ନାଉଗାଁ ତହସିଲ: ୨୨ ପଦବୀରୁ ୧୩ ଫାଙ୍କା

ନାଉଗାଁ,୯ା୬(ସ୍ବ.ପ୍ର.): ଜନସାଧାରଣଙ୍କୁ ସୁବିଧାରେ ପ୍ରଶାସନିକ ସେବା ଯୋଗାଇ ଦେବା ସହ ରାଜସ୍ବ ଆଦାୟ ପାଇଁ ପ୍ରତି ବ୍ଲକରେ ସରକାରଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଅଛି। ଏହି କାର୍ଯ୍ୟାଳୟ ମାଧ୍ୟମରେ ଜମିଜମା ସଂକ୍ରାନ୍ତ କାଗଜପତ୍ର, ବିଭିନ୍ନ ପ୍ରମାଣପତ୍ର, ପ୍ରାକୃତିକ ବିପର୍ଯ୍ୟୟ ସହାୟତା ସହ ସରକାରୀ ଜମିର ରକ୍ଷଣାବେକ୍ଷଣ ଓ ରାଜସ୍ବ ଆଦାୟ ଆଦି କାର୍ଯ୍ୟ କରାଯାଇଥାଏ। ମାତ୍ର ଜଗତ୍‌ସିଂହପୁର ଜିଲା ନାଉଗାଁ ତହସିଲ କାର୍ଯ୍ୟାଳୟରେ ୨୨ ପଦବୀ ମଧ୍ୟରୁ ୧୩ ଖାଲି ପଡିଥିବାରୁ ଏଠାକୁ ବିଭିନ୍ନ କାମ ପାଇଁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।

ତହସିଲ କାର୍ଯ୍ୟାଳୟରେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ମୁଖ୍ୟ କିରାଣିଙ୍କ ପଦବୀକୁ ମିଶାଇ ମୋଟ ୨୨ ପଦବୀ ରହିଛି। ତହସିଲଦାର, ଅତିରିକ୍ତ ତହସିଲଦାର ଓ ମୁଖ୍ୟ କିରାଣିଙ୍କ ପଦବୀ ପୂରଣ ହୋଇଥିବା ବେଳେ ଅନ୍ୟ ପଦବୀଗୁଡ଼ିକରେ କର୍ମଚାରୀ ଅଭାବ ରହିଛି। ଏଥିରେ ବରିଷ୍ଠ ରାଜସ୍ବ ସହାୟକ ପଦବୀ ପାଇଁ ୪ଜଣ ଆବଶ୍ୟକ ଥିବା ବେଳେ ମାତ୍ର ୨ ଜଣ, କନିଷ୍ଠ ରାଜସ୍ବ ସହାୟକ ପଦବୀ ପାଇଁ ୩ ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଜଣେ, ରାଜସ୍ବ ପର୍ଯ୍ୟବେକ୍ଷକ ପଦବୀ ଜଣକ ପାଇଁ ଉଦ୍ଦିିଷ୍ଟ ରହିଥିଲେ ମଧ୍ୟ ତାହା ଫାଙ୍କା ପଡିଛି। ସେହିପରି ଅମୀନ ପଦବୀ ପାଇଁ ୨ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଜଣେ, ପିଅନ ପଦବୀ ପାଇଁ ୫ଜଣ ଆବଶ୍ୟକ ଥିଲେ ମଧ୍ୟ ମାତ୍ର ୨ଜଣ ଅଛନ୍ତି। ଏହାସହ ପ୍ରକ୍ରିୟା ସର୍ଭର ୨ଟି ପଦବୀ ରହିଥିବା ବେଳେ ସମ୍ପୂର୍ଣ୍ଣ ଫାଙ୍କା ପଡିଥିବା ବେଳେ ଚେନ୍‌ମ୍ୟାନ ୨ଟିଯାକ ପଦବୀ ଫାଙ୍କା ପଡିଛି। ତହସିଲରେ ୨୨ଜଣ କର୍ମଚାରୀ ଆବଶ୍ୟକ ଥିବା ବେଳେ ମାତ୍ର ୯ଜଣରେ କାର୍ଯ୍ୟ ଚାଲିଛି। ଏଠାରେ ଅଧାରୁ ଅଧିକ ପଦବୀ ଫାଙ୍କା ପଡ଼ିଥିବାରୁ ତହସିଲ କାର୍ଯ୍ୟ ଠିକ୍‌ ଭାବେ ଚାଲିବା ସମ୍ଭବ ହୋଇପାରୁ ନାହିଁ। ତେଣୁ ଖାଲି ପଡ଼ିଥିବା ବିଭିନ୍ନ ପଦ ପଦବୀକୁ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ତହସିଲଦାର ଜେ. କଳ୍ପନାଙ୍କୁ ପଚାରିବାରେ ପଦବୀଗୁଡିକ ପୂରଣ ଲାଗି ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri