Posted inଜାତୀୟ

ସ୍ବାମୀଙ୍କ ସହ କନୌଟ ପ୍ୟାଲେସରେ ହନୁମାନ ଚାଳିଶା ପଢ଼ିଲେ ନବନୀତ

ନୂଆଦିଲ୍ଲୀ,୧୪।୫: ଗତ କିଛି ଦିନରୁ ଦେଶରେ ଲାଗିରହିଥିବା ହନୁମାନ ଚାଳିଶା ବିବାଦ ଥମିବାର ନା ନେଉନି। ଇତିମଧ୍ୟରେ ମହାରାଷ୍ଟ୍ର ଅମରାବତୀର ଭାଜପା ଏମ୍‌ପି ନବନୀତ ରାଣା ଶନିବାର ସକାଳେ ଦିଲ୍ଲୀରେ ପହଞ୍ଚି ହନୁମାନ ଚାଳିଶା ପାଠ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ଶନିବାର ସକାଳେ ଦିଲ୍ଲୀର କନୌଟ ପ୍ୟାଲେସ ସ୍ଥିତ ହନୁମାନ ମନ୍ଦିରରେ ପହଞ୍ଚି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣାଙ୍କ ସହ ହନୁମାନ ଚାଳିଶା ପାଠ କରିଛନ୍ତି। ଏହାପରେ ସେ ଆରତୀ କରିଛନ୍ତି। ହନୁମାନ ଚାଳିଶାକୁ ନେଇ ଗଣମାଧ୍ୟମ ସମ୍ମୁଖରେ ନବନୀତ କହିଛନ୍ତି, ରାଣା ଦମ୍ପତି କାହାରି ରିମୋଟ୍‌ କଣ୍ଟ୍ରୋଲରେ ପରିଚାଳିତ ହୁଅନ୍ତି ନାହିଁ। ଭାଜପାର ବି ନୁହେଁ ବୋଲି ନବନୀତ ରାଣା କହିଛନ୍ତି। ଗତ ଏପ୍ରିଲରେ ମଧ୍ୟ ରାଣା ଦମ୍ପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁକ୍ତି ଦେବା ଆଳରେ ତାଙ୍କ ଘର ବାହାରେ ହନୁମାନ ଚାଳିଶା ପାଠ କରିବା ପାଇଁ ଧମକ ଦେଇଥିଲେ। ଏହାକୁ ନେଇ ମୁମ୍ବାଇ ପୋଲିସ ଦୁହିଁଙ୍କୁ ଗିରଫ କରିଥିଲା। ପରେ କୋର୍ଟ ନବନୀତ ଓ ରବିଙ୍କୁ ଜାମିନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷ ନ କରି ୬ ବର୍ଷ ହେବ ଜେଲ୍‌ଦଣ୍ଡ ଭୋଗୁଥିଲେ ୨ ବ୍ୟକ୍ତି, ଜଣାପଡିବା ପରେ…

ଗାନ୍ଧିନଗର,୪।୪: ହତ୍ୟା ଅଭିଯୋଗରେ ଜେଲରେ ଥିବା ୨ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୁଜରାଟ କୋର୍ଟ। ଯେଉଁ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ୬ ବର୍ଷ ହେବ...

ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି: ପୋଲିସ ଜାରି କଲା ୬ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତା ଦିବସକୁ ନେଇ ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିଲ୍ଲୀର ଲାଲ କିଲା ନିକଟରେ ବହୁ ସଂଖ୍ୟାରେ...

କପିଲ ଶର୍ମାଙ୍କ ବୟାନ ରେକର୍ଡ କଲା ସିଆଇୟୁ

ମୁମ୍ବାଇ,୭।୧- ମୁମ୍ବାଇର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ (ସିଆଇୟୁ) ଗୁରୁବାର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଡକାଇଥିଲା। ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ନକଲି...

ନିର୍ବାଚନରେ ଠାକ୍‌ରେ ପରିବାରର ଡେବ୍ୟୁ: ପ୍ରାର୍ଥୀପତ୍ର ଦାଖଲ କଲେ ଆଦିତ୍ୟ

ମୁମ୍ବାଇ,୩।୧୦: ମହାରାଷ୍ଟ୍ରରେ ବହୁ ବର୍ଷର ପରମ୍ପରା ଭାଙ୍ଗିଛି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ତଥା ଯୁବାବର୍ଗର ଅଧ୍ୟକ୍ଷ ଆଦିତ୍ୟ ଠାକରେ ମହାରାଷ୍ଟ୍ର ବିଧାନସଭା ପାଇଁ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ହୀରାନଗର ଜନବସତି ଉପରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧୩।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଶନିବାର ରାତିରୁ ରବିବାର ସକାଳ ୫ଟା ୩୦ ପର୍ଯ୍ୟନ୍ତ...

ପୂରଣ ହେଲା ଆତ୍ମନିର୍ଭର ଭାରତର ସଂକଳ୍ପ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨ ।୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚ୍‌ଏଏଲ୍‌)ର ଦ୍ୱିତୀୟ ଏଲ୍‌ସିଏ(ଲାଇଟ୍ କମ୍ବାଟ୍ ଏୟାରକ୍ରାପ୍ଟ)ର ପ୍ରଡକ୍ସନ ଲାଇନର...

ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ମୋଦିଙ୍କ ଆହ୍ବାନ: ପରିବାରକୁ ସୀମିତ ରଖିବା ହିଁ ଦେଶଭକ୍ତି

ନୂଆଦିଲ୍ଲୀ, ୧୫।୮: ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଆହ୍ବାନ...

କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨ ପ୍ରତିଶତ ଟପିଲା

ନୂଆଦିଲ୍ଲୀ, ୨୭।୯: ଭାରତରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶରେ କରୋନା...

Advertisement
Archives

Model This Week