ବଡ଼ଠାକୁର ପଡ଼ିଯିବା ନେଇ ଏମିତି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୦।୭: ଶ୍ରୀବିଗ୍ରହମାନଙ୍କ ଆଡ଼ପ ମଣ୍ଡପ ପହଣ୍ଡି ଏକ ବଡ଼ଧରଣର ଅଘଟଣ ଘଟିଛି। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବାବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣି ପହଣ୍ଡି କରି ଜନ୍ମବେଦୀ ବା ଆଡ଼ପ ମଣ୍ଡପକୁ ନିଆଯାଇଥିଲା।

ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏକ୍ସରେ ଏକ ପୋଷ୍ଟ ଶେୟାର କରି ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁରଙ୍କ ଚାରମାଳରେ ଘଟିଥିବା ଅଘଟଣ ବିଷୟରେ ଜାଣି ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାବାସୀଙ୍କ ଦୁଃଖରେ ମୁଁ ମର୍ମାହତ। ଏହି ଅଘଟଣରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି ଯେପରି ନହେଉ ସମସ୍ତଙ୍କୁ ଅନୁରୋଧ। ଜୟ ଜଗନ୍ନାଥ।

ବଡ଼ଠାକୁରଙ୍କ ସେନାପଟା ଲାଗୁଥିବା ପାଟଡୋର ଖସିଯିବାରୁ ଏପରି ଅଘଟଣ ହୋଇଥିବା କୁହାଯାଉଥିବାବେଳେ ଏହାକୁ ନେଇ ଭକ୍ତମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ୯ ସେବାୟତ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ବର୍ଷ ପୂର୍ବେ ସନ୍ଧ୍ୟାରେ ହେଉଥିଲା ବଜେଟ୍‌ ଉପସ୍ଥାପନ, ଜାଣନ୍ତୁ କାହିଁକି ହଠାତ୍‌ ବଦଳିଲା ସମୟ…

ନୂଆଦିଲ୍ଲୀ,୨୦ା୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୩ ତାରିଖରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବେ। ଏହି ବଜେଟ୍‌ରେ ଏନଡିଏ ସରକାରଙ୍କ ଆଗାମୀ ବିକାଶ ଏଜେଣ୍ଡା ଦର୍ଶାଯିବ।...

ଶଙ୍ଖଭବନ ବେଆଇନକୁ ନେଇ ବଡ଼ ବୟାନ ଦେଲେ ବବି, କହିଲେ…

ଭୁବନେଶ୍ୱର,୨୦।୭: ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନର ତଦନ୍ତ ହେବ। ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ...

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି ଭୁଲ କରିଦେଲେ ଓକିଲ, ରାଗରେ ବର୍ଷିଲେ CJI ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ,୨୦।୭: ଭାରତର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ବର୍ଷିଛନ୍ତି। ସେ ନେକ୍‌ବ୍ୟାଣ୍ଡ ନ ପିନ୍ଧି...

ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ୍‌ ପ୍ରସାଦ ଆହତ

ନୂଆଦିଲ୍ଲୀ,୨୦ା୭: ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ତଥା ଏମ୍‌ପି ଜିତିନ ପ୍ରସାଦ ଆହତ ହୋଇଛନ୍ତି। ସେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲଭୀତ ଯାଇଥିଲେ। ଏହି ସମୟରେ...

ରାଜସ୍ବ ମନ୍ତ୍ରୀଙ୍କ ବୟାନର କଡ଼ା ଜବାବ ଦେଲା ବିଜେଡି

ଭୁବନେଶ୍ୱର,୨୦।୭: ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ଅଭିଯୋଗ କରିଥିଲେ। ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ...

ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ

କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ...

ୟୁପିରେ ଭାଜପାକୁ ବଡ଼ ଝଟ୍‌କା, ଅଡୁଆ ବଢାଇଲେ ସହଯୋଗୀ ଦଳ

ନୂଆଦିଲ୍ଲୀ,୨୦।୭: କାଉଡି ଯାତ୍ରାକୁ ନେଇ ୟୁପି ସରକାର ବିବାଦରେ ଫସିଛନ୍ତି। ନିର୍ବାଚନ ପରଠାରୁ ଏନଡିଏର ସହଯୋଗୀମାନେ ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେହିପରି...

ସୁନୀତା ଦେଲେ ଗ୍ୟାରେଣ୍ଟି, ପ୍ରତିମାସରେ ମହିଳାଙ୍କୁ ୧ହଜାର ଟଙ୍କା, ମାଗଣା ବିଜୁଳି

ଚଣ୍ଡିଗଡ଼,୨୦।୭: ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳସବୁ ବଡ଼ ଦାବି କରୁଛି। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତ କେଜରିୱାଲ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri