ନୟାଗଡ଼ ଜିଲା: ସଙ୍କଟରେ ଚାଷୀ ଓ ଚାଷ  

ନୟାଗଡ଼ ଅଫିସ,୧୫ା୮: କୃଷିପ୍ରଧାନ ନୟାଗଡ଼ ଜିଲାରେ ଚାଷୀ ଓ ଚାଷ ସଙ୍କଟରେ। ପ୍ରତିକାର ନ ଥିବାରୁ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇପଡୁଛି। ଏହାର ସମାଧାନ ପାଇଁ ଜିଲାର କେତେଜଣ ଚାଷୀ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଭାଜପା କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ମଧ୍ୟ ଜିଲାପାଳଙ୍କୁ ଭେଟି ସମସ୍ୟା ସମାଧାନ କରିବାକୁ ଅନୁରୋଧ କରିଛନ୍ତି।
ବର୍ଷା ଅଭାବରୁ ଜିଲାର ଅନେକ ଜମିରେ ଧାନ ତଳି ନଷ୍ଟ ହୋଇସାରିଛ। ଦରକାର ସମୟରେ ଜଳସେଚନ ପ୍ରକଳ୍ପରୁ ପାଣି ଜମିରେ ମାଡି ପାରୁନି। ଅଧିକାଂଶ ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇରହିଛି। ନିକଟରେ ନଦୀ ପ୍ରବାହିତ ହୋଇ ବି ଜମିରେ ପାଣି ନାହିଁ। ଅନ୍ୟପକ୍ଷେ ବେଉଷଣ ଶେଷ ହେଉଥିବା ଜମିରେ ସାର ପକାଇବାରେ ଅସୁବିଧା ହେଉଛି। କୃତ୍ରିମ ଅଭାବ ଯୋଗୁ ଚାଷୀ ଅଧିକ ଦରରେ ସାର କିଣୁଛ। ୟୁରିଆ ସାର ବସ୍ତା ପ୍ରତି ସରକାରୀ ଦର ୨୭୦ ଟଙ୍କା ଥିବାବେଳେ କଳାବଜାରରେ ୪୩୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ହୋଲସେଲରମାନେ ସରକାରୀ ନୀତିନିୟମ ନ ମାନି କୃତ୍ରିମ ଅଭାବ ସୃଷ୍ଟି କରି ଚାଲିଛନ୍ତି। କୃଷି ବିଭାଗରେ ଅଭିଯୋଗ କଲେ ସୁଫଳ ମିଳୁନି। ପ୍ରଚାର ଓ ପ୍ରସାର ଅଭାବରୁ ଅଧିକାଂଶ ଚାଷୀ ନଁା ପଞ୍ଜୀକୃତ କରିପାରୁ ନାହାନ୍ତି। ପୁଣି ନଁା ପଞ୍ଜୀକୃତ ହୋଇଥିଲେ ବି କେତେକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି। ଫଳରେ ସ୍ବଳ୍ପ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଧିକାଂଶ ଚାଷୀ ନଁା ପଞ୍ଜୀକୃତ କରିପାରି ନାହାନ୍ତି। ବିଳମ୍ବରେ (ଜୁଲାଇ ୨୪) ପୋର୍ଟାଲ ଖୋଲିବା ଓ ଅଧିକାଂଶ ସମୟରେ ସରଭର ସମସ୍ୟା ଯୋଗୁ ଚାଷୀ ପଞ୍ଜୀକୃତ କରିପାରି ନାହାନ୍ତି। ଏଣୁ ଫସଲ ବୀମା ଅବଧିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ରହିଛି। କାଳିଆ ସହାୟତା ପ୍ରଦାନରେ ଅବହେଳା ନେଇ କେତେକ ଚାଷୀ ଅଭିଯୋଗ କରିଛନ୍ତି। ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ଯେଉଁ ଚାଷୀ ସାମିଲ ହୋଇପାରୁ ନାହାନ୍ତି ସେମାନଙ୍କ ନଁା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ଚାଷୀମାନେ ଅନୁରୋଧ କରିଛନ୍ତି। ଏ ନେଇ ଭାଜପା କୃଷକ ମୋର୍ଚ୍ଚା ଜିଲା ସଭାପତି ଶ୍ରୀନିବାସ ପ୍ରଧାନ ଓ କୃଷକ ନେତା ସନ୍ତୋଷ କୁମାର ପ୍ରଧାନ କୁହନ୍ତି, ଚାଷୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ବରପଲ୍ଲୀର ଚାଷୀ ଜଳିଆ ସ୍ବାଇଁ କୁହନ୍ତି, ଚାଷୀ ଖରିଫ ଋତୁରେ ପ୍ରାରମ୍ଭରୁ ହଇରାଣ ହେଉଛି। ମରୁଡି ପରେ ଏବେ ସାରର କୃତ୍ରିମ ଅଭାବ ଦେଖାଦେଇଛି। ଚାଷୀ ଅଧିକ ଦାମ୍‌ରେ ସାର କିଣୁଥିଲେ ମଧ୍ୟ ପ୍ରତିକାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri