ପୁଣି ବଦଳିଗଲେ ନବୀନ! ମୋଦିଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ନେଲା ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର ଧାର୍ମିକ ଓ ସମ୍ପତ୍ତି ଅଧିକାର ଉ ପରେ ଆଘାତ ଦେବ ବୋଲି ଦଳ ଅଭିଯୋଗ କରିଛି। ବିଜେଡି ନେତା ତଥା ରାଜ୍ୟ ସଭା ଏମପି ମୁଜିବୁଲ୍ଲା ଖାନ କହିଛନ୍ତି ଯେ, ଓ୍ବକଫ ସମ୍ପତ୍ତି ମୁସଲିମ ସମାଜର କଲ୍ୟାଣ ଓ ବିକାଶ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏହି ବିଲ ତାହାକୁ ଦୁର୍ବଳ କରିବ। ସେ ଆହୁରି କହିଛନ୍ତି, “ଓ୍ବକଫ ଜମିରେ ଅନୁପ୍ରବେଶ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଦରକାର, ନା ଯେ ଏପରି ବିଲ ଆଣି ସମ୍ପ୍ରଦାୟର ଅଧିକାର ଖରାପ କରାଯାଉ।”

ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏହି ବଲକୁ “ଅନ୍ୟାୟପୂର୍ଣ୍ଣ” ଓ “ଏକତରଫା” ବୋଲି ସମାଲୋଚନା କରିଛି। ଓ୍ବକଫ ବୋର୍ଡରେ ଅଣ-ମୁସଲିମଙ୍କୁ ସାମିଲ କରିବା ଓ ସରକାରଙ୍କ ହସ୍ତକ୍ଷେପ ବଢ଼ାଇବା ଭଳି ପ୍ରସ୍ତାବକୁ ଦଳ ବିରୋଧ କରିଛି। ବିଜେଡିର ମାଇନରିଟି ସେଲ ରାଜ୍ୟରେ ବିକ୍ଷୋଭ କରିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇ ନିଜର ଅସନ୍ତୋଷ ପ୍ରକାଶ କରିଛି।

ଆଜି ଲୋକ ସଭାରେ ଏହି ବିଲ ଉପରେ ଆଲୋଚନା ହେବାକୁ ଥିବା ବେଳେ ବିଜେଡି ନିଜର ବିରୋଧୀ ଅବସ୍ଥାନକୁ ଦୃଢ଼ ରଖିଛି। ନବୀନ ପଟ୍ଟନାୟକ ମୁସଲିମ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଭେଟି ସମ୍ବିଧାନର ମୂଲ୍ୟବୋଧ ଓ ସାମ୍ପ୍ରଦାୟିକ ସଦଭାବନା ରକ୍ଷା ପାଇଁ ଦଳର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି। ତେବେ ଏନଡିଏ କିମ୍ବା ଇଣ୍ଡିଆ ମେଣ୍ଟର ଅଂଶ ନହୋଇଥିବା ବିଜେଡିର ସଂସଦୀୟ ପ୍ରଭାବ କେତେ ଦୂର ରହିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ।

ତେବେ ବିଲ ବିରୋଧରେ ମଧ୍ୟ ଦଳ ଭୋଟ ଦେବନି ବୋଲି ମଧ୍ୟ ଖବର ମିଳିଛି। ଲୋକ ସଭାରେ ବିଜେଡିର ଏମପି ନ ଥିବାବେଳେ ରାଜ୍ୟ ସଭାରେ ଦଳର ୭ଜଣ ଏମପି ଅଛନ୍ତି। ଏହି କ୍ରମରେ ସୂଚନା ମିଳିଛି କି, ଭୋଟିଂ ବେଳେ ବିଜେଡି ଏମପି ଅନୁପସ୍ଥିତ ରହିବେ।

ବିବାଦୀୟ ଓ୍ବକ୍‌ଫ (ସଂଶୋଧନ) ବିଲ୍‌ ଉପରେ ବୁଧବାର ଲୋକ ସଭାରେ ଆଲୋଚନା ହୋଇଛି। ବିଲ୍‌କୁ ଗୃହୀତ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଇଣ୍ଡିଆ ବ୍ଲକ୍‌ର ସମସ୍ତ ଦଳ ବିଲ୍‌ ବିରୋଧରେ ଭୋଟ ଦେବାକୁ ସର୍ବସମ୍ମତ ନିଷ୍ପତ୍ତି ନେଇଛନ୍ତି। ବିଲ୍‌ ଉପରେ ୮ ଘଣ୍ଟା ଆଲୋଚନା ହେବାକୁ ଥିବାବେଳେ ବିପକ୍ଷ ଦଳଗୁଡ଼ିକ ଜୋର୍‌ଦାର ବିରୋଧ କରିବେ ବୋଲି ସୂଚନା ଦେଇଥିବାରୁ ହଟ୍ଟଗୋଳ ସମ୍ଭାବନା ରହିଛି। ବିରୋଧୀ ଦଳ ସମେତ ମୁସଲମାନ ସଂଗଠନଗୁଡ଼ିକ ଓ୍ବକ୍‌ଫ ବିଲ୍‌କୁ ଅସାମ୍ବିଧାନିକ ଏବଂ ଉକ୍ତ ସମ୍ପ୍ରଦାୟର ସ୍ବାର୍ଥ ବିରୋଧୀ କହି ବିରୋଧ କରୁଥିବାରୁ ଏହା ଗୃହୀତ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ କେନ୍ଦ୍ରରେ ଏନ୍‌ଡିଏ ସରକାରଙ୍କୁ ସମର୍ଥନ ଦେଉଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଆଭିମୁଖ୍ୟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ବିଲ୍‌କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଟିଡିପି କହିଛି, ସମଗ୍ର ମୁସଲମାନ ସମ୍ପ୍ରଦାୟ ଓ୍ବକଫ୍‌ ସଂଶୋଧନ ବିଲ୍‌କୁ ପ୍ରତୀକ୍ଷା କରିଛି। ଆମ ଦଳ ଏହାକୁ ସମର୍ଥନ ଜଣାଇବ।

ଅନ୍ୟପକ୍ଷରେ ମୁସଲମାନ ସମ୍ପ୍ରଦାୟର ସ୍ବାର୍ଥ ପାଇଁ ଆମେ କାମ କରିବୁ ବୋଲି ଚନ୍ଦ୍ରବାବୁ କହିଥିବା ଟିଡିପି ମୁଖପାତ୍ର ପ୍ରେମକୁମାର ଜୈନ ସୂଚନା ଦେଇଛନ୍ତି। ବିଲ୍‌ର ତୀବ୍ର ସମାଲୋଚକ ଭାବେ ଜଣାଶୁଣା ଏଆଇଏମ୍‌ଆଇଏମ୍‌ ସଦସ୍ୟ ଅସାଦୁଦ୍ଦିନ ଓଓ୍ବାଇସି ଏହାକୁ ଅସାମ୍ବିଧାନିକ ଦର୍ଶାଇବା ପାଇଁ ଗୃହରେ ମତ ରଖିବେ ବୋଲି କହିଛନ୍ତି। ଏହା ମୁସଲମାନଙ୍କ ଧର୍ମୀୟ ସ୍ବାଧୀନତାକୁ ସଙ୍କୁଚିତ କରିବା ପାଇଁ ଉଦ୍ଦିଷ୍ଟ। ଲୋକେ ଭାଜପାର ସହଯୋଗୀ, ଟିଡିପି ଏବଂ ଜେଡିୟୁକୁ ଉପଯୁକ୍ତ ଶିକ୍ଷା ଦେବେ ବୋଲି ଓଓ୍ବାଇସି କହିଛନ୍ତି।ଓ୍ବକଫ୍‌ ବିଲ୍‌ ବିତକ ପାଇଁ ସମୟ ମଞ୍ଜୁରୀ ନିମନ୍ତେ ମଙ୍ଗଳବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜ୍‌ନେସ୍‌ ଆଡ୍‌ଭାଇଜରି କମିଟି (ବିଏସି) ବୈଠକରେ ଜୋର୍‌ଦାର କଥା କଟାକଟି ପରେ କଂଗ୍ରେସ ସମେତ ବିରୋଧୀ ଇଣ୍ଡିଆ ବ୍ଲକ୍‌ର ସଦସ୍ୟମାନେ କକ୍ଷତ୍ୟାଗ କରି ଚାଲିଯାଇଥିଲେ। ପ୍ରସ୍ତାବିତ ଆଇନକୁ ଅସାମ୍ବିଧାନିକ କହି ବିପକ୍ଷ ଦଳଗୁଡ଼ିକ ଏହାକୁ ସମୂହ ବିରୋଧ କରିବା ସହ ନିନ୍ଦା କରିଛନ୍ତି। ସେମାନଙ୍କ କଣ୍ଠରୋଧ କରିବାକୁ ସରକାର ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଲୋକ ସଭାରେ ଗୃହର ଉପନେତା ଗୌରବ ଗୋଗୋଇ କହିଛନ୍ତି, ବିରୋଧୀଙ୍କ ସ୍ବରକୁ ଅଣଦେଖା କରାଯାଉଛି। ଗୃହରେ ଓ୍ବକଫ୍‌ ପ୍ରସଙ୍ଗ ସମେତ ମଣିପୁର ସ୍ଥିତି ଏବଂ ଭୋଟର ଫଟୋ ପରିଚୟପତ୍ର ବିବାଦ ଉପରେ ଆଲୋଚନା ପାଇଁ ବିରୋଧୀ ଅଧିକ ସମୟ ଚାହୁଁଛନ୍ତି। ଅନ୍ୟପକ୍ଷରେ ବିଲ୍‌ ଆଲୋଚନାରୁ ଦୂରେଇ ରହିବା ପାଇଁ ବିରୋଧୀ କକ୍ଷତ୍ୟାଗକୁ ଏକ ବାହାନା କରୁଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଏକ ସାକ୍ଷାତ୍‌କାରରେ କହିଛନ୍ତି। ବିଲ୍‌ ଉପରେ ୮ ଘଣ୍ଟା ବିତର୍କ ପାଇଁ ବିଏସି ବୈଠକରେ ସହମତ ହୋଇଛି। ପରେ ଗୃହର ହାବଭାବକୁ ଦେଖି ସମୟସୀମା ବଢ଼ାଯାଇପାରେ ବୋଲି ରିଜିଜୁ ଗଣମାଧ୍ୟମକୁ କହିଛନ୍ତି। ବିଭିନ୍ନ ଦଳ ୪ରୁ ୬ ଘଣ୍ଟା ଆଲୋଚନା ଚାହୁଁଥିବାବେଳେ ବିରୋଧୀ ୧୨ ଘଣ୍ଟା ଦାବି କରିଥିଲେ। ଶେଷରେ ୮ ଘଣ୍ଟା ଆଲୋଚନା ପାଇଁ ସ୍ଥିର ହୋଇଥିବା ରିଜିଜୁ କହିଛନ୍ତି। ୫୪୨ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଏନ୍‌ଡିଏର ୨୯୩ ଏମ୍‌ପି ଥିବାବେଳେ ଭାଜପା ସ୍ବାଧୀନ ସଦସ୍ୟ ଓ ଅନ୍ୟ ଦଳର ସମର୍ଥନ ଯୋଗାଡ଼ କରିପାରେ। ତେବେ ଟିଡିପି, ଜେଡିୟୁ, ଚିରାଗ ପାଶ୍ୱାନଙ୍କ ଏଲ୍‌ଜେପି (ରାମବିଳାସ) ଆଦି ଭାଜପାର କେତେକ ପ୍ରମୁଖ ସହଯୋଗୀ ବିଲ୍‌ର କେତେକ ଦିଗକୁ ନେଇ ପୂର୍ବରୁ ଭିନ୍ନମତ ପୋଷଣ କରିଥିଲେ। ତେବେ ଯୁଗ୍ମ ସଂସଦୀୟ କମିଟି ସେମାନଙ୍କ କେତେକ ପ୍ରସ୍ତାବକୁ ଗ୍ରହଣ କରିନେବା ପରେ ସେମାନେ ସମର୍ଥନ ଦେବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri