Posted inଜାତୀୟ

ଆମରଣ ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା କ୍ରାଇମ୍‌ ବ୍ରାଞ୍ଚ ଆଗରେ ହାଜର ହୋଇଛନ୍ତି। ଏହାପରେ ଆମରଣ ଅନଶନ ଭାଙ୍ଗିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂ ସିଦ୍ଧୁ। ଜୁନିୟର ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷଙ୍କ ଗିରଫଦାରୀ ଦାବିରେ ମୃତ ଜର୍ନାଲିଷ୍ଟ ରମନ କଶ୍ୟପଙ୍କ ଘରେ ସିଦ୍ଧୁ ଆମରଣ ଅନଶନରେ ବସିଥିଲେ।

ଗତ ୩ ତାରିଖରେ ଘଟିଥିବା ହିଂସାରେ ଜର୍ନାଲିଷ୍ଟ ରମନଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସମେତ ୮ ଜଣଙ୍କ ଜୀବନ ନେଇଥିଲା ଲଖିମପୁର ଖେରି ହିଂସା। ଉତ୍ତରପ୍ରଦେଶ ପୋଲିସ ସୋମବାର ଆଶିଷଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ କରିଥିଲା।

ବିଭିନ୍ନ ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କରାଯାଇଥିବା ଦାବି ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଅଜୟଙ୍କ ଗସ୍ତକୁ ଲଖିମପୁର ଖେରି ଅଞ୍ଚଳରେ ଚାଷୀମାନେ ବିରୋଧ କରୁଥିଲେ। ମନ୍ତ୍ରୀ ସେ ବାଟ ଦେଇ ଆସିବେ ନାହିଁ ଜାଣିବା ପରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଫେରୁଥିଲେ। ସେମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟଙ୍କ ପୁଅ ଆଶିଷ ୩ ଗାଡ଼ିରେ ଆନ୍ଦୋଳନକାରୀ ଚାଷୀଙ୍କୁ ଦଳି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପଦଯାତ୍ରା କଲେ ବିରୋଧୀ, ଲୋକଙ୍କ କଣ୍ଠରୋଧ କରୁଛନ୍ତି ସରକାର, କହିଲେ ରାହୁଲ…

ନୂଆଦିଲ୍ଲୀ,୧୨।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। ବର୍ତ୍ତମାନ ବିରୋଧୀ ଦଳମାନେ ପାର୍ଲାମେଣ୍ଟ ବାହାରେ ସରକାରଙ୍କୁ ଘେରି ରହିବାକୁ କରିଛନ୍ତି। ଗୁରୁବାର ଦିନ ବିରୋଧୀ ଦଳ...

ଜିନ୍ସ ପିନ୍ଧିବାରୁ ଝିଅକୁ ପିଟି ପିଟି ମାରିଦେଲେ

ଲକ୍ଷ୍ନୌ, ୨୩ା୭: ଜିନ୍ସ ପିନ୍ଧିବା କାରଣରୁ ୧୭ ବର୍ଷୀୟ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପରିବାର ଲୋକେ। ଉତ୍ତରପ୍ରଦେଶର ଦେଓରିଆ ଜିଲାରେ ଘଟିଛି ଏଭଳି...

ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ,୨୧ ।୧: ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୨୧ରୁ ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି । ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି...

ବିଲକିସ ବାନୋ ମାମଲାରୁ ନିଜକୁ ଦୂରେଇ ରଖିଲେ ବିଚାରପତି ବେଲା ତ୍ରିବେଦୀ…

ନୂଆଦିଲ୍ଲୀ,୪।୧ : ଜଷ୍ଟିସ ବେଲା ଏମ ତ୍ରିବେଦୀ ସୁପ୍ରିମକୋର୍ଟର ବେଞ୍ଚରୁ ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ମାମଲାର ଶୁଣାଣିରୁ ନିଜକୁ...

ନଦୀକୁ ଖସିଲା ଯାତ୍ରୀବାହୀ ବସ, ୭ ମୃତ…

ରାଞ୍ଚି, ୧୭।୯ : ଝାଡଖଣ୍ଡର ହଜରିବାଗ ଜିଲାର ଟାଟିଜରିଆ ପୋଲିସ ଷ୍ଟେଶନ ଅନ୍ତର୍ଗତ ଥିବା ସଓ୍ବୋନେ ନଦୀ ବ୍ରିଜରୁ ଏକ ଯାତ୍ରୀବାହୀ ବସ ଖସିପଡିଛି। ଏହି...

ଆଖିରେ କଳା ଚଷମା, ମୁହଁରେ ମାସ୍କ ପିନ୍ଧି ୧୦ ଲକ୍ଷର ସୁନା ହାର ଲୁଟିନେଲେ ମହିଳା; ଭିଡିଓ ଦେଖିଲେ…

ଆଖିରେ କଳା ଚଷମା। ମୁହଁରେ ମାସ୍କ ପିନ୍ଧି ଅଭିନବ ଢ଼ଙ୍ଗରେ ମହିଳା ଚୋରି କରିନେଲେ ୧୦ ଲକ୍ଷ ମୂଲ୍ୟର ସୁନା ହାର। ଗୋରଖପୁରର ଗୋଲଘରରେ ଥିବା...

ବାଇକ୍‌ରେ ହେଲିପ୍ୟାଡକୁ ଗଲେ ପ୍ରିୟଙ୍କା

କୁଶୀନଗର,୨୮।୨: ଉତ୍ତରପ୍ରଦେଶର କୁଶୀନଗରରେ ମାର୍ଚ୍ଚ ୩ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ...

ଆମ୍ବେଦକରଙ୍କ ମୂର୍ତ୍ତି ଭଙ୍ଗାକୁ ନେଇ କୋଏମ୍ବାଟୁର ବସ୍‌ଷ୍ଟାଣ୍ଡରେ ପଥରମାଡ଼

କୋଏମ୍ବାଟୁର,୨୬।୮: ତାମିଲନାଡୁରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତି ଭାଙ୍ଗିବା ପରେ ଉତ୍ତେଜନା ଥମିବାର ନାଁ ନେଉନି। ଏନେଇ ସୋମବାର କୋଏମ୍ବାଟୁରର ବସ୍‌ଷ୍ଟାଣ୍ଡରେ ଏକ ତାମିଲ...

Advertisement
Archives

Model This Week