ପାଣ୍ଡିଆନ୍‌ଙ୍କୁ ଛାଡ଼ି ପାରୁନାହାନ୍ତି ନବୀନ, କାହିଁକି ଏମିତି କହି ଟାର୍ଗେଟ୍‌ କଲେ…

ଭୁବନେଶ୍ୱର,୨୯ା୮(ରବିନାରାୟଣ ଜେନା): କଳା ଟଙ୍କା ପାଇଁ ଭି.କେ. ପାଣ୍ଡିଆନ୍‌ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାଡ଼ି ପାରୁନାହାନ୍ତି ବୋଲି ଭାଜପା ନେତା ତଥା ଆସିକା ବିଧାୟକ ସରୋଜ ପାଢ଼ୀ କହିଛନ୍ତି। ଦିନକ ପୂର୍ବରୁ ବିଜେଡିର ଖବରଦାତା ସମ୍ମିଳନୀରେ ମୁଖପାତ୍ର ଲେନିନ୍‌ ମହାନ୍ତି ତାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଗୁରୁବାର ସରୋଜ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ସରୋଜ କହିଛନ୍ତି, ”ମତେ କହିଲେ, ମୁଁ ହେଉ ହେଉ ବିଧାୟକ ହୋଇଗଲି। ଜାଣିବା ଦରକାର ମୁଁ ଲଢ଼ୁଆ ନେତା, ସଙ୍ଘର୍ଷରୁ ଆସିଛି। ମୋ ସହିତ ଲୋକଙ୍କ ଭଲପାଇବା ଅଛି। ଲୋକେ ମୋତେ ଭୋଟ ଦେଇ ଜିତାଇଛନ୍ତି। ହେଲେ ଯେଉଁମାନେ କହୁଛନ୍ତି କି ହେଉ ହେଉ ବିଧାୟକ ହୋଇଗଲି, ସେମାନେ କିନ୍ତୁ ଜୀବନ ବିତିଗଲେ ବି ହୋଇପାରିବେ ନାହିଁ“।
ସରୋଜ ପୁଣି କହିଛନ୍ତି, ବିଜେଡି ପାର୍ଟି ଫଣ୍ଡ୍‌ ନବୀନ କି ପାଣ୍ଡିଆନ୍‌ଙ୍କର ନୁହଁ। ପାଣ୍ଡିଆନ୍‌ କହୁଛନ୍ତି ‘ଆଇ ଆମ୍‌ ଡାଉନ୍‌, ବଟ୍‌ ନଟ୍‌ ଆଉଟ୍‌’। ଏହା କହି ସେ ତାଙ୍କ ଦଳର ସିନିୟର ଲିଡରଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବିଜେଡିର ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଟଙ୍କା ଉପରେ ତାଙ୍କର ନଜର। ନବୀନ ପଟ୍ଟନାୟକଙ୍କ ବୟସ ନାହିଁ, ତେଣୁ ପାଣ୍ଡିଆନ୍‌ ପାର୍ଟି ଫଣ୍ଡ୍‌ ଉପରେ ନଜର ରଖିଛନ୍ତି ବୋଲି ସରୋଜ କହିଛନ୍ତି। ପାଣ୍ଡିଆନ୍‌ କାହାକୁ ନବୀନଙ୍କ ପାଖ ମଡ଼େଇ ଦେଉନାହାନ୍ତି। ସେଥିପାଇଁ ମୁଁ କହୁଛି ନବୀନଙ୍କର କେତେବେଳେ କ’ଣ ହୋଇଯିବ କହିହବନି। ସରୋଜ କହିଛନ୍ତି, ବିଜେଡି ନେତା ତୁମ୍ବନାଥ ପଣ୍ଡା ଓ ଲେନିନ୍‌ ମହାନ୍ତି ମୁଁ କ’ଣ ଜାଣିନାହାନ୍ତି। କେବଳ ପାଣ୍ଡିଆନ୍‌କୁ ଖୁସି କରିବାକୁ ଏସବୁ କଥା କହିଛନ୍ତି। ସେମାନେ ମତେ ସୁରକ୍ଷାକର୍ମୀ ଚାକିରି ଶଙ୍ଖଭବନରେ ଦେବେ ବୋଲି କହିଛନ୍ତି। ହେଲେ ମୁଁ କହୁଛି, ଲେନିନ୍‌ ମହାନ୍ତି ଓ ତୁମ୍ବନାଥ ପଣ୍ଡା ନିଜ ପରିବାର ସହିତ ଆସନ୍ତୁ ମୋ ଫାର୍ମ ହାଉସରେ ସେମାନଙ୍କୁ ଚାକିରି ଦେବି। ସେମାନଙ୍କ ପରିବାର ପ୍ରତିପୋଷଣ ଦାୟିତ୍ୱ ନେବି ବୋଲି ସରୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?