Posted inଜାତୀୟ

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଲାଗିଲା ନିଆଁ: ନୌସେନା ଅଧିକାରୀ ଶହୀଦ

କରଓ୍ବର,୨୬।୪: କର୍ନାଟକର କରଓ୍ବର ବିମାନ ବନ୍ଦରରେ ଶୁକ୍ରବାର ଯୁଦ୍ଧ ଜାହଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ପ୍ରବେଶ କରିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ଲିଭାଇବା ସମୟରେ ଜଣେ ନୌସେନା ଅଧିକାରୀ ଶହୀଦ ହୋଇଥିବା ସୂଚନା ମିଳିଛି। ତେବେ ନିଆଁ ଲିଭାଇବା ସମୟରେ ଲେପ୍ଟନାଣ୍ଟ କମାଣ୍ଡର ଡିଏସ୍‌ ଚୌହାନ୍‌ ଅଣ ନିଶ୍ୱାସି ହୋଇଯାଇଥିଲେ। ତାଙ୍କୁ ତୁରନ୍ତ କନଓ୍ବର ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାରୁ ଏହାର ଯାଞ୍ଚ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ୨୦୧୪, ଜାନୁୟାରୀରେ ରୁଷରୁ ଭାରତ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କୁ ପାଲିଙ୍କିରେ ପାଛୋଟି ନେଲେ ଗ୍ରାମବାସୀ

ସିଆହା,୩୦।୮: ମିଜୋରାମର ତିପୋଶିରେ ଥିବା ଏକ ଅପହଞ୍ଚ ଅଞ୍ଚଳକୁ ଯେତେବେଳେ ଜିଲାପାଳ ପହଞ୍ଚିଥିଲେ ସେତେବେଳେ ସେଠାକାର ଲୋକଙ୍କ ଖୁସି କହିଲେ ନ ସରେ। ଏମାନେ ଜିଲାପାଳଙ୍କୁ...

ଶିବସେନା ଦାବି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ମୁମ୍ବାଇ,୧୪ା୧୧(ପି.ଟି.): ୫୦:୫୦ ସୂତ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ଭାଗବଣ୍ଟା ସମେତ ଶିବସେନାର ଅନ୍ୟ ଦାବିଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ...

ଏବେ ବାଇକ୍‌-କାର୍‌ ପାଇଁ କରିହେବ ନୋମିନି…

ନୂଆଦିଲ୍ଲୀ,୨୦।୫: ବ୍ୟାଙ୍କରେ ଖାତା ଖୋଲିବା ସମୟରେ ନୋମିନିର ଆବଶ୍ୟକତା ପଡ଼ିଥାଏ। ଏଭଳି ନିୟମ ଏବେ ବାଇକ୍‌ ଅବା କାର୍‌ ପାଇଁ ମଧ୍ୟ କରାଯାଇପାରିବ। କେନ୍ଦ୍ରୀୟ ମୋଟର...

ଖରାକୁ ସାମ୍ନା କରିବାକୁ ଆନ୍ଦୋଳନରତ କୃଷକଙ୍କ ପାଇଁ ଲାଗିଲା ଫ୍ରିଜ୍‌, ଫ୍ୟାନ୍‌, ପାଣିପମ୍ପ

ନୂଆଦିଲ୍ଲୀ,୪ ।୩: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ଡିସେମ୍ବରରୁ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ପ୍ରବଳ...

ମୃତ୍ୟୁ ପୂର୍ବରୁ ପାକିସ୍ତାନ ନିକଟରେ ଥିଲେ ହମ୍‌ଜା

ନୂଆଦିଲ୍ଲୀ,୧୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଆତଙ୍କବାଦୀ ହମ୍‌ଜା ବିନ୍‌ ଲାଡେନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ଆଉ ଏବେ ଭାରତ ଏହାକୁ ନେଇ...

ରାମ ରାଜ୍ୟ ସ୍ବପ୍ନ ଦେଖାଇ ମୋଦି ନିର୍ମାଣ କରୁଛନ୍ତି ରାବଣ ରାଜ୍ୟ: ସିଦ୍ଧାରମେୟା

ବେଙ୍ଗାଲୁରୁ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍‌ ଇନ୍‌ ଇଣ୍ଡିଆ ଏବଂ ରାମ ରାଜ୍ୟର ସ୍ବପ୍ନ ଦେଖାଇ ପ୍ରକୃତପକ୍ଷେ ରାବଣ ରାଜ୍ୟର ନିର୍ମାଣ କରୁଛନ୍ତି ବୋଲି କର୍ନାଟକର...

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା

ଡେରାଡୁନ, ୩୦।୮: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ପଥରଖଣ୍ଡ ଖସି...

ସାମନାରେ ଶିବସେନାର ଆକ୍ରମଣ, ରାଜ ଠାକରେଙ୍କ ଏମଏନଏସକୁ କହିଲା ଭାଜପାର ଅନ୍ତବସ୍ତ୍ର

ମୁମ୍ବାଇ,୩ ।୫: ଶିବସେନା ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଟାର୍ଗେଟ କରିଛି । ଏମଏନଏସକୁ ନେଇ ଶିବସେନା ଏକ ବିବାଦୀୟ ଟିପ୍ପଣି ଦେଇଛି । ସାମନାରେ...

Advertisement
Archives

Model This Week