ନୌସେନା ନାୟିକା

– ଜିତେନ୍ଦ୍ର କୁମାର ନାୟକ

 

ସାମରିକ କ୍ଷେତ୍ରରେ ବିଶ୍ୱର ଅନ୍ୟତମ ବୃହତ୍‌ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ନେଭି ବା ନୌବାହିନୀର ମୁଖ୍ୟ ଭାବେ ମହିଳା ଆଡ୍‌ମିରାଲ ଲିସା ଫ୍ରାଞ୍ଚେଟିଙ୍କ ନାମ ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ସେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକା ଇତିହାସରେ ପ୍ରଥମ ନେଭି ମହିଳା ଭାବେ ସର୍ବୋଚ୍ଚ ସ୍ଥାନରେ ବସିବାର ଗୌରବ ଅର୍ଜନ କରିବେ। ଏଥିସହିତ ସେ ଜଏଣ୍ଟ ଚିଫ୍ସ ଅଫ୍‌ ଷ୍ଟାଫ୍‌ ବିବେଚିତ ହେବେ। ବାଇଡେନ୍‌ କହିଛନ୍ତି, କମିଶନ୍‌ଡ ଅଫିସର ତଥା ଏବେ ନାଭାଲ ଅପରେଶନ୍ସର ଭାଇସ୍‌ ଚିଫ୍‌ ଭାବେ ଲିସାଙ୍କ ଦେଶ ପ୍ରତି ୩୮ ବର୍ଷର ଉତ୍ସର୍ଗୀକୃତ ସେବା ରହିଆସିଛି। ଜଣେ ମହିଳା ଅଧିକାରୀ ଭାବେ ସର୍ଫେସ ଭେସେଲ୍ସ, ଗାଇଡେଡ୍‌ ମିଜାଇଲ୍‌ ଡେଷ୍ଟ୍ରୟରର କମାଣ୍ଡ୍‌ ଦେବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବା ଲିସା ୟୁରୋପ ଓ ଆଫ୍ରିକାରେ ଆମେରିକା ନାଭାଲ ଫୋର୍ସର ମଧ୍ୟ ଡେପୁଟି କମାଣ୍ଡର ଥିଲେ। ସେପ୍ଟେମ୍ବର ୨୦୨୨ରେ ସେ ନାଭାଲ ଅପରେଶନ୍ସର ଭାଇସ୍‌ ଚିଫ୍‌ ହୋଇଥିଲେ। ଆଗକୁ ସବୁ ଠିକ୍‌ଠାକ୍‌ ରହିଲେ ଲିସା ଆମେରିକା ନୌସେନାର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଇତିହାସ ରଚିବେ ବୋଲି ଚର୍ଚ୍ଚା ହେଉଛି।
ଲିସା ମାରୀ ଫ୍ରାଞ୍ଚେଟି ୧୯୬୪ରେ ନ୍ୟୁୟର୍କସ୍ଥିତ ରୋଚେଷ୍ଟରଠାରେ ଜନ୍ମଗ୍ରହଣ କରିଥିଲେ। ସେ ଇଲିନଏ ଅନ୍ତର୍ଗତ ଇଭାନ୍‌ଷ୍ଟନସ୍ଥିତ ନର୍ଥଓ୍ବେଷ୍ଟର୍ନ ୟୁନିଭର୍ସିଟିର ମେଡ୍‌ଇଲ୍‌ ସ୍କୁଲ ଅଫ୍‌ ଜର୍ନାଲିଜମ୍‌ରୁ ସାମ୍ବାଦିକତାରେ ବାଚେଲର ଅଫ୍‌ ସାଇନ୍ସ ଡିଗ୍ରୀ ଅର୍ଜନ କରିଥିଲେ। ଏଥିସହିତ ସେଠାରୁ ଇତିହାସରେ ମଧ୍ୟ ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ସେ ନାଭାଲ ରିଜର୍ଭ ଅଫିସର ଟ୍ରେନିଂ କର୍‌ ପ୍ରୋଗ୍ରାମରେ ଯୋଗ ଦେଇଥିଲେ ଏବଂ ୧୯୮୫ରେ ଆୟୁକ୍ତ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ ସେ ଅଧିକ ଶିକ୍ଷା ହାସଲ କରିବାକୁ ଯାଇ ନ୍ୟୁପୋର୍ଟସ୍ଥିତ ନାଭାଲ ଓ୍ବାର୍‌ କଲେଜରେ ଯୋଗ ଦେଇଥିଲେ। ଲିସା ମଧ୍ୟ ୟୁନିଭର୍ସିଟି ଅଫ୍‌ ଫୋନିକ୍ସରୁ ଅର୍ଗାନାଇଜେଶନାଲ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଯଦି ତାଙ୍କ ଅପରେଶନାଲ କ୍ୟାରିୟର ଦେଖାଯାଏ ତେବେ ସେ ଅକ୍‌ଜିଲାରି ଅଫିସରଠାରୁ ଆରମ୍ଭ କରି ୨୦୧୦ ଯାଏ କମାଣ୍ଡର ଅଫ୍‌ ପେସିଫିକ୍‌ ପାର୍ଟନରଶିପ୍‌ ହୋଇଥିଲେ। ପରବର୍ତ୍ତୀ ସମୟରେ ୟୁନାଇଟେଡ୍‌ ଷ୍ଟେଟ୍‌ସ ନାଭାଲ ରିଜର୍ଭ କମାଣ୍ଡର ସେଣ୍ଟ୍ରାଲ ପଏଣ୍ଟ, ୟୁନାଇଟେଡ୍‌ ଷ୍ଟେଟ୍‌ସ ଆଟଲାଣ୍ଟିକ୍‌ ଫ୍ଲିଟ୍‌ର ପ୍ରୋଟୋକଲ ଅଫିସର ଫର୍‌ ଦି କମାଣ୍ଡର ହୋଇଥିଲେ। କାର୍ଯ୍ୟ ପ୍ରତି ଦୃଢ଼ ଅଙ୍ଗୀକାରବଦ୍ଧତା ଥିବାରୁ ସେ ସେକ୍ରେଟେରି ଅଫ୍‌ ଷ୍ଟେଟ୍‌ଙ୍କ ଆସିଷ୍ଟାଣ୍ଟ ମଧ୍ୟ ହୋଇପାରିଥିଲେ। ୬ ମେ ୨୦୨୦ରେ ଲିସା ଅନ୍ୟାନ୍ୟ ଦାୟିତ୍ୱ ସହ ଓ୍ବାର୍‌ ଫାଇଟିଂ ଡେଭଲପ୍‌ମେଣ୍ଟର ଡେପୁଟି ଚିଫ୍‌ ଅଫ୍‌ ନାଭାଲ ଅପରେଶନ୍ସ ପଦବୀକୁ ଉନ୍ନୀତ ହୋଇଥିଲେ। ଏପ୍ରିଲ ୨୦୨୨ରେ ଆଡ୍‌ମିରାଲ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା ଓ ସେ ପରବର୍ତ୍ତୀ ସମୟରେ ଭାଇସ୍‌ ଚିଫ୍‌ ଅଫ୍‌ ନାଭାଲ ଅପରେଶନ୍ସ ହୋଇଥିଲେ। ଜୁଲାଇ ୨୦୨୩ରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଚିଫ୍‌ ଅଫ୍‌ ନାଭାଲ ଅପରେଶନ୍ସ (ସିଏନ୍‌ଓ) ଥିବା ମାଇକେଲ ଏମ୍‌. ଗିଲ୍‌ଡେଙ୍କ ସ୍ଥାନରେ ଲିସାଙ୍କୁ ମନୋନୀତ କରିଛନ୍ତି। ସିନେଟ୍‌ରେ ତାଙ୍କ ନାମ ଅନୁମୋଦନ ହେବା ପରେ ସେ ପ୍ରଥମ ମହିଳା ସିଏନ୍‌ଓ ହେବା ସହିତ ପ୍ରଥମ ମହିଳା ଭାବେ ଜଏଣ୍ଟ ଚିଫ୍‌ସ ଅଫ୍‌ ଷ୍ଟାଫ୍‌ ହେବେ।
ଜଣେ ମହିଳା ଅଧିକାରୀ ଭାବେ ଲିସା ନୌସେନାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ସାମରିକ ନୀତି ନିର୍ଦ୍ଧାରଣ କରିବାରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ସମ୍ଭବତଃ ଏଭଳି ପଦବୀ ପୁରୁଷ ଅଧିକାରୀଙ୍କୁ ମିଳୁଥିବା ବେଳେ ଲିସା ନୌସେନାର ନାୟିକା ଭାବେ ନିଜ ଦକ୍ଷତା ପ୍ରତିପାଦନ କରି ଏହି ସ୍ତରକୁ ଆସିବା ନିଶ୍ଚିତ ଭାବେ ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।
ଲିସାଙ୍କ ବ୍ୟକ୍ତିଗତ ଜୀବନ କହିଲେ ସ୍ବାମୀ ଓ ଗୋଟିଏ ସନ୍ତାନକୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri