Posted inଫୁରସତ

କାନ୍‌ଭାସ୍‌ରେ ଉତାରେ ପ୍ରକୃତିର ରୂପ

ଯେତେବେଳେ କିଛି ଘଟଣା ତାଙ୍କ ମନକୁ ଛୁଇଁଯାଏ, ତା’ର ଭାବାବେଗକୁ ହୃଦୟଙ୍ଗମ କରି ତାକୁ ସେ ଚିତ୍ରକଳାର ରୂପ ଦିଅନ୍ତି। ତାଙ୍କ ଚିତ୍ରକଳାରେ ବିଶେଷକରି ପ୍ରକୃତି ଓ ତା’ର ରହସ୍ୟମୟୀ ସୌନ୍ଦର୍ଯ୍ୟ ସ୍ଥାନ ପାଇଥାଏ। ଜୀବନ୍ତ ତାଙ୍କ ତୂଳୀରେ ଅଙ୍କିତ ପ୍ରତିଟି ଚିତ୍ର। ସେଇଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଆଉ ସମ୍ମାନ। ସେ ହେଲେ ଶିଳ୍ପୀ ପ୍ରବୀର ଦଳେଇ, ଜନ୍ମ-୧୯୭୦ରେ। ପିତା ସରୋଜକାନ୍ତ ଦଳେଇ, ମାତା ମାଳତିଲତା ଦଳେଇ। ଘର ବାଲେଶ୍ୱର ଜିଲାର ବସ୍ତା ବ୍ଲକ ଅନ୍ତର୍ଗତ ଶିଂଲା ଗାଁ। ସେ କୁହନ୍ତି, ‘ମୋ ବାପା ଜଣେ ଶିକ୍ଷକ ତଥା ସୌଖୀନ କଳାକାର। ଆମ ଘରେ ବାପାଙ୍କର ଏକ ଅଘୋଷିତ ଚିତ୍ରଶାଳା ରହିଥିଲା l ବିଭିନ୍ନ ରଙ୍ଗ, ପ୍ୟାଲେଟ, ବ୍ରଶ୍‌ ଓ ଖେଳଣା ସେଠି ରହୁଥିଲା। ସେ ନାନା ପ୍ରକାର ଚିତ୍ର ତ କରୁଥିଲେ ତା’ସହ ଗାଁ ଥିଏଟର ପାଇଁ ନାଟକ ଲେଖୁଥିଲେ, ଯାତ୍ରାମଞ୍ଚ ଲାଗି କ୍ରାଫ୍ଟ, ସିନ୍‌ ସିନେରି ଆଦି ସାଜସଜ୍ଜା ତିଆରି ବି କରୁଥିଲେ l ପୁଣି ମୁହଁରେ ରଙ୍ଗ ମାଖି ନାଟକରେ ଅଭିନୟ ମଧ୍ୟ କରୁଥିଲେ। ଆଉ ମୋ ମା’ ଥିଲେ ଜଣେ ଏମ୍ବ୍ରୋଏଡରି ଶିଳ୍ପୀ l ସତେଯେମିତି ଆମ ଘର ଓ ଗାଁରେ ସାଂସ୍କୃତିକ ପରିବେଶ ସର୍ବଦା ଚଳଚଞ୍ଚଳ ରହୁଥିଲା। ଏ ସବୁ ଭିତରେ ମୋର ବି ସୃଜନଶୀଳତାର ସତ୍ତା ଉଦ୍‌ଜାଗର ହୋଇଥିଲା। ପିଲାଦିନେ ପ୍ରକୃତିର ସୌନ୍ଦର୍ଯ୍ୟ ଓ ପତ୍ରପତ୍ରିକାରେ ଛବି ଦେଖି ଚିତ୍ର ଆଙ୍କିବା ଆରମ୍ଭ କରିଥିଲି। ତା’ସହ ସ୍କୁଲ ଓ କଲେଜ ପଢା ବି ଚାଲିଥାଏ। ପରେ ଭୁବନେଶ୍ୱର ଆସି ମୁଁ ବିଭୂତି କାନୁନ୍‌ଗୋ କଳା ମହାବିଦ୍ୟାଳୟରେ ଚିତ୍ରକଳା ଉପରେ ତାଲିମ ନେଲି। ୧୯୯୩ରେ ସ୍ନାତକ ସାରିଲି। ଚିତ୍ରକଳାରେ ଅଧିକ ତାଲିମ ପାଇଁ ୧୯୯୭ରେ ମଧ୍ୟପ୍ରଦେଶର ଖଇରାଗଡ଼ସ୍ଥ ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟରୁ କ୍ରିଏଟିଭ୍‌ ପେଣ୍ଟିଂରେ ସ୍ନାତକୋତ୍ତର ସାରିଲି। ସେତେବେଳେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟର ମହାନ୍‌ ଚିତ୍ରକରଙ୍କ ପ୍ରଗତିଶୀଳ ଚିତ୍ରଧାରା ମତେ ଆକର୍ଷିତ କରୁଥିଲା। ଆଉ ସେଇ ଧାରାଦ୍ୱାରା ମୁଁ ଅନୁପ୍ରାଣିତ ବି ହୋଇଥିଲି। ଓଡ଼ିଶା ଫେରିଲାପରେ ଭୁବନେଶ୍ୱରସ୍ଥ ଧଉଳି କଳା ଓ ଚାରୁକଳା ମହାବିଦ୍ୟାଳୟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ୧୯୯୭ରୁ ଅଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରି ଅଦ୍ୟାବଧି ଅଧ୍ୟାପନାରତ ଅଛି। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଉଲ୍ଲେଖନୀୟ ଚିତ୍ରକଳା ପ୍ରଦର୍ଶନୀ ଓ କଳା ଶିବିର, କର୍ମଶାଳା ତଥା ଆଲୋଚନାଚକ୍ରରେ ଭାଗନେଇ ଚିତ୍ର ସର୍ଜନାର ପ୍ରକୃତି, ପରିସର ଓ ଉତ୍ସକୁ ବୁଝିବାକୁ ଚେଷ୍ଟା କରିଥାଏ। ପ୍ରମୁଖ ଚିତ୍ର ଶିବିରଗୁଡ଼ିକ ମଧ୍ୟରେ ରାଜ୍ୟ ଲଳିତକଳା ଏକାଡେମୀ, ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ, ରାଜଭବନ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ବିଭିନ୍ନ ଜାତୀୟ ତଥା ରାଜ୍ୟସ୍ତରୀୟ ଶିବିର ଅନ୍ୟତମ। ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ କଳା ଅନୁଷ୍ଠାନ ଦ୍ୱାରା ଆୟୋଜିତ ଚିତ୍ର ଶିବିର ଓ ପ୍ରଦର୍ଶନୀ ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ଭୋପାଳ, ରାଞ୍ଚତ୍, କୋଲକାତା, ଗୁଆହାଟୀ, ଜୟପୁର ଆଦି ସହରରେ ବହୁବାର ଭାଗନେବାର ସୁଯୋଗ ପାଇଛି। ମୁଁ ମୁଖ୍ୟତଃ ପ୍ରକୃତିର ଗତିମୟତା ଓ ଅମୂର୍ତ୍ତତାକୁ ପାଥେୟ କରି ଅନେକ ଶୀର୍ଷକବିହୀନ ଚିତ୍ରର ସିରିଜ୍‌ ନିର୍ମାଣ କରିଛି l ପ୍ରକୃତିର ରହସ୍ୟମୟ ରୂପ ଭିତରେ ଲୁଚିଥିବା କାବି୍ୟକ ତଥା ବର୍ଣ୍ଣିଳ ପରିବେଶକୁ ମୁଁ ମୋ କାନ୍‌ଭାସ୍‌ ଉପରେ ସ୍ଥାନ ଦେବାକୁ ସର୍ବଦା ପ୍ରୟାସ କରିଥାଏ। ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବା ପରଠାରୁ ଅଦ୍ୟାବଧି ଶତାଧିକ ଚିତ୍ର ତିଆରି କରିସାରିଛି। ଚିତ୍ରକଳା ପାଇଁ ଅନେକ ଘରୋଇ ଓ ସରକାରୀ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛି। ରାଜ୍ୟସ୍ତରୀୟ ପୁରସ୍କାର ସହ ସର୍ବଭାରତୀୟ ଫାଇନ୍‌ ଆର୍ଟ ଓ କ୍ରାଫ୍ଟ ସୋସାଇଟି ଦ୍ୱାରା ବି ପୁରସ୍କାର ମିଳିଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟରୁ ଚିତ୍ରକଳା ପାଇଁ ଫେଲୋଶିପ୍‌ ପାଇବା ଓ କେନ୍ଦ୍ର ଲଳିତକଳା ଏକାଡେମୀ, ନୂଆଦିଲ୍ଲୀରୁ ସ୍କଲାରଶିପ୍‌ ପାଇବା ମୋ ଚିତ୍ରକଳା ଅଭ୍ୟାସର ଧାରାକୁ ଅଧିକ ଗତିଶୀଳ କରିପାରିଛି l ଏହାବାଦ୍‌ ଓଡ଼ିଶା ତଥା ଭାରତର ସମସାମୟିକ କଳାର ଧାରା ଏବଂ କଳା ଓ ସୌନ୍ଦର୍ଯ୍ୟ ପ୍ରତି ମୋର ଦୃଷ୍ଟିଭଙ୍ଗୀ ମୋର ଏକାଧିକ ଗବେଷଣାତ୍ମକ ନିବନ୍ଧ ରଚନାକୁ ଯୁଗୋପଯୋଗୀ କରିବାରେ ସାହାଯ୍ୟ କରିଛି। ମୁଁ ମୋର ସହଜ ସରଳ ଓ ସୁକୁମାର ଚିତ୍ର ଧାରଣାକୁ ଭିଡ଼ ଭିତରୁ ଅଲଗା କରି ଦେଖେଇବା ପାଇଁ ନିଜକୁ ଅନ୍ୟଠୁ ଦୂରେଇ ରଖେ ଓ ସୂକ୍ଷ୍ମ ତଥା ଅଣପାରମ୍ପରିକ କାରୁକାର୍ଯ୍ୟକୁ ଆୟତ୍ତ କରି ଉଚିତ ସମୟରେ ତାକୁ ପ୍ରୟୋଗ କରି ଚିତ୍ରଟିଏ ଆଙ୍କିଥାଏ। କେବେ ଫବିଷ୍ଟମାନଙ୍କ ଉନ୍ମତ୍ତ ଓ ସ୍ବଚ୍ଛନ୍ଦ ବର୍ଣ୍ଣବିନ୍ୟାସ ତ କେବେ ବର୍ଣ୍ଣ ପ୍ରୟୋଗରେ ଅଭିବ୍ୟଞ୍ଜନାବାଦୀ ଓ ନୈରୂପ୍ୟବାଦୀଙ୍କ ଶୁଦ୍ଧତା ତଥା ଆଧ୍ୟାତ୍ମିକତା ଆଦିର ସମନ୍ବୟରେ ମୋ ଚିତ୍ରରେ ଆସେ ଏକ ନିରୋଳାପଣ ଓ ଏକ ଇନ୍ଦ୍ରିୟାତୀତ ବିଶୁଦ୍ଧ ସାଙ୍ଗିତିକତା, ଯାହା ଏକ ସୁଦୃଶ୍ୟ ଐକତାନକୁ ଗୋପନରେ ଆୟୋଜନ କଲାବେଳେ ତା’ର ଉତ୍ସରେ ଉଦ୍‌ଘାଟିତ ହୁଏ ପ୍ରକୃତିର ଅନ୍ତରାଳରେ ଏକ ଅନିର୍ବଚନୀୟ ତଥା ଗତିମାନ ସଙ୍ଗୋପିତ ସଙ୍ଗୀତ ଓ ଛନ୍ଦର କୁହୁକ। ଯେଉଁଠି ରଙ୍ଗ ହିଁ ଚିତ୍ରର ମୂଳକଥା, ତା’ର ପ୍ରାଣ ଓ ଜୀବନ ନାଟିକା l କେବେ ସିଏ ନୀରବ ଗମ୍ଭୀର ତ କେବେ ପୁଣି ଉତ୍ସବମୁଖର l ରଙ୍ଗରେ ହିଁ ଜୀବନ ଓ ପ୍ରକୃତି ଭିତରେ ଏକ କଳାତ୍ମକ ଭାବ ସୃଷ୍ଟି କରିବାକୁ ଯାଇ ଅବ୍ୟକ୍ତ ଓ ବ୍ୟକ୍ତ ମଧ୍ୟରେ ଆବଶ୍ୟକ ସମ୍ବନ୍ଧର ସେତୁଟିଏ ଗଢ଼ିବାକୁ ଗଲାବେଳେ ଚିତ୍ର ଏକ ଛନ୍ଦାୟିତ ବର୍ଣ୍ଣିଳ ଅଭିବ୍ୟକ୍ତିରେ ରୂପାନ୍ତରିତ ହୋଇଯାଉଥାଏ, ଯାହା ପ୍ରତିଟି ନୈରୂପ୍ୟବାଦୀର ଭାଗ୍ୟରେ ହିଁ ଘଟିଥାଏ l
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri