ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍‌ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍‌ରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ମିଳିନାହିଁ।

ଓଡ଼ିଶାବାସୀଙ୍କ ଆଶା ଥିଲା ଯେ, ଡବଲ ଇଞ୍ଜିନ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ପାଇଁ ଅତିରିକ୍ତ ଆବଣ୍ଟନ ଉପରେ ଧ୍ୟାନ ଦେଇ ଅଭିବୃଦ୍ଧି ଗତି ପ୍ରଦାନ କରିବ। ରାଜ୍ୟକୁ ବହୁତ କମ୍‌ ମିଳିଛି। ମୁଁ ଓଡ଼ିଶାରେ ରେୟାର ୟାର୍ଥ କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସ୍ବାଗତ କରୁଛି। ଓଡ଼ିଶା ଅନେକ ପ୍ରମୁଖ ଖଣିଜ ପଦାର୍ଥର ଅଗ୍ରଣୀ ଉତ୍ପାଦକ ଏବଂ ଏହାର ସମୃଦ୍ଧ ସମ୍ପଦ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସର୍ବଦା ଯୋଗଦାନ ଦେବ।

ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ପୁଣି ଥରେ ଜାତୀୟ ଜଳପଥ ଘୋଷଣା କରାଯାଇଛି। କିନ୍ତୁ ଏହା ଏକ ଦଶନ୍ଧି ପୁରୁଣା ପ୍ରସ୍ତାବ ଯାହା ଭୂମିରେ କୌଣସି ଅଗ୍ରଗତି ନାହିଁ।
ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ନିରାଶା ଯେ, ସହରଗୁଡ଼ିକ ମଧ୍ୟରେ ୭ଟି ହାଇ-ସ୍ପିଡ୍‌ ରେଳ କରିଡରକୁ ‘ବୃଦ୍ଧି ସଂଯୋଗକାରୀ’ ଭାବରେ ବିକଶିତ କରିବାର ଘୋଷଣାରେ ଓଡ଼ିଶା ସ୍ଥାନ ପାଇନାହିଁ। ଓଡ଼ିଶା ଭାଜପା ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ହଟାଇ ଦେଇଥିଲା ଏବଂ ଲୋକଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପୂର୍ବପରି ଜାରି ରହିଛି ଏବଂ ଏହା ବହୁତ ଆଶ୍ଚର୍ଯ୍ୟଜନକ ଯେ ପର୍ଯ୍ୟଟନ କେନ୍ଦ୍ରିକ ବୌଦ୍ଧ ସର୍କିଟ ବିକାଶ ଯୋଜନା ଆମର ଡାଇମଣ୍ଡ ଟ୍ରାଏଆଙ୍ଗେଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ସ୍ଥଳୀ ଥିବା ସତ୍ତ୍ୱେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦେଇଛି।

କେନ୍ଦ୍ରୀୟ ବଜେଟର ସମ୍ପୂର୍ଣ୍ଣ ବିବରଣୀରୁ ଦେଖାଯାଉଛି ଯେ, ଓଡ଼ିଶା କେବଳ ଏହାର ପ୍ରାକୃତିକ ସମ୍ପଦ ଛଡ଼ାଇ ନେବା ପାଇଁ ବ୍ୟୟବରାଦ ପାଉଛି ଏବଂ ରାଜ୍ୟର ଲୋକଙ୍କ ସୁବିଧା ପାଇଁ ସମ୍ପଦ ବଣ୍ଟନ କ୍ଷେତ୍ରରେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ରାଜ୍ୟ ଭାଜପା ସରକାର ଓଡ଼ିଶାର ଲୋକଙ୍କ ଦାୟିତ୍ୱ ନେବା ଏବଂ କେନ୍ଦ୍ରରୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ପାଇବା ନିଶ୍ଚିତ କରିବାର ସମୟ ଆସିଛି। ଓଡ଼ିଶା ଏବଂ ଏହାର ଲୋକମାନେ କେନ୍ଦ୍ରୀୟ ବଜେଟ୍‌ରୁ ଅଧିକରୁ ଅଧିକ ପାଇବାକୁ ଯୋଗ୍ୟ ବୋଲି ନବୀନ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri