ଦିଲ୍ଲୀ ଯାଉଛନ୍ତି ନବୀନ-ମନମୋହନ, ରାଜ୍ୟ ରାଜନୀତିରେ ବଡ଼ ହଲଚଲ!

ଭୁବନେଶ୍ୱର, ୭।୯: ଓଡ଼ିଶାର ରାଜନୈତିକ ମହଲରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। କାରଣ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକା ସାଥିରେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚକୁ ନେଇ ସଙ୍କେତ ଦେଉଛି ବୋଲି ଅନୁମାନ କରାଯାଉଛି।

ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ଗସ୍ତ କରିଛନ୍ତି। ବଡ଼କଥା ହେଉଛି ଯେ, ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ଦିଲ୍ଲୀରୁ ଓଡ଼ିଶା ଫେରିଥିଲେ। ତାଙ୍କର ଏହି ବାରମ୍ବାର ଦିଲ୍ଲୀ ଗସ୍ତ ଏବେ ରାଜ୍ୟ ରାଜନୀତିରେ ନୂଆ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ସାମଲ ଦିଲ୍ଲୀରେ କେନ୍ଦ୍ରୀୟ ଭାଜପା ନେତୃତ୍ୱଙ୍କୁ ଭେଟି ରାଜ୍ୟ କମିଟି, ବୋର୍ଡ ନିଗମ ଏବଂ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ଏହାପୂର୍ବରୁ ସେ ଦଳର ରାଷ୍ଟ୍ରୀୟ ସମ୍ପାଦକ ବି ଏଲ ସନ୍ତୋଷଙ୍କୁ ସାକ୍ଷାତ କରିଥିବା ଏବଂ ୧୮ ଜଣ ଏମପିଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି।

ଅନ୍ୟପଟେ, ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ହୋଇଥାଇପାରେ ବୋଲି ଏହାକୁ ନେଇ ରାଜନୈତିକ ମହଲରେ ବ୍ୟାପକ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ, ନବୀନ ଦିଲ୍ଲୀରେ ବିଜେଡି ଏମପିଙ୍କ ସହ ଆଲୋଚନା କରିପାରନ୍ତି, ଯେଉଁଥିରେ ଉପରାଷ୍ଟ୍ରପତି ର୍ନିବାଚନ ସମ୍ପର୍କିତ ରଣନୀତି ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ଉପରାଷ୍ଟ୍ରପତି ର୍ନିବାଚନକୁ ନେଇ ଏନଡିଏ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ତୀବ୍ର ରାଜନୈତିକ ଗତିବିଧି ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ଏବଂ ନବୀନ ପଟ୍ଟନାୟକଙ୍କ ଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହାପୂର୍ବରୁ ନବୀନ ଉସୁସ୍ଥ ଥିବା ସମୟରେ ଦିଲ୍ଲୀରୁ ନବୀନଙ୍କୁ ଘନଘନ ଫୋନ ଆସୁଥିବା ଦେଖାଯାଇଛି। ତାଙ୍କର ଅସୁସ୍ଥତା କାରଣ ବୁଝିବା ସହ ଖୁବଶୀଘ୍ର ଦିଲ୍ଲୀ ଆସିବାକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଆଉ ଏହି ନିମନ୍ତ୍ରଣ କେବଳ ଭାଜପା ନୁହେଁ କଂଗ୍ରେସରୁ ମଧ୍ୟ ମିଳିଥିଲା। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି, ନବୀନଙ୍କୁ ସେହି ସମୟରେ ଦିଲ୍ଲୀ ଆସିବାକୁ ଅନୁରୋଧ କରିଥିଲେ।

ମନମୋହନ ସାମଲଙ୍କ ଗସ୍ତକୁ ଓଡ଼ିଶାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହ ମଧ୍ୟ ଯୋଡ଼ି ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ସରକାର ରାଜ୍ୟରେ କାର୍ଯ୍ୟ କରୁଥିବା ବେଳେ, ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ଯୋଗ ହେବା ନେଇ ଜଳ୍ପନା ଜାରି ରହିଛି। ଏହାକୁ ନେଇ ସାମଲଙ୍କ ଦିଲ୍ଲୀ ଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ପୁଣି ଦିଲ୍ଲୀ ଯିବେ ନବୀନ, ଜଣାପଡିଲା ବଡ଼ ପ୍ଲାନ!


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri