ପ୍ରକୃତି ସଙ୍କଟ ଓ ସମାଧାନ

ୟୁକ୍ରେନ୍‌ ବିରୋଧରେ ରୁଷିଆ ଯୁଦ୍ଧ ଓ ଚାଇନା ସହିତ ଆମେରିକାର ଶତ୍ରୁତା ବିଶ୍ୱ ଦୃଶ୍ୟପଟରେ ଚିନ୍ତା ବଢ଼ାଇଦେଇଛି। ଏହି ସ୍ଥିତି ସହ ସମ୍ବନ୍ଧିତ ଭୂରାଜନୈତିକ ପରିବର୍ତ୍ତନ ନିକଟ ବର୍ଷଗୁଡ଼ିକରେ ବହୁଦେଶୀୟ ଭାଗୀଦାରି ଧାରାକୁ ବି ଦୋହଲାଇ ଦେଇଛି। ଖାଦ୍ୟ ଏବଂ ଶକ୍ତି ମୂଲ୍ୟବୃଦ୍ଧିଠାରୁ ଆରମ୍ଭ କରି ଯୁଦ୍ଧ ଯୋଗୁ ବିପଦ ବଢୁଛି। ଏଭଳି ପରିଣାମ ଉପରେ ବିସ୍ତୃତ ଆଲୋଚନା କରାଯାଉଥିବାବେଳେ ଜଳବାୟୁ ଓ ପ୍ରକୃତି ସଙ୍କଟକୁ ସମାଧାନ କରିବାର ପ୍ରୟାସକୁ ଅଧିକ ଧ୍ୟାନ ଦେବା ଦରକାର। ଆମେ ଏବେ ଅନୁଭବ କରୁଥିବା ଭୂରାଜନୈତିକ ପରିବର୍ତ୍ତନ ବିଶ୍ୱକୁ ଦୁଇ ଭାଗରେ ବିଭକ୍ତ କରିଛି। ଏହାର ଏକ ସଙ୍କେତ ଗତବର୍ଷ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ବେଳେ ଦେଖିବାକୁ ମିଳିଥିଲା। ବିଶ୍ୱର ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଦେଶ (ଗ୍ଲୋବାଲ ସାଉଥ୍‌)ମଧ୍ୟରୁ ଅଧିକାଂଶ ରୁଷିଆର ଆକ୍ରମଣକୁ ସମର୍ଥନ କରିବା କିମ୍ବା ନିନ୍ଦା କରିବାକୁ ମନାକରିବା ଦେଖାଯାଇଥିଲା। ତେବେ ଏକ ପ୍ରମୁଖ ଅର୍ଥ ବ୍ୟବସ୍ଥା ଭାବେ ଉଭାହେଉଥିବା ବ୍ରିକ୍ସ ଗୋଷ୍ଠୀ (ବ୍ରାଜିଲ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ସବୁବେଳେ ପାଶ୍ଚତ୍ୟ ନେତୃତ୍ୱଧୀନ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକର ବିକଳ୍ପସବୁ ସୃଷ୍ଟି କରିବାକୁ ଚାହିଁଆସିଛନ୍ତି। ଏହି ଗୋଷ୍ଠୀ ଆଗକୁ ବଢିବା ଆରମ୍ଭ କରିପାରେ, କାରଣ ଏହା ସହ ୧୯ଟି ଦେଶ ଏବେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶ୍ୱସ୍ତରରେ ଆମେରିକୀୟ ଡଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ନୂଆ ବ୍ରିକ୍ସ ମୁଦ୍ରା ସୃଷ୍ଟି କରିବାକୁ ଅଲୋଚନା ଚାଲିଛି। ଏହି ସମୟରେ ଚାଇନା ତା’ମୁଦ୍ରା ‘ରେନମିନବି’କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ପ୍ରସାରିତ କରିବାକୁ ଜୋରସୋର ଲାଗିପଡ଼ିଛି। ଏଥିରେ ତାହା କିଛି ସଫଳତା ବି ପାଉଛି। ଖୁବ୍‌୍‌ ନିକଟରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡି ସିଲ୍‌ଭା ରେନମିନବିର ପ୍ରାଧାନ୍ୟ ଥିବା ବାଣିଜ୍ୟକୁ ନେଇ ଚାଇନା ଓ ବ୍ରାଜିଲ ମଧ୍ୟରେ ଚୁକ୍ତିକୁ ସୁଗମ କରିବାକୁ ପଦକ୍ଷେପ ନେଇଛନ୍ତି। ଏଭଳି ସହଯୋଗୀ ମନୋଭାବ ଗଢିବାର ସମନ୍ବିତ ପଦକ୍ଷେପ ବି ଜଳବାୟୁ ଓ ପ୍ରକୃତି ସଙ୍କଟକୁ ଆୟତ୍ତ କରିବା ପାଇଁ ଆବଶ୍ୟକ। କିନ୍ତୁ ଅବିଶ୍ୱାସ, ପ୍ରତିଯୋଗିତା, ବିତ୍ତୀୟ କଟକଣା ଏବଂ ଅସମାନ ରାଜନୈତିକ ସୁଯୋଗସବୁ ରହିଥିବା ବିଶ୍ୱରେ ଏହା ହେବା ଅସମ୍ଭବ। କାରଣ ଏବେ ବି ସମ୍ପର୍କ ଗଢିବାଠାରୁ ଦୂରେଇ ରହୁଥିବା ବିଶେଷକରି ଧନୀ ଦେଶଗୁଡ଼ିକ ବିଶ୍ୱରେ ବିଭାଜନ ବଢ଼ାଉଛନ୍ତି।
ୟୁରୋପୀୟ ସଂଘ (ଇୟୁ) ନିକଟରେ ଏକ ଆଇନ ଆଣିଛି, ଯେଉଁଥିରେ ଜଙ୍ଗଲ ଧ୍ୱଂସ ସହ ଜଡ଼ିତ ଉପତ୍ାଦଗୁଡ଼ିକର ଆମଦାନୀ ଉପରେ କଟକଣା ଲଗାଯାଇଛି। ଏହି ଆଇନ ଅନୁଯାୟୀ କଫି, ଗୋମାଂସ ଏବଂ ସୋୟା ଭଳି ସାମଗ୍ରୀକୁ ୟୁରୋପରେ ବିକ୍ରି କରୁଥିବା କମ୍ପାନୀଗୁଡ଼ିକୁ ଏସବୁ ଉପତ୍ାଦ ନିକଟରେ ଜଙ୍ଗଲ ଧ୍ୱଂସ ହୋଇଥିବା ଜମିରେ ଉପତ୍ାଦନ ହୋଇ ନ ଥିବାର ପ୍ରମାଣ ଦେବାକୁ ପଡ଼ିବ। ଏହି ଆଇନକୁ ଗ୍ରୀନ୍‌ ଆକ୍ଟିଭିଷ୍ଟ ଓ ୟୁରୋପୀୟ ନେତାମାନେ ସ୍ବାଗତ କରିଛନ୍ତି। କିନ୍ତୁ ଏହି ପଦକ୍ଷେପକୁ ନେଇ ସମାଲୋଚନା ହେଉଛି। ଉକ୍ତ ଆଇନ ପାସ୍‌ ହେବା ପୂର୍ବରୁ ବ୍ରାଜିଲ ଓ ଇଣ୍ଡୋନେସିଆ ସରକାର ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ଥିତ୍ବା ୧୪ଟି ଦେଶର ସ୍ବାକ୍ଷର ସମ୍ବଳିତ ଚିଠି ଦାଖଲ କରି ଅନ୍ତର୍ଜାତୀୟ ସ୍ତରରେ ଅନ୍ୟ ଦେଶଗୁଡ଼ିକୁ ସାମିଲ ନ କରି ଇୟୁ ଏକତରଫା ଆଇନ ଗଢ଼ିବାକୁ ପ୍ରୟାସ କରୁଥିଲା ବୋଲି ଦର୍ଶାଉଥିଲେ। ହେଲେ ସମ୍ପୃକ୍ତ ଦେଶଗୁଡ଼ିକ ସହ ପରାମର୍ଶ ନ କରି ଇୟୁ ଉପତ୍ାଦଗୁଡ଼ିକୁ ନେଇ ଅନିଶ୍ଚିତ ଓ ଭେଦଭାବପୂର୍ଣ୍ଣ ଆଇନ ଗଢିଦେଲା।
ବାଧ୍ୟତାମୂଳକ ହୋଇ ନ ଥିବା କାର୍ବନ କ୍ରେଡିଟ୍‌ ମାର୍କେଟ ଓ ବାୟୋଡାଇଭର୍ସିଟି ମାର୍କେଟଗୁଡ଼ିକ ମଧ୍ୟ ସମାନ ଭାବେ ତ୍ରୁଟିପୂର୍ଣ୍ଣ। ଧନୀଦେଶର ସମାଲୋଚକମାନେ ଅଭିଯୋଗ କରନ୍ତି ଯେ,ଏହିସବୁ ମାର୍କେଟ ବାୟୁମଣ୍ଡଳରୁ କାର୍ବନ ହ୍ରାସ କରିବାରେ ବିଫଳ ହୋଇଛନ୍ତି। ବ୍ୟାପକ ତ୍ରୁଟି ଯୋଗୁ ପ୍ରକୃତି ଆଧାରିତ କାର୍ବନ କ୍ରେଡିଟ୍‌ଗୁଡ଼ିକରେ ଦୁର୍ନୀତି ବଢୁଛି। ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଦେଶଗୁଡ଼ିକର ନେତାମାନେ ସେମାନଙ୍କ ପକ୍ଷରୁ ଅସମାନତାକୁ ସାମ୍ନାକୁ ଆଣିଛନ୍ତି। ଗ୍ଲୋବାଲ ସାଉଥ୍‌ରେ ୫-୧୦ ଡଲାରରୁ କମ୍‌ରେ କିଣାଯାଇଥିବା କାର୍ବନ କ୍ରେଡିଟ୍‌କୁ ୟୁରୋପରେ ୧୦୦ କିମ୍ବା ଏହାଠାରୁ ଅଧିକ ଡଲାରରେ ବିକ୍ରି କରାଯାଇଛି। ତେବେ ବିକାଶଶୀଳ ଅର୍ଥ ବ୍ୟବସ୍ଥାର ନେତାମାନେ ଜଙ୍ଗଲ ସୁରକ୍ଷା ଲାଗି ପାଣ୍ଠି ଯୋଗାଣରେ ଧନୀ ଦେଶଗୁଡ଼ିକର ନିଷ୍କ୍ରିୟତାକୁ ପଦାକୁ ଆଣିଛନ୍ତି। ନିକଟରେ ‘ଓ୍ବାନ ଫରେଷ୍ଟ ସମିଟ୍‌’ବା ସମ୍ମିଳନୀ ଗାବୋନର ରାଷ୍ଟ୍ରପତି ଅଲି ବୋଙ୍ଗୋ ଓଣ୍ଡିମ୍ବା ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଗାବୋନର ପରିବେଶ ମନ୍ତ୍ରୀ ଲି ହ୍ବାଇଟ ଉଲ୍ଲେଖ କରିଥିଲେ ଯେ,ପୃଥିବୀରେ ସବୁଠୁ ଅଧିକ କାର୍ବନ ଶୋଷୁଥିବା ଜଙ୍ଗଲର ଭୂମିକା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ କରିବାରେ ୨୦-୩୦% ରହୁଛି। ଯଦି କାର୍ବନ କ୍ରେଡିଟଗୁଡ଼ିକୁ ଉଚିତ ମୂଲ୍ୟରେ କିଣାଯାଇପାରିବ, ତେବେ କାର୍ବନ କ୍ରେଡିଟ୍‌ ଜଙ୍ଗଲ ସୁରକ୍ଷା ଦିଗରେ ପାଣ୍ଠି ଯୋଗାଣକୁ ସୁଗମ କରିବାରେ ସାହାଯ୍ୟ କରିପାରିବ।
ଜଳବାୟୁ ଓ ପ୍ରକୃତିର ସହଭାଗୀ ଲକ୍ଷ୍ୟରେ ଅଧିକ ସାମିଲ ହେବା ଓ ପ୍ରକୃତିକୁ ଗତିଶୀଳ କରିବା ପାଇଁ ଅନେକ ସିଧା ବାଟ ରହିଅଛି। ଉଦାହରଣ ସ୍ବରୂପ, ଜଙ୍ଗଲ ନଷ୍ଟ ରୋକିବାକୁ ଇୟୁ ଆଣିଥିବା ନୂଆ ଆଇନର ଅତ୍ୟଧିକ ପ୍ରଭାବ ରହିବ। ଏହା ମଧ୍ୟ ଏକ ପ୍ରଭାବୀ ସହଯୋଗକୁ ଉତ୍ସାହିତ କରିପାରେ। ଆଗକୁ ବଢିବାକୁ ଯଦି ଏହି ପଦକ୍ଷେପ ସମର୍ଥନ ହାସଲ କରେ, ତେବେ ପ୍ରଭାବିତ ଦେଶଗୁଡ଼ିକରେ ଏଭଳି ଆଇନ ଆଣିବାରେ ସାହାଯ୍ୟ କରିପାରିବ। ତେବେ ଓ୍ବାନ୍‌ ଫରେଷ୍ଟ ସମିଟ୍‌ ସମୟରେ ସହଭାଗୀ ଅନ୍ତଃଦୃଷ୍ଟି ସୃଷ୍ଟି ହେବା ଯୋଗୁ ଜଙ୍ଗଲ ସଂରକ୍ଷଣ କରୁଥିବା ଏବଂ କାର୍ବନ ଓ ବାୟୋଡାଇଭର୍ସିଟି କ୍ରେଡିଟ ପାଇଁ ଏକ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଦେଶଗୁଡ଼ିକୁ ଜୈବବିବିଧତା ସେବା ଲାଗି ଦେୟ ଦେବାକୁ ନିଆଯାଇଥିବା ସିଦ୍ଧାନ୍ତକୁ ଧନୀ ଦେଶଗୁଡ଼ିକ ଗ୍ରହଣ କରିପାରନ୍ତି। ନିକଟରେ ଜି୭ ‘ଆଲିଆନ୍ସ ଅଫ୍‌ ନେଚର ପଜିଟିଭ ଇକୋନୋମିଜ’ ଘୋଷଣା କରିଛି। ପ୍ରାଇଭେଟ ସେକ୍ଟର ଓ ସିଭିଲ ସୋସାଇଟି ସହଯୋଗରେ ଜ୍ଞାନ ଶେୟାର କରିବା ଏବଂ ସୂଚନା ନେଟଓ୍ବର୍କ ସୃଷ୍ଟି କରିବା ପାଇଁ ଏହାକୁ ଏକ ଫୋରମ ଭାବେ ଗ୍ରହଣ କରାଯାଉଛି। ଅଧିକ ସହଯୋଗ ଦିଗରେ ପରିବର୍ତ୍ତନକୁ ଏହା ସମର୍ଥନ କରିପାରେ। ଏବକାର ଟେକ୍ନୋଲୋଜି ବିନା ଏବଂ ବାଣିଜ୍ୟରେ ଅଧିକ ବାଧା ସୃଷ୍ଟି ନ କରି ପ୍ରକୃତି ଓ ଜଳବାୟୁ ଲକ୍ଷ୍ୟଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବ ତା’ ଉପରେ ଅଧିକ ଧ୍ୟାନ ଦେବା ହେଉଛି ମୁଖ୍ୟ ବିଷୟ। ଏହା ବ୍ୟତୀତ ସମ୍ମିଳିତ ଭାବ ଓ ସମାନତା ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର।
୨୦୨୪ରେ ଜି୨୦ର ଅଧ୍ୟକ୍ଷତା କରିବା ଏବଂ ୨୦୨୫ରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌ ୩୦)ର ଆୟୋଜକ ଭାବେ ବ୍ରାଜିଲ ପାଇଁ ଏସବୁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ପ୍ରକୃତି ସମୃଦ୍ଧ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ସବୁଠୁୁ ପ୍ରଭାବଶଳୀ ପ୍ରତିନିଧି ଭାବେ ବ୍ରାଜିଲ ଜଳବାୟୁ ସୁରକ୍ଷା ଓ ପ୍ରକୃତିର ସଂରକ୍ଷଣ ପାଇଁ ଅତ୍ୟଧିକ କାର୍ଯ୍ୟ କରୁଥିବା ଦେଶଗୁଡ଼ିକର ଅଧିକ ସମର୍ଥନ ପାଇଁ ଏହି ସବୁ ପ୍ଲାଟ୍‌ଫର୍ମକୁ ବ୍ୟବହାର କରିବାର ସମ୍ଭାବନା ରହିଛି। ତେବେ ବିଶ୍ୱ ଆର୍ଥିକ ଓ ବିତ୍ତୀୟ ଯୋଜାନକୁ ପରିସଂସ୍ଥା ଲକ୍ଷ୍ୟ ଆଡ଼କୁ ମୁହଁାଇବା ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର। ପ୍ରକୃତି ଓ ଜଳବାୟୁ ନୂଆ ଭୂରାଜନୀତି ସ୍ଥିତିର ଅଂଶବିଶେଷ। ବିଶ୍ୱର ସବୁଠୁ ଅଧିକ ଉଷ୍ମମଣ୍ଡଳୀୟ ଜଙ୍ଗଲ ଥିତ୍ବା ବ୍ରାଜିଲ, ଇଣ୍ଡୋନେସିଆ ଏବଂ ରିପବ୍ଲିକ ଅଫ୍‌ କଙ୍ଗୋ ଜଙ୍ଗଲ ସଂରକ୍ଷଣ କରିବା ଲାଗି ଧନୀ ଦେଶଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ଚାପ ପକାଇବା ଲକ୍ଷ୍ୟରେ ଏକ ମେଣ୍ଟ ଗଠନ କରିଛନ୍ତି। ଜଙ୍ଗଲ ନଷ୍ଟ ରୋକିବା ଲାଗି ଇୟୁ ଆଣିଥିବା ନୂଆ ଆଇନ ଓ ସ୍ବେଚ୍ଛାକୃତ କାର୍ବନ କ୍ରେଡିଟ୍‌ ମାର୍କେଟ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଉଚିତ ପଦକ୍ଷେପ ହେବ ବୋଲି ମନେହେଉଛି। ସେମାନେ ସ୍ବଳ୍ପକାଳୀନ ଲାଭ ଆଣିପାରନ୍ତି, କିନ୍ତୁ ଭୂରାଜନୀତିକ ପୁନର୍ଗଠନ ସମୟରେ ବିକାଶଶୀଳ ଦେଶଗୁଡ଼କୁ ଅଲଗା କଲେ ସେମାନଙ୍କର ଦୀର୍ଘକାଳୀନ କ୍ଷତି ଅତ୍ୟଧିକ ହେବାର ସମ୍ଭାବନା ରହିଛି।

– ସିମୋନ ଜାଡେକ
ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର, ନେଚର ଫାଇନାନ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?