ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ

ନୂଆଦିଲ୍ଲୀ,୧୭।୭: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳବାହୀ ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୭ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ୯ ଜଣଙ୍କ ମଧ୍ୟରୁ ୮ ଜଣ ଭାରତୀୟ ଏବଂ ୧ ଜଣ ଶ୍ରୀଲଙ୍କାର ନାଗରିକ ଅଟନ୍ତି। ସେହିଭଳି ନିଖୋଜ ଥିବା ୭ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଭାରତୀୟ ଏବଂ ୨ ଜଣ ଶ୍ରୀଲଙ୍କାର, ଯେଉଁମାନଙ୍କର ସନ୍ଧାନ ଚାଲିଛି।

ଓମାନ ଉପସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ତୈଳବାହୀ ଜାହାଜର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ଏହାର ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ତେଗ୍‌ ଓ ଅନ୍ୟାନ୍ୟ ଉପକରଣ ଲଗାଇଛି। ସମୁଦ୍ରରେ ଓଲଟି ପଡ଼ିଥିବା ପ୍ରେଷ୍ଟିଜ୍‌ ଫାଲ୍‌କନ୍‌ ନାମକ ଏହି ଜାହାଜରେ ୧୩ ଭାରତୀୟଙ୍କ ସମେତ ୧୬ ଜଣ ନାବିକ ଥିଲେ। ଗତ ୧୫ ତାରିଖ ସନ୍ଧ୍ୟାରେ ରାସ୍‌ ମାଡ୍ରାକାହ ଓମାନ୍‌ର ଦକ୍ଷିଣପୂର୍ବରେ ୨୫ ନଟିକାଲ ମାଇଲ୍‌ ଦୂରରେ ଏହି ଦୁର୍ଘଟଣା ଘଟିଥିଲା।

ଓମାନ ଉପକୂଳରେ ବୁଡ଼ି ଯାଇଥିବା କୋମୋରୋସ୍ ଫ୍ଲାଗ୍ କାର୍ଗୋ ଜାହାଜର ନାମ ଏମଟି ଫାଲକନ୍ ପ୍ରେଷ୍ଟିଜ୍, ଯାହା ଜୁଲାଇ ୧୪ ରେ ରାତି ପ୍ରାୟ ୧୦ ଟା ସମୟରେ ଓମାନ ଉପକୂଳକୁ ସଂକଟରେ ଥିବା ସୂଚନା ପଠାଇଥିଲା। ଓମାନରେ ଥିବା ଭାରତୀୟ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଜାହାଜର ବୁଡ଼ିଯିବା ବିଷୟରେ ସୂଚନା ପାଇବା ମାତ୍ରେ ଓମାନ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ନାବିକମାନଙ୍କ ପାଇଁ ସର୍ଚ୍ଚ ଓ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲା। ଜୁଲାଇ ୧୫ ରୁ ଭାରତୀୟ ନୌସେନା ମଧ୍ୟ ସର୍ଚ୍ଚ ଓ ଉଦ୍ଧାର କାର‌୍ୟ୍ୟରେ ଯୋଗ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?