Posted inଜାତୀୟ

ସ୍ବର ବଦଳାଇଲେ ସିଦ୍ଧୁ: ଇସ୍ତଫା ପରେ ମାନଙ୍କୁ କଲେ ପ୍ରଶଂସା

ଚଣ୍ଡିଗଡ଼,୧୭।୩: ପ୍ରଥମ ଥର ପାଇଁ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କ୍ଷମତାକୁ ଆସିଛି। ବୁଧବାର ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସରକାର ଗଠନ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଜାବରେ ଖରାପ ପ୍ରଦର୍ଶନ କରି ପରାଜୟ ହୋଇଥିବା କଂଗ୍ରେସ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ଭଗଓ୍ବନ୍ତ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ମାନ ଏକ ମାଫିଆ ବିରୋଧୀ ଯୁଗର ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଟୁଇଟ କରି କହିଛନ୍ତି, ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ସିଏ, ଯାହାଠାରୁ କେହି ଆଶା କରନ୍ତି ନାହିଁ। ମାନ ଏକ ବିଶ୍ୱାସ ନେଇ ରାଜ୍ୟରେ ମାଫିଆ ବିରୋଧୀ ଯୁଗର ଆରମ୍ଭ କରିଛନ୍ତି। ଆଶା କରୁଛି ସେ ଲୋକଙ୍କ ଆଶା ପୂରଣ କରିବେ ଏବଂ ଲୋକଙ୍କ ସ୍ବାର୍ଥରେ ତିଆରି କରାଯାଇଥିବା ନୀତିକୁ ଆପଣାଇ ପୁଣିଥରେ ପଞ୍ଜାବକୁ ସଠିକ୍‌ ରାସ୍ତାକୁ ଫେରାଇ ଆଣିବେ ବୋଲି ସିଦ୍ଧୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ୨୫୦ ଗରିବଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଅଳଙ୍କାର ବ୍ୟବସାୟୀ

କୋଏମ୍ବାଟୁର,୨।୩: ସମାଜର ଗରିବଙ୍କ ପାଇଁ କାମ କରିବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ। ଏଭଳି କାର୍ଯ୍ୟ କରି ତାମିଲନାଡୁର ଜଣେ ପୂର୍ବତନ ଅଳଙ୍କାର ବ୍ୟବସାୟୀ ଏବେ ସୋସିଆଲ୍‌...

୧୧୦୦ରୁ ଅଧିକ ସ୍କୁଲରେ ପ୍ରଦାନ କରାଯିବ ଏନ୍‌ସିସି ତାଲିମ୍‌

ନୂଆଦିଲ୍ଲୀ, ୨୧।୧: ଦେଶର ଉପକୂଳବର୍ତ୍ତୀ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଏନ୍‌ସିସି ତାଲିମ ପ୍ରଦାନ କରାଯିବ। ଏନେଇ ୧୧୦୦ରୁ ଅଧିକ ସ୍କୁଲକୁ ଚିହ୍ନଟ...

ଦେଶ ପାଇଁ ନିଜ ରକ୍ତ ବୁହାଇଛନ୍ତି ଗାନ୍ଧୀ ପରିବାର: ସିବଲ…

ନୂଆଦିଲ୍ଲୀ,୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କଂଗ୍ରେସ ଉପରେ ହୋଇଥିବା କଡ଼ା ସମାଲୋଚନାକୁ ନେଇ ରାଜ୍ୟସଭା ଏମପି କପିଲ ସିବଲ ସୋମବାର ନିଜର ପ୍ରତିକ୍ରିୟା...

ଗୁଜରାଟରେ ଜନ୍ମିତ ଶିଶୁର ଜନ୍ମ ପ୍ରମାଣ ପତ୍ରରେ ରହିଛି ପାକିସ୍ତାନ ଠିକଣା

ଅହମ୍ମଦାବାଦ,୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଗୁଜରାଟରୁ ଆସିଥିବା ଏକ...

ବାସ୍ତବତାଠାରୁ ବହୁଦୂରକୁ ଚାଲିଯାଇଛି କଂଗ୍ରେସ: ସିନ୍ଧିଆ

ନୂଆଦିଲ୍ଲୀ,୧୨ା୩(ପି.ଟି.): ଭାଜପାରେ ଯୋଗଦେବା ପରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ଆଉ ପୂର୍ବଭଳି ନାହିଁ। ଏହା ବାସ୍ତବତାଠାରୁ...

ଭାକ୍ସିନ୍‌ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍‌…

ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...

ନିର୍ବାଚନ ପୂର୍ବରୁ ଭାଜପାକୁ ଡବଲ ଝଟ୍‌କା

ଗୋଆ,୧୦।୧: ଗୋଆରେ ଫେବୃୟାରୀ ୧୪ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଭାଜପାକୁ ସୋମବାର ଦୁଇଟି ଶକ୍ତ ଧକ୍କା ଲାଗିଛି। ‘ଦଳ ଆଉ ସାଧାରଣ ଲୋକଙ୍କ...

କଡା ସୁରକ୍ଷା ମଧ୍ୟରେ ଜ୍ଞାନବ୍ୟାପି ପରିସରରେ ସର୍ଭେ ଆରମ୍ଭ, କିଛି ତଥ୍ୟ ଓ ସତ୍ୟ ଆସିବ ସାମ୍ନାକୁ

ବାରାଣସି,୧୪ ।୫: ବାରାଣସିର ଜ୍ଞାନବ୍ୟାପି ମସଜିଦ ପରିସରର ସତ୍ୟ ସାମ୍ନାକୁ ଆଣିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ଶନିବାର ସକାଳେ ସର୍ଭେ ଆରମ୍ଭ...

Advertisement
Archives

Model This Week