ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡା ଜିଲାରେ ଏହି ବଜେଟକୁ ନେଇ କେତେକ ବୁଦ୍ଧିଜୀବୀ ସକରାତ୍ମକ ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ଯୋଜନାର ଲାଭ ଉଠାଇବା ପାଇଁ ଏହି ଜିଲାରେ ଭିତ୍ତିଭୂମା ନାହିଁ ବୋଲି ମତ ରଖିଛନ୍ତି ।

ଆଗକୁ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଆସୁଛି । ଭାଜପା ସର୍ବଦା ନିର୍ବାଚନ ଇସ୍ତାହାରରେ କୃଷକଙ୍କ ଉତ୍ପାଦ ଓ ଆୟ ବୃଦ୍ଧି ହେବ ବୋଲି ଉଲ୍ଲେଖ କରାଯିବା ସହ ନେତୃମଣ୍ଡଳୀ ବୟାନବାଜି କରୁଛନ୍ତି । ଯାହା କେନ୍ଦ୍ରାପଡାରେ ସମ୍ଭବପର ନୁହେଁ । ଏବେବି ସରକାରୀ ମଣ୍ଡିରେ ୯୦ ପ୍ରତିଶତ ଖରିଫ ଧାନ ବିକ୍ରୟ ହୋଇନାହିଁ । ଏହି ପ୍ରାକୃତିକ ବିପର୍ଯ୍ୟୟ ଭରା ଜିଲାରେ କୃଷି ପାଇଁ ଜଳ ପରିଚାଳନା ଏକ ମୁଖ୍ୟ ସମସ୍ୟା ହୋଇଛି । ବନ୍ୟା, ବାତ୍ୟା, ମରୁଡି, ଜଳସେଚନ ଓ ନିଷ୍କାସନ ପର ବିପର୍ଯ୍ୟୟ କ୍ଷତିକୁ ଭରଣା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ । ପୂର୍ବ ବଜେଟରେ କୃଷି ଉତ୍ପାଦକୁ ଗୁରୁତ୍ବ ଦିଆଯିବାକୁ ପ୍ରତିଶ୍ରୁତି ମିଳିଥିଲା । ଗ୍ରାମାଂଚଳରେ ଏବେବି ଜମି ଭାଗବଂଟାକୁ ନେଇ ହଣାକଟା ଚାଲିଛି । ଏହି ଜିଲାର ଭିତିଭିମୀ ଅଭାବରୁ ଯୁବବର୍ଗ କୃଷିକୁ ଛାଡି ଜିଲା ବାହାରକୁ କର୍ମନିଯୁକ୍ତି ପାଇଁ ଯାଉଛନ୍ତି ବୋଲି କୃଷକ ନେତା ଗୟାଧର ଧଳ କହିଛନ୍ତି ।

ଚଳିତ ବଜେଟରେ ଆତ୍ମନିର୍ଭର ହେବା ପାଇଁ ପ୍ରେରଣା ଯୋଗାଇଛି । ସରକାରୀ କର୍ମଚାରୀ ନିଯୁକ୍ତି ଅପେକ୍ଷା ଯୁବ ପୁବବର୍ଗଙ୍କୁ ଘରୋଇ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରାଯାଇଛି । ମହିଳା ସଶକ୍ତିକରଣ, ପର୍ଯ୍ୟଟନ ଶିଳ୍ପ, ରେଳ ବଜେଟ ଆଦି ସାଧା ଧାରଣ ଜନତାଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହେବ । କେନ୍ଦ୍ରାପଡା ଜିଲାରେ କୃଷି, ଶିଳ୍ପ, ପର୍ଯ୍ୟଟନ ଶିଳ୍ପ ପାଇଁ ଯଥେଷ୍ଟ ଭିତିଭୂମୀ ଅଛି। ବଜେଟରେ ଏହି ଜିଲାର ଗହୀରମଥାରେ ଅଲିଭ ରିଡଲେଙ୍କ ପ୍ରଜନନସୁଳୀର ଉନ୍ନତି କରଣ ପାଇଁ ବ୍ୟବସ୍ଥା ହେବ । ଏଥିସହ ଜାତୀୟ ଜଳପଥ ୫କୁ ଗୁରୁତ୍ବ ମିଳିବ ବୋଲି କୁହାଯାଇଛି । ଗହୀରମଥା ସାମୁଦ୍ରିକ ଅଂଚଳର ତଟକ୍ଷୟ ସମସ୍ୟାର ସମାଧାନ ନିହାତି ଜରୁରୀ ହୋଇଛି । । ସେହିପରି ଜାତ ଜାତୀୟ ଜଳପଥ ୫ର ଜଳସ୍ରୋତ ଖରାଦିନ ପୂର୍ବରୁ କମିଲାଣି । ବଜେଟ ଅର୍ଥ ଏହ ଏହାକୁ ସୁହାଇବ । ମାତ୍ର ଶୀତ ତଳଭଣ୍ଡାର, ମଣ୍ଡି, ତାଲିମ, ପ୍ରାକୃତିକ ବିପର୍ଯ୍ୟୟ ସହନକାରୀ ଉନ୍ନତ ବିହନ, ତାଲିମ ତାଲିମ ଆଦି କୃଷି ଦି କୃଷି ବଜେଟକୁ ମଳିନ କରିବ । ସେହିପରି ଜାତୀୟ ଉଦ୍ୟାନ ଭିତରକନିକା, ତୁଳସୀକ୍ଷେତ୍ର ପରି ସ୍ଥାନକୁ ଛୋଟ ଛୋଟ ବଡ ପ୍ରକଳ୍ପ ଦ୍ବାରା ପରିପୃଷ୍ଟ କରିହେବ ।

କେନ୍ଦ୍ର ସରକାରଙ୍କ ଏହି ବଜେଟରେ କେନ୍ଦ୍ରାପଡା ଯୁବବର୍ଗଙ୍କ ପାଇଁ ଏତେ ଉତ୍ସହଜନକ ନୁହେଁ । ସରକାରୀ ପଦବୀ ପୂରଣ ରଣ ପାଇଁ କୌଣସି ଗୁରୁତ୍ବ ଦିଆଯାଇ ନାହିଁ  । ଶିକ୍ଷା, ସ୍ବାସ୍ଥ୍ୟ, ତାଲିମ ଆଦି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଅଦ୍ୟାବଧି ପ୍ରତିପଡା ଗ୍ରାମକୁ ରାସ୍ତା, ପାନ ପାନୀୟ ଜଳ, ନେଟୱର୍କ ସମସ୍ୟା ଆଦି ଲାଗି ରହିଛି। ଆର୍ଥିକ ଅନଗ୍ରସର ଜିଲାରେ ମୋବାଇଲ କିଣିବା ସମସ୍ତଙ୍କ ପାଇଁ ଅପହଞ୍ଚ । ସେହିପରି ଯୁବଦ୍ୟୋଗୀଙ୍କୁ ତାଲିମ,କର୍ମ ନିଯୁକ୍ତି ପଦକ୍ଷେପ ନିରୁତ୍ସାହଜନକ ବୋଲି ଜଣେ ସାଧାରଣ ଜନତା କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଅନୁଦାନ ପ୍ରଦାନ ଦିଆଯାଉ, ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭଞ୍ଜନଗର ବିଧାୟକ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ପାଟଣା ରେଞ୍ଜର ସମୀକ୍ଷା କଲେ ଡିଏଫଓ, ବିଦ୍ୟୁତ ପ୍ରହରୀ…

ପାଟଣା,୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ବନଖଣ୍ଡର ଡିଭିଜନାଲ ଫରେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri