃତ୍ରିମ ଅଭାବ ଦେଖାଦେଇଛି। ଚାଷୀ ଅଧିକ ଦାମ୍‌ରେ ସାର କିଣୁଥିଲେ ମଧ୍ୟ ପ୍ରତିକାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଗୋଟିଏ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି। ତେବେ ଆଜି ଆଉ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏନେଇ...

ବର୍ଷ ବର୍ଷ ଧରି କାମ ସରୁନି

ଭୁବନେଶ୍ୱର, ୨୧।୯ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ ୬ବର୍ଷରେ ୬ ଜୀବନ ନେଇଛି। ଖସିପଡି ଅନେକେ ଗୁରୁତର ଆହତ ଅବସ୍ଥାରେ ବି ଉଦ୍ଧାର ହୋଇଛନ୍ତି। ବର୍ଷ...

ଅଦରକାରୀ ସାମଗ୍ରୀରେ କୃଷି ଯନ୍ତ୍ରପାତି

ଛେଣ୍ଡିପଦା,୨୪।୮(ଅଜିତ ଧଳ) ଅର୍ଥ ଅଭାବ ଚାଷ କାର୍ଯ୍ୟରେ ବାଧକ ସାଜୁଥିଲା। ଜମି ଚଷିବାକୁ ବଳଦ ନ ଥିଲା। ଟଙ୍କା ଦେଇ ଟ୍ରାକ୍ଟରରେ ହଳ କରିବା ତାଙ୍କ...

ଜଳଜୀବନ ମିଶନ୍‌ରେ ଓଡ଼ିଶାକୁ ୮୩୧ କୋଟି

ଭୁବନେଶ୍ୱର, ୧।୧(ବ୍ୟୁରୋ): ଓଡ଼ିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ୮୩୦ କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଆଗାମୀ ୨୦୨୪ ସୁଦ୍ଧା...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିବ ଦରମା

ଭୁବନେଶ୍ୱର, ୯।୭(ବ୍ୟୁରୋ): ଲକ୍‌ଡାଉନ ଯୋଗୁ କେତେକ ସରକାରୀ କାର୍ଯ୍ୟାଳୟ ଆଂଶିକ ଖୋଲା କିମ୍ବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥିରେ ନିଯୁକ୍ତ ଚୁକ୍ତିଭିତ୍ତିକ ଓ ଅବସରପ୍ରାପ୍ତ ସରକାରୀ...

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। ପ୍ରତିଦିନ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତା...

ଆଇଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ...

ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଜିଲାପାଳଙ୍କ ବୁଝାଶୁଝା ପରେ ହଟିଲା ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ଶନିବାର ସକାଳେ ବିରୋଧ କରାଯାଇ ସହରର ନୂଆ ଇଦ୍‌ଗାହ...

Advertisement
Archives

Model This Week