ପ୍ରକୃତି, ପରିବେଶ ଓ ସ୍ବାସ୍ଥ୍ୟ

ନିଜ ଘରଠାରୁ ଆରମ୍ଭ କରି ସମାଜ, ଗାଁ, ଜିଲା, ରାଜ୍ୟ ଓ ଦେଶ ସ୍ତରରେ ମଧ୍ୟ ସମୟ ଅନୁଯାୟୀ ଆବଶ୍ୟକ ପଦାର୍ଥ ବହୁମୂଲ୍ୟରେ କ୍ରୟ କରି ପରବର୍ତ୍ତୀ ସମୟରେ ସେହି ପଦାର୍ଥ ପୁରୁଣା ଅଦରକାରୀ ହୋଇ ପାହାଡ଼ ସଦୃଶ ଜମା ହୋଇଥାଏ l ଏହାର ମୂଳ କାରଣ ଆଧୁନିକ ନାମରେ ମନୁଷ୍ୟ ଅଧିକ ଆଶା ଓ ଆକାଂକ୍ଷାର ବଶବର୍ତ୍ତୀ ହୋଇ ଆବଶ୍ୟକତାଠାରୁ ଅଧିକ କିଛି ଇଚ୍ଛା କରିବା ହେତୁ ବହୁତ ବର୍ଜ୍ୟବସ୍ତୁ ଠୁଳ ହୋଇ ପରିବେଶକୁ ଦୂଷିତ କରିଥାଏ …

ପୃଥିବୀ ସୃଷ୍ଟି ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ବିବର୍ତ୍ତନ ମତବାଦ ଅନୁଯାୟୀ ପୃଥିବୀର ଆଭ୍ୟନ୍ତରୀଣ ଭୌଗୋଳିକ ଗଠନକୁ ଅନୁଶୀଳନ କଲେ ଜାଣିପାରିବା ଯେ ଯୁଗୋପଯୋଗୀ ସହ ତାଳ ମିଳାଇ ମାନବ ସଭ୍ୟତା ନିଜର ଆଧୁନିକତା ବଜାୟ ରଖିବା ନିମନ୍ତେ ମାତ୍ରାଧିକ ଆଶା ପୂରଣ ତଥା ଲୋଭଗ୍ରସ୍ତ ହେତୁ ପରିବେଶ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମନୁଷ୍ୟ ଆଧୁନିକତା ସହିତ ସାଲିସ କରି ଚାଲିବା ସହ କେତେବେଳେ କେଉଁ ଜିନିଷ ଅତ୍ୟଧିକ ଆବଶ୍ୟକତା ଅନୁଭବ କରି କ୍ରୟ କରିଥାଏ, ପରବର୍ତ୍ତୀ ସମୟରେ ତାହା ଅଲୋଡ଼ା ହୋଇଥାଏ। ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବହୁଳ ପରିମାଣରେ କ୍ରୟ କରି ପରବର୍ତ୍ତୀ ସମୟରେ ଘରେ ମୂଲ୍ୟହୀନ ଭାବେ ଏଣେତେଣେ ପଡି ରହିଥାଏ l ଏସବୁ ପ୍ରତି ଆମେ ଧ୍ୟାନ ଦେବା ଉଚିତ l
ମନୁଷ୍ୟ ଶରୀରରୁ ନିର୍ଗତ ମଳମୂତ୍ର, ଗୃହପାଳିତ ପଶୁଙ୍କ ମଳମୂତ୍ର ଓ ବାସଗୃହରୁ ବାହାରୁଥିବା ଆବର୍ଜନା, ବିଭିନ୍ନ କୃଷିଜାତ ଦ୍ରବ୍ୟର ଆବର୍ଜନା ଆମ ପାଇଁ ଅଲୋଡ଼ା ହୋଇଥିବା ବେଳେ ସେଥିରୁ ପ୍ରସ୍ତୁତ ଜୈବିକସାର କ୍ଷେତ ପାଇଁ ବହୁମୂଲ୍ୟ ଦେଇ ଚାଷୀ କିଣିଥାଏ l ପାଟିରୁ ନିର୍ଗତ କଫ ନଦୀ, ବନ୍ଧରେ ପଡିଲେ ମାଛ ଖାଇଥାଏ। ସେହି ମାଛକୁ ଆମେ ଚଢ଼ା ଦରରେ କିଣି ସ୍ବାସ୍ଥ୍ୟ ହିତ ପାଇଁ ଖାଇଥାଉ। ନିଜ ଘରଠାରୁ ଆରମ୍ଭ କରି ସମାଜ, ଗାଁ, ଜିଲା, ରାଜ୍ୟ ଓ ଦେଶ ସ୍ତରରେ ମଧ୍ୟ ସମୟ ଅନୁଯାୟୀ ଆବଶ୍ୟକ ପଦାର୍ଥ ବହୁମୂଲ୍ୟରେ କ୍ରୟ କରି ପରବର୍ତ୍ତୀ ସମୟରେ ସେହି ପଦାର୍ଥ ପୁରୁଣା ଅଦରକାରୀ ହୋଇ ପାହାଡ଼ ସଦୃଶ ଜମା ହୋଇଥାଏ l ଏହାର ମୂଳ କାରଣ ଆଧୁନିକ ନାମରେ ମନୁଷ୍ୟ ଅଧିକ ଆଶା ଓ ଆକାଂକ୍ଷାର ବଶବର୍ତ୍ତୀ ହୋଇ ଆବଶ୍ୟକତାଠାରୁ ଅଧିକ କିଛି ଇଚ୍ଛା କରିବା ହେତୁ ବହୁତ ବର୍ଜ୍ୟବସ୍ତୁ ଠୁଳ ହୋଇ ପରିବେଶକୁ ଦୂଷିତ କରିଥାଏ l
ଏହାର ସରଳ ସମାଧାନ ପାଇଁ ଯଦି ମନୁଷ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀକୁ ସୁରକ୍ଷା ସହ ଦୀର୍ଘଦିନ ବ୍ୟବହାର କରନ୍ତା ତେବେ ବର୍ଜ୍ୟବସ୍ତୁର ମାତ୍ରା ହୁଏତ ନିଶ୍ଚିନ୍ତ କମିପାରନ୍ତା l ଉଦାହରଣ ସ୍ବରୂପ ଆମେ ଘରକୁ ଯେତେ ପଦାର୍ଥ କ୍ରୟ କରି ଆଣିବା ତାହା ପରବର୍ତ୍ତୀ ସମୟରେ ବର୍ଜ୍ୟବସ୍ତୁରେ ପରିଣତ ହୋଇ ତାହାକୁ ବାହାରକୁ ଫୋପାଡ଼ିବାକୁ ଆମେ ବାଧ୍ୟ ହେଉଛେ, ଯାହାକି ପରିବେଶ ପାଇଁ ବୋଝ ସଦୃଶ ହେଉଛି l
ନିଜ ଘର ପାଇଁ ଆମେ କଲମ, ପେନସିଲ, ଲୁଗାପଟା, ବିଭିନ୍ନ ପ୍ଲାଷ୍ଟିକ ଖେଳନା, କୁଲର ଆଦି କିଛିଦିନ ବ୍ୟବହାର ପରେ ତାହା ବର୍ଜ୍ୟବସ୍ତୁ ହୋଇ ପରିବେଶ ଦୂଷିତ ଘଟାଇବା ଏକ ସାଧାରଣ କଥା। କିନ୍ତୁ ଏହିପରି ସମାଜର, ଗ୍ରାମର, ଜିଲାର, ରାଜ୍ୟର ଓ ଦେଶର କଥା ସାମୂହିକ ଭାବେ ଚିନ୍ତା କରାଗଲେ ତାହା ବିପୁଳ ପରିମାଣର ବର୍ଜ୍ୟବସ୍ତୁ ଏକାଠି ହୋଇ ପରିବେଶକୁ ବୃହତ ଆକାର କ୍ଷତି ପହଞ୍ଚାଇବ ଏଥିରେ ଦ୍ବିମତ ନାହିଁ l ଏହାର ତାତ୍ପର୍ଯ୍ୟ ଏହିକି ଯେ ଆମ ପାଶ୍ଚାତ୍ୟ ରାଷ୍ଟ୍ରର ଢାଞ୍ଚାକୁ ଆପଣେଇ ବିଭିନ୍ନ ଅଦରକାରୀ ଜିନିଷ କିଣି କିଛିଦିନ ବ୍ୟବହାର କରି ଫିଙ୍ଗି ଦେଇଥାଉ l ସାମୂହିକ ଭାବେ ବିଚାର କଲେ ଅଧିକ ପଦାର୍ଥ କିଣାଗଲା ଓ ଫିଙ୍ଗା ଗଲା l ବିଭିନ୍ନ ପ୍ରକାର ପଲିଥିନ, ପ୍ଲାଷ୍ଟିକ ବୋତଲ, ଖେଳନା, ଟାୟାର, କଲମ, ଖଟ, ଗଦି, କୁଲର, ଫ୍ରିଜ ଆଦି ଅଦରକାରୀ ବସ୍ତୁ ପାହାଡ଼ ପରି ଜମାହୋଇ ପରିବେଶ ପ୍ରଦୂଷଣ କରିଥାଏ। ତେଣୁ ଏଥିରେ ଆମେ ଯଥେଷ୍ଟ ଯତ୍ନବାନ ହେବା ଆବଶ୍ୟକ ରହିଛି l
ଏତଦ୍‌ବ୍ୟତୀତ ଆମର ଦୈନନ୍ଦିନ ଜୀବନଚର୍ଯ୍ୟା ମାଧ୍ୟମରେ ଘରର ପନିପରିବା ଚୋପା, ଦୋକାନ, ବଜାର, ହୋଟେଲ, ଡାକ୍ତରଖାନା ଆଦିରୁ ବାହାରୁଥିବା ଆବର୍ଜନା, କୃଷିଜାତ ପଦାର୍ଥର ବର୍ଜ୍ୟବସ୍ତୁ, ସହରର ବହିରାଗତ ବର୍ଜ୍ୟବସ୍ତୁ ଆଦିକୁ ବିଭିନ୍ନ ଉପାୟରେ ଚାଷ ଉପଯୋଗୀ କରାଯାଇ ପ୍ରକୃତି ଓ ପରିବେଶକୁ ସନ୍ତୁଳିତ କରିବାରେ ଆମେ ଯତ୍ନବାନ ହେବା ଜରୁରୀ , ଯଦ୍ଦ୍ବାରା ପ୍ରକୃତି ଓ ପରିବେଶ ସ୍ବଚ୍ଛ ଓ ସୁସ୍ଥ ରହିପାରିବ l
ପ୍ରକୃତି ଓ ପରିବେଶ ସୁରକ୍ଷା ସହ ସ୍ବାସ୍ଥ୍ୟର ଯତ୍ନ ପାଇଁ କେତେକ ନିୟମ ମାନି ଚଳିବାକୁ ହେବ l ଆମ ଦୃଷ୍ଟିରେ ଆସୁଥିବା ବର୍ଜ୍ୟବସ୍ତୁକୁ ସୁପରିଚାଳନା କରି ପ୍ରକୃତି ଓ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ବର୍ଜ୍ୟବସ୍ତୁକୁ କାର୍ଯ୍ୟରେ ଉପଯୁକ୍ତ ମାର୍ଗରେ ବିନିଯୋଗ କରିବା ଉପରେ ଗୁରୁତ୍ୱ ଦେବା ଉଚିତ l
ଗୁଣ ଓ ପ୍ରକାରଭେଦରେ ବର୍ଜ୍ୟବସ୍ତୁକୁ ‘ଦୁଇ’ ଭାଗରେ ବିଭକ୍ତ କରାଯାଇ ପାରିବ, ଏହି ମାଧ୍ୟମରେ ବର୍ଜ୍ୟବସ୍ତୁକୁ ରୂପାନ୍ତରିତ କରି ପରିବେଶ ପ୍ରଦୂଷଣ ମୁକ୍ତ କରାଯାଇ ସ୍ବାସ୍ଥ୍ୟହାନିରୁ ଆମେ ରକ୍ଷା ପାଇପାରିବା l ୧.ଜୈବ : ଉପଯୁକ୍ତ ବିଘଟନ (ନଷ୍ଟ)ହୋଇଯାଇଥାଏ l
୨.ଜୈବ : ଉପଯୁକ୍ତ ବିଘଟନ ହୋଇ ନ ପାରିବା l
ଜୈବ ବିଘଟନ ଉପଯୁକ୍ତ ହୋଇପାରିବା ବର୍ଜ୍ୟବସ୍ତୁ : ଘରର ପନିପରିବା ଚୋପା, ଅଣ୍ଡାଖୋଳ, ମାଛକାତି ଏବଂ କଦଳୀ, କମଳା, ଡାଳିମ୍ବ ଚୋପା, ବାସି ଫୁଲ, ଶୁଖିଲା ପତ୍ର, ଶୁଖିଲା ଘାସ ଓ ପଇଡ଼ ଖୋଳ, ନଡା, ଅଗାଡି, କୁଣ୍ଡା, ଆଖୁଛେଦା ଏତଦ ସହ ନାଳ ନର୍ଦ୍ଦମାରୁ ନିର୍ଗତ ମଇଳା ସମୂହ ସ୍ବତଃପ୍ରବୃତ୍ତ ଭାବେ ଜଳବାୟୁ ମାଧ୍ୟମରେ ନଷ୍ଟ ହୋଇଯାଇଥାଏ l
ଜୈବ ବିଘଟନ ଅନୁପଯୁକ୍ତ (ଉପଯୁକ୍ତ ଭାବେ ବିଘଟନ ହୋଇ ନ ପାରିବା): ଯେଉଁ ବର୍ଜ୍ୟବସ୍ତୁ ପ୍ରକୃତିର ଜଳବାୟୁ ଦ୍ୱାରା ବିଘଟନ ହୋଇପାରି ନ ଥାଏ ତାକୁ ଜୈବବିଘଟନ ଅନୁପଯୁକ୍ତ କୁହାଯାଏ l ଏହା ମଧ୍ୟ ଦୁଇ ଭାଗରେ ବିଭକ୍ତ l
ପୁନଃବିନିଯୋଗ କରିବା : ସାଧାରଣତଃ ପ୍ଲାଷ୍ଟିକ ବୋତଲ, ପଲିଥିନ, ଜରି, ସୋଲ, ଥର୍ମୋକୁଲ, ଟିଣ, କପ୍‌ପ୍ଲେଟ, ଚମଡା ଆଦି ଅଦରକାରୀ ସାମଗ୍ରୀକୁ ତରଳାଇ କିମ୍ବା ପୁନଃ ଉପଯୋଗୀ କରାଯାଇଥାଏ। ଏଗୁଡ଼ିକ ପ୍ରକୃତିର ଜଳବାୟୁ ଦ୍ୱାରା ବିଘଟନ ହୋଇ ନ ପାରି ପରିବେଶକୁ ପ୍ରଦୂଷଣ କରିବାର ଅଧିକ ଆଶଙ୍କା ରହିଥାଏ l
ସଙ୍କଟକାରୀ ବର୍ଜ୍ୟବସ୍ତୁ : ସାଧାରଣତଃ ସମୟ ଅତିକ୍ରାନ୍ତ ଔଷଧ, ରାସାୟନିକ ପଦାର୍ଥ, ପୁରୁଣା ବ୍ୟାଟେରି, ରାସାୟନିକ ସାର, କୀଟନାଶକ ଔଷଧ ଆଦି ବୈଜ୍ଞାନିକ ପଦ୍ଧତି ଦ୍ୱାରା ନିଷ୍କ୍ରିୟ କରାଯିବା ଉଚିତ l ଘରଠାରୁ ସହର ପର୍ଯ୍ୟନ୍ତ ପ୍ରତିଦିନ ବିଭିନ୍ନ ରକମର କୁଢ଼ କୁଢ଼ ଅଳିଆ ଆବର୍ଜନା ପାହାଡ଼ ପରି ଜମା ହୋଇଥାଏ, ଯାହାକି ପରିବେଶକୁ ଦୂଷିତ କରିଥାଏ। ଏହାର ସମାଧାନ ନିମନ୍ତେ ବ୍ୟକ୍ତିଗତ, ସାମୂହିକ, ସରକାରୀ ଓ ବେସରକାରୀ ସ୍ତରରେ ସଚେତନ ହୋଇ ଉପରୋକ୍ତ ଜୈବପଦ୍ଧତି ଦ୍ୱାରା ସମସ୍ତ ବର୍ଜ୍ୟବସ୍ତୁକୁ ଉପଯୁକ୍ତ ପ୍ରଣାଳୀରେ ବିଘଟନ କରି ପୁନଃ ପ୍ରଚଳନ କରିବା ଦରକାର। ବର୍ଜ୍ୟବସ୍ତୁକୁ ଯଦି ନିଷ୍କ୍ରିୟ କରା ନ ଯାଏ ତେବେ ପ୍ରକୃତି ଓ ପରିବେଶ,ଜଳବାୟୁ ଉପରେ ଏହା ପ୍ରତିକୂଳ ପ୍ରଭାବ ପଡ଼ିବ, ଯଦ୍ଦ୍ବାରା ଏକ ଭୟାନକ ପରିସ୍ଥିତିକୁ ଆମେ ଓ ଭବିଷ୍ୟତ ପିଢ଼ି ସାମ୍ନା କରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର. ଚନ୍ଦାହାଣ୍ଡି,
ନବରଙ୍ଗପୁର l
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri