ବିଦେଶ ଗସ୍ତରୁ ଫେରିଲେ ନବୀନ: ଆଜି ଘୋଷଯାତ୍ରାରେ ଯୋଗଦେବେ

ଭୁବନେଶ୍ୱର,୧ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତ ଶେଷ କରି ଗୁରୁବାର ଓଡ଼ିଶା ଫେରିଛନ୍ତି। ସେ ଶୁକ୍ରବାର ପୁରୀଠାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଦୁବାଇରୁ ନୂଆଦିଲ୍ଲୀ ଓ ସେଠାରୁ ଓଡ଼ିଶାକୁ ଫେରି ଆସିଛନ୍ତି। ଏହି ଗସ୍ତ କାଳରେ ରୋମ୍‌ରୁ ଦୁବାଇ ସବୁଠି ନବୀନଙ୍କ କ୍ରେଜ୍‌ ଦେଖିବାକୁ ମିଳିଛି। ଗତ ୨୨ ବର୍ଷରେ ଓଡ଼ିଶାରେ ହୋଇଥିବା ସାମଗ୍ରିକ ବିକାଶର ଚିତ୍ରକୁ ବିଶ୍ବ ଆଗରେ ରଖିଛନ୍ତି। ଶହ ଶହ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିବ୍ୟକ୍ତ କରିଛନ୍ତି।
ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପରିବର୍ତ୍ତନର ଚିତ୍ର ଦର୍ଶାଇ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଆସିଥିବା ରୂପାନ୍ତରୀକରଣର କଳାକୌଶଳ କଥା କହିଥିଲେ। ଫୋକସ୍‌ରେ ଥିଲା ଖାଦ୍ୟ ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନା। ଉଭୟ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ନେଇ ସବୁଠି ଚର୍ଚ୍ଚା। ଏଥିସହିତ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣରେ ଦ୍ରୁତ ଅଗ୍ରଗତି, ସ୍କୁଲ ରୂପାନ୍ତରଣର ଫର୍ମୁଲା, ବିଏସ୍‌କଓ୍ବୋଇର ଉପାଦେୟତା ଆଦି ବଖାଣିଥିଲେ।
ରୋମ୍‌ ପରେ ଦୁବାଇରେ ଇନ୍‌ଭେଷ୍ଟର୍ସ ମିଟ୍‌ ଥିଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ପ୍ରମୁଖ ଆକର୍ଷଣ। ରାଜ୍ୟର ପ୍ରାକୃତିକ ସମ୍ପଦ ସହ ପୁଞ୍ଜିନିବେଶ ପାଇଁ ଥିବା ଅନୁକୂଳ ବାତାବରଣ ସମ୍ପର୍କରେ ନବୀନ ବିଦେଶୀ ପୁଞ୍ଜିପତିଙ୍କୁ ଅବଗତ କରାଇଛନ୍ତି। ଓଡ଼ିଶାକୁ ୨୧ ହଜାର କୋଟି ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଥିବା ବେଳେ ବାହାର ଦେଶରେ ରାଜ୍ୟର ଦକ୍ଷତା ଓ ସମ୍ବଳର ଅସଲ ଚିତ୍ର ଟିମ୍‌ ଓଡ଼ିଶା ପ୍ରଦର୍ଶିତ କରିବାରେ ସକ୍ଷମ ହୋଇଛି।
ୟୁରୋପରୁ ୟୁଏଇ, ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ବେଳେ ପ୍ରବାସୀ ଓଡ଼ିଆଙ୍କ ମନରେ ଥିଲା ଅନେକ ଉତ୍ସାହ। ଭାଟିକାନରେ ପୋପ୍‌ଙ୍କୁ ସାକ୍ଷାତ ସହ ଆବୁଧାବିରେ ମସ୍‌ଜିଦ ପରିଦର୍ଶନ, ସବୁଠି ନବୀନ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ। ପ୍ରବାସୀ ଓଡ଼ିଆଙ୍କ ସହ ସେ ଭାବବିନିମୟ କରିଛନ୍ତି। ରାଜ୍ୟର ବିକାଶରେ ସମସ୍ତଙ୍କ ସହଭାଗିତା ଓ ସହଯୋଗ କାମନା କରିଛନ୍ତି। ୟୁଏଇରେ ରହୁଥିବା ଓଡ଼ିଆଙ୍କ ଦୀର୍ଘ ଦିନର ଦାବି ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି। ଦୁବାଇରୁ ଭୁବନେଶ୍ବର ସିଧା ବିମାନ ଚଳାଚଳ ଘୋଷଣା କରିଥିବାରୁ ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ମଦଭାଟି ବିରୋଧରେ ମହିଳାଙ୍କ ମହାବିଦ୍ରୋହ: ଭାଙ୍ଗିଲେ ଭାଟି

ଅମରପାଲି, ୧୦।୧୦ (ପୀତାମ୍ବର ସାହୁ): ମଦମୁକ୍ତ ଗାଁ ଗଠନ ଦାବିରେ ତେଜିଲା ଜନଆକ୍ରୋଶ। ମଦର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶେଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?