ନାଉଗାଁ ତହସିଲ: ୨୨ ପଦବୀରୁ ୧୩ ଫାଙ୍କା

ନାଉଗାଁ,୯ା୬(ସ୍ବ.ପ୍ର.): ଜନସାଧାରଣଙ୍କୁ ସୁବିଧାରେ ପ୍ରଶାସନିକ ସେବା ଯୋଗାଇ ଦେବା ସହ ରାଜସ୍ବ ଆଦାୟ ପାଇଁ ପ୍ରତି ବ୍ଲକରେ ସରକାରଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଅଛି। ଏହି କାର୍ଯ୍ୟାଳୟ ମାଧ୍ୟମରେ ଜମିଜମା ସଂକ୍ରାନ୍ତ କାଗଜପତ୍ର, ବିଭିନ୍ନ ପ୍ରମାଣପତ୍ର, ପ୍ରାକୃତିକ ବିପର୍ଯ୍ୟୟ ସହାୟତା ସହ ସରକାରୀ ଜମିର ରକ୍ଷଣାବେକ୍ଷଣ ଓ ରାଜସ୍ବ ଆଦାୟ ଆଦି କାର୍ଯ୍ୟ କରାଯାଇଥାଏ। ମାତ୍ର ଜଗତ୍‌ସିଂହପୁର ଜିଲା ନାଉଗାଁ ତହସିଲ କାର୍ଯ୍ୟାଳୟରେ ୨୨ ପଦବୀ ମଧ୍ୟରୁ ୧୩ ଖାଲି ପଡିଥିବାରୁ ଏଠାକୁ ବିଭିନ୍ନ କାମ ପାଇଁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।

ତହସିଲ କାର୍ଯ୍ୟାଳୟରେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ମୁଖ୍ୟ କିରାଣିଙ୍କ ପଦବୀକୁ ମିଶାଇ ମୋଟ ୨୨ ପଦବୀ ରହିଛି। ତହସିଲଦାର, ଅତିରିକ୍ତ ତହସିଲଦାର ଓ ମୁଖ୍ୟ କିରାଣିଙ୍କ ପଦବୀ ପୂରଣ ହୋଇଥିବା ବେଳେ ଅନ୍ୟ ପଦବୀଗୁଡ଼ିକରେ କର୍ମଚାରୀ ଅଭାବ ରହିଛି। ଏଥିରେ ବରିଷ୍ଠ ରାଜସ୍ବ ସହାୟକ ପଦବୀ ପାଇଁ ୪ଜଣ ଆବଶ୍ୟକ ଥିବା ବେଳେ ମାତ୍ର ୨ ଜଣ, କନିଷ୍ଠ ରାଜସ୍ବ ସହାୟକ ପଦବୀ ପାଇଁ ୩ ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଜଣେ, ରାଜସ୍ବ ପର୍ଯ୍ୟବେକ୍ଷକ ପଦବୀ ଜଣକ ପାଇଁ ଉଦ୍ଦିିଷ୍ଟ ରହିଥିଲେ ମଧ୍ୟ ତାହା ଫାଙ୍କା ପଡିଛି। ସେହିପରି ଅମୀନ ପଦବୀ ପାଇଁ ୨ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଜଣେ, ପିଅନ ପଦବୀ ପାଇଁ ୫ଜଣ ଆବଶ୍ୟକ ଥିଲେ ମଧ୍ୟ ମାତ୍ର ୨ଜଣ ଅଛନ୍ତି। ଏହାସହ ପ୍ରକ୍ରିୟା ସର୍ଭର ୨ଟି ପଦବୀ ରହିଥିବା ବେଳେ ସମ୍ପୂର୍ଣ୍ଣ ଫାଙ୍କା ପଡିଥିବା ବେଳେ ଚେନ୍‌ମ୍ୟାନ ୨ଟିଯାକ ପଦବୀ ଫାଙ୍କା ପଡିଛି। ତହସିଲରେ ୨୨ଜଣ କର୍ମଚାରୀ ଆବଶ୍ୟକ ଥିବା ବେଳେ ମାତ୍ର ୯ଜଣରେ କାର୍ଯ୍ୟ ଚାଲିଛି। ଏଠାରେ ଅଧାରୁ ଅଧିକ ପଦବୀ ଫାଙ୍କା ପଡ଼ିଥିବାରୁ ତହସିଲ କାର୍ଯ୍ୟ ଠିକ୍‌ ଭାବେ ଚାଲିବା ସମ୍ଭବ ହୋଇପାରୁ ନାହିଁ। ତେଣୁ ଖାଲି ପଡ଼ିଥିବା ବିଭିନ୍ନ ପଦ ପଦବୀକୁ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ତହସିଲଦାର ଜେ. କଳ୍ପନାଙ୍କୁ ପଚାରିବାରେ ପଦବୀଗୁଡିକ ପୂରଣ ଲାଗି ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri