ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି ଜିଲା କେସିଙ୍ଗା ଅଞ୍ଚଳର ସାଧାରଣ ଲୋକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଯୁବ ସାହିତି୍ୟକ ଜ୍ଞାନେନ୍ଦ୍ର ଭୋଇ କହିଛନ୍ତି, ବର୍ଷ ୨୦୨୬ ବଜେଟ୍‌ ଏକ ବିକଶିତ ଅର୍ଥନୀତିର ପରିପ୍ରକାଶ କିନ୍ତୁ ସାଧାରଣବର୍ଗଙ୍କ ପାଇଁ ବିଶେଷ ପ୍ରାବଧାନ କୁ ଆହୁରି ଧ୍ୟାନ ଦେଇ ଥିଲେ ଏହାର ସନ୍ତୁଳନ ଉଚିତ୍‌ ଦିଗରେ ଦର୍ଶିତ ହୋଇଥାଆନ୍ତା l ତଥାପି ରେଳ, ଗଠନ ମୂଳକ କାର୍ଯ୍ୟ, ସ୍ବାସ୍ଥ୍ୟ ଶିକ୍ଷା,ଜଳ ସଂରକ୍ଷଣ ଓ ଆୟକର ଦିଗକୁ ସ୍ବତନ୍ତ୍ର ଭାବେ ଉପସ୍ଥାପିତ କରି ଦୀର୍ଘସ୍ଥାୟୀ ବିକାଶର ପରିକଳ୍ପନା ପ୍ରଶଂସନୀୟ ଅଟେ।

ସେହିପରି ଚଳିତ ବର୍ଷର ବଜେଟ୍‌ରେ ଦେଶରୁ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନ ସମୂହ ଗରିବ ଓ ମଧ୍ୟମ ବର୍ଗର ଲୋକଙ୍କୁ ସମ୍ପୂର୍ଣ ଅଣଦେଖା କରାଯାଇଛି ଓ ତାଙ୍କ ଦୈନିନ୍ଦନ ଆବଶ୍ୟକତାରେ ଲାଗୁଥିବା ଜରୁରୀ ଜିନିଷଗୁଡ଼ିକ ଉପରେ ସହାୟକ ହେଲା ଭଳି କୌଣସି ବ୍ୟବସ୍ଥା ରଖାଯାଇନାହିଁ। ବେକାରୀ ଯୁବକମାନଙ୍କ ଭବିଷ୍ୟତ ନିର୍ମାଣ ଦିଗରେ କିଛି ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ନାହିଁ। ଖାସ୍‌ କରି କୃଷି ପ୍ରୋତ୍ସାହନ ଓ କୃଷକ ବର୍ଗଙ୍କ ପାଇଁ ହତାଶ କଲାଭଳି ବଜେଟ୍‌କୁ ଉପସ୍ଥାପନ କରାଯାଇଛି। ଏହା ଆଗାମୀ ଦିନରେ ଦେଶକୁ ସମୃଦ୍ଧି ପ୍ରଦାନ କରିବାରେ ସହାୟକ ହେଲା ଭଳି ଲାଗୁ ନାହିଁ ବୋଲି ଯୁବ କଂଗ୍ରେସ ସଂଗଠନ ଏ.ସୁରେଶ ରାଓ କହିଛନ୍ତି।

ସେହିପରି ଯୁବ କୃଷକଭବାନୀ ସାହୁ କହିଛନ୍ତି,  ବର୍ଷ -୨୦୨୬ର ବଜେଟ୍‌ ଦେଶର ସମସ୍ତ ବର୍ଗଙ୍କ ପାଇଁ ଏକ ଉତ୍ସାହ ସୃଷ୍ଟି କରୁଛି। କୃଷି, ଭିତ୍ତିଭୂମି ଏବଂ ନିଯୁକ୍ତି ଉପରେ ଗରୁତ୍ବ ଦିଆଯାଇଥିବାରୁ ଦେଶର ବିକାଶରେ ଏହା ଅନେକାଂଶରେ ସହାୟକ ହେବ। ଡିଜିଟାଲ କୃଷି ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଯୁବକମାନଙ୍କ ମଧ୍ୟରେ ଏକ ସମ୍ଭାବନା ସୃଷ୍ଟି ହେଉଛି। ମୋଟା ମୋଟି ଭାବରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?