ପ୍ରକୃତି ସଙ୍କଟ ଓ ସମାଧାନ

ୟୁକ୍ରେନ୍‌ ବିରୋଧରେ ରୁଷିଆ ଯୁଦ୍ଧ ଓ ଚାଇନା ସହିତ ଆମେରିକାର ଶତ୍ରୁତା ବିଶ୍ୱ ଦୃଶ୍ୟପଟରେ ଚିନ୍ତା ବଢ଼ାଇଦେଇଛି। ଏହି ସ୍ଥିତି ସହ ସମ୍ବନ୍ଧିତ ଭୂରାଜନୈତିକ ପରିବର୍ତ୍ତନ ନିକଟ ବର୍ଷଗୁଡ଼ିକରେ ବହୁଦେଶୀୟ ଭାଗୀଦାରି ଧାରାକୁ ବି ଦୋହଲାଇ ଦେଇଛି। ଖାଦ୍ୟ ଏବଂ ଶକ୍ତି ମୂଲ୍ୟବୃଦ୍ଧିଠାରୁ ଆରମ୍ଭ କରି ଯୁଦ୍ଧ ଯୋଗୁ ବିପଦ ବଢୁଛି। ଏଭଳି ପରିଣାମ ଉପରେ ବିସ୍ତୃତ ଆଲୋଚନା କରାଯାଉଥିବାବେଳେ ଜଳବାୟୁ ଓ ପ୍ରକୃତି ସଙ୍କଟକୁ ସମାଧାନ କରିବାର ପ୍ରୟାସକୁ ଅଧିକ ଧ୍ୟାନ ଦେବା ଦରକାର। ଆମେ ଏବେ ଅନୁଭବ କରୁଥିବା ଭୂରାଜନୈତିକ ପରିବର୍ତ୍ତନ ବିଶ୍ୱକୁ ଦୁଇ ଭାଗରେ ବିଭକ୍ତ କରିଛି। ଏହାର ଏକ ସଙ୍କେତ ଗତବର୍ଷ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ବେଳେ ଦେଖିବାକୁ ମିଳିଥିଲା। ବିଶ୍ୱର ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଦେଶ (ଗ୍ଲୋବାଲ ସାଉଥ୍‌)ମଧ୍ୟରୁ ଅଧିକାଂଶ ରୁଷିଆର ଆକ୍ରମଣକୁ ସମର୍ଥନ କରିବା କିମ୍ବା ନିନ୍ଦା କରିବାକୁ ମନାକରିବା ଦେଖାଯାଇଥିଲା। ତେବେ ଏକ ପ୍ରମୁଖ ଅର୍ଥ ବ୍ୟବସ୍ଥା ଭାବେ ଉଭାହେଉଥିବା ବ୍ରିକ୍ସ ଗୋଷ୍ଠୀ (ବ୍ରାଜିଲ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ସବୁବେଳେ ପାଶ୍ଚତ୍ୟ ନେତୃତ୍ୱଧୀନ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକର ବିକଳ୍ପସବୁ ସୃଷ୍ଟି କରିବାକୁ ଚାହିଁଆସିଛନ୍ତି। ଏହି ଗୋଷ୍ଠୀ ଆଗକୁ ବଢିବା ଆରମ୍ଭ କରିପାରେ, କାରଣ ଏହା ସହ ୧୯ଟି ଦେଶ ଏବେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶ୍ୱସ୍ତରରେ ଆମେରିକୀୟ ଡଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ନୂଆ ବ୍ରିକ୍ସ ମୁଦ୍ରା ସୃଷ୍ଟି କରିବାକୁ ଅଲୋଚନା ଚାଲିଛି। ଏହି ସମୟରେ ଚାଇନା ତା’ମୁଦ୍ରା ‘ରେନମିନବି’କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ପ୍ରସାରିତ କରିବାକୁ ଜୋରସୋର ଲାଗିପଡ଼ିଛି। ଏଥିରେ ତାହା କିଛି ସଫଳତା ବି ପାଉଛି। ଖୁବ୍‌୍‌ ନିକଟରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡି ସିଲ୍‌ଭା ରେନମିନବିର ପ୍ରାଧାନ୍ୟ ଥିବା ବାଣିଜ୍ୟକୁ ନେଇ ଚାଇନା ଓ ବ୍ରାଜିଲ ମଧ୍ୟରେ ଚୁକ୍ତିକୁ ସୁଗମ କରିବାକୁ ପଦକ୍ଷେପ ନେଇଛନ୍ତି। ଏଭଳି ସହଯୋଗୀ ମନୋଭାବ ଗଢିବାର ସମନ୍ବିତ ପଦକ୍ଷେପ ବି ଜଳବାୟୁ ଓ ପ୍ରକୃତି ସଙ୍କଟକୁ ଆୟତ୍ତ କରିବା ପାଇଁ ଆବଶ୍ୟକ। କିନ୍ତୁ ଅବିଶ୍ୱାସ, ପ୍ରତିଯୋଗିତା, ବିତ୍ତୀୟ କଟକଣା ଏବଂ ଅସମାନ ରାଜନୈତିକ ସୁଯୋଗସବୁ ରହିଥିବା ବିଶ୍ୱରେ ଏହା ହେବା ଅସମ୍ଭବ। କାରଣ ଏବେ ବି ସମ୍ପର୍କ ଗଢିବାଠାରୁ ଦୂରେଇ ରହୁଥିବା ବିଶେଷକରି ଧନୀ ଦେଶଗୁଡ଼ିକ ବିଶ୍ୱରେ ବିଭାଜନ ବଢ଼ାଉଛନ୍ତି।
ୟୁରୋପୀୟ ସଂଘ (ଇୟୁ) ନିକଟରେ ଏକ ଆଇନ ଆଣିଛି, ଯେଉଁଥିରେ ଜଙ୍ଗଲ ଧ୍ୱଂସ ସହ ଜଡ଼ିତ ଉପତ୍ାଦଗୁଡ଼ିକର ଆମଦାନୀ ଉପରେ କଟକଣା ଲଗାଯାଇଛି। ଏହି ଆଇନ ଅନୁଯାୟୀ କଫି, ଗୋମାଂସ ଏବଂ ସୋୟା ଭଳି ସାମଗ୍ରୀକୁ ୟୁରୋପରେ ବିକ୍ରି କରୁଥିବା କମ୍ପାନୀଗୁଡ଼ିକୁ ଏସବୁ ଉପତ୍ାଦ ନିକଟରେ ଜଙ୍ଗଲ ଧ୍ୱଂସ ହୋଇଥିବା ଜମିରେ ଉପତ୍ାଦନ ହୋଇ ନ ଥିବାର ପ୍ରମାଣ ଦେବାକୁ ପଡ଼ିବ। ଏହି ଆଇନକୁ ଗ୍ରୀନ୍‌ ଆକ୍ଟିଭିଷ୍ଟ ଓ ୟୁରୋପୀୟ ନେତାମାନେ ସ୍ବାଗତ କରିଛନ୍ତି। କିନ୍ତୁ ଏହି ପଦକ୍ଷେପକୁ ନେଇ ସମାଲୋଚନା ହେଉଛି। ଉକ୍ତ ଆଇନ ପାସ୍‌ ହେବା ପୂର୍ବରୁ ବ୍ରାଜିଲ ଓ ଇଣ୍ଡୋନେସିଆ ସରକାର ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ଥିତ୍ବା ୧୪ଟି ଦେଶର ସ୍ବାକ୍ଷର ସମ୍ବଳିତ ଚିଠି ଦାଖଲ କରି ଅନ୍ତର୍ଜାତୀୟ ସ୍ତରରେ ଅନ୍ୟ ଦେଶଗୁଡ଼ିକୁ ସାମିଲ ନ କରି ଇୟୁ ଏକତରଫା ଆଇନ ଗଢ଼ିବାକୁ ପ୍ରୟାସ କରୁଥିଲା ବୋଲି ଦର୍ଶାଉଥିଲେ। ହେଲେ ସମ୍ପୃକ୍ତ ଦେଶଗୁଡ଼ିକ ସହ ପରାମର୍ଶ ନ କରି ଇୟୁ ଉପତ୍ାଦଗୁଡ଼ିକୁ ନେଇ ଅନିଶ୍ଚିତ ଓ ଭେଦଭାବପୂର୍ଣ୍ଣ ଆଇନ ଗଢିଦେଲା।
ବାଧ୍ୟତାମୂଳକ ହୋଇ ନ ଥିବା କାର୍ବନ କ୍ରେଡିଟ୍‌ ମାର୍କେଟ ଓ ବାୟୋଡାଇଭର୍ସିଟି ମାର୍କେଟଗୁଡ଼ିକ ମଧ୍ୟ ସମାନ ଭାବେ ତ୍ରୁଟିପୂର୍ଣ୍ଣ। ଧନୀଦେଶର ସମାଲୋଚକମାନେ ଅଭିଯୋଗ କରନ୍ତି ଯେ,ଏହିସବୁ ମାର୍କେଟ ବାୟୁମଣ୍ଡଳରୁ କାର୍ବନ ହ୍ରାସ କରିବାରେ ବିଫଳ ହୋଇଛନ୍ତି। ବ୍ୟାପକ ତ୍ରୁଟି ଯୋଗୁ ପ୍ରକୃତି ଆଧାରିତ କାର୍ବନ କ୍ରେଡିଟ୍‌ଗୁଡ଼ିକରେ ଦୁର୍ନୀତି ବଢୁଛି। ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଦେଶଗୁଡ଼ିକର ନେତାମାନେ ସେମାନଙ୍କ ପକ୍ଷରୁ ଅସମାନତାକୁ ସାମ୍ନାକୁ ଆଣିଛନ୍ତି। ଗ୍ଲୋବାଲ ସାଉଥ୍‌ରେ ୫-୧୦ ଡଲାରରୁ କମ୍‌ରେ କିଣାଯାଇଥିବା କାର୍ବନ କ୍ରେଡିଟ୍‌କୁ ୟୁରୋପରେ ୧୦୦ କିମ୍ବା ଏହାଠାରୁ ଅଧିକ ଡଲାରରେ ବିକ୍ରି କରାଯାଇଛି। ତେବେ ବିକାଶଶୀଳ ଅର୍ଥ ବ୍ୟବସ୍ଥାର ନେତାମାନେ ଜଙ୍ଗଲ ସୁରକ୍ଷା ଲାଗି ପାଣ୍ଠି ଯୋଗାଣରେ ଧନୀ ଦେଶଗୁଡ଼ିକର ନିଷ୍କ୍ରିୟତାକୁ ପଦାକୁ ଆଣିଛନ୍ତି। ନିକଟରେ ‘ଓ୍ବାନ ଫରେଷ୍ଟ ସମିଟ୍‌’ବା ସମ୍ମିଳନୀ ଗାବୋନର ରାଷ୍ଟ୍ରପତି ଅଲି ବୋଙ୍ଗୋ ଓଣ୍ଡିମ୍ବା ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଗାବୋନର ପରିବେଶ ମନ୍ତ୍ରୀ ଲି ହ୍ବାଇଟ ଉଲ୍ଲେଖ କରିଥିଲେ ଯେ,ପୃଥିବୀରେ ସବୁଠୁ ଅଧିକ କାର୍ବନ ଶୋଷୁଥିବା ଜଙ୍ଗଲର ଭୂମିକା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ କରିବାରେ ୨୦-୩୦% ରହୁଛି। ଯଦି କାର୍ବନ କ୍ରେଡିଟଗୁଡ଼ିକୁ ଉଚିତ ମୂଲ୍ୟରେ କିଣାଯାଇପାରିବ, ତେବେ କାର୍ବନ କ୍ରେଡିଟ୍‌ ଜଙ୍ଗଲ ସୁରକ୍ଷା ଦିଗରେ ପାଣ୍ଠି ଯୋଗାଣକୁ ସୁଗମ କରିବାରେ ସାହାଯ୍ୟ କରିପାରିବ।
ଜଳବାୟୁ ଓ ପ୍ରକୃତିର ସହଭାଗୀ ଲକ୍ଷ୍ୟରେ ଅଧିକ ସାମିଲ ହେବା ଓ ପ୍ରକୃତିକୁ ଗତିଶୀଳ କରିବା ପାଇଁ ଅନେକ ସିଧା ବାଟ ରହିଅଛି। ଉଦାହରଣ ସ୍ବରୂପ, ଜଙ୍ଗଲ ନଷ୍ଟ ରୋକିବାକୁ ଇୟୁ ଆଣିଥିବା ନୂଆ ଆଇନର ଅତ୍ୟଧିକ ପ୍ରଭାବ ରହିବ। ଏହା ମଧ୍ୟ ଏକ ପ୍ରଭାବୀ ସହଯୋଗକୁ ଉତ୍ସାହିତ କରିପାରେ। ଆଗକୁ ବଢିବାକୁ ଯଦି ଏହି ପଦକ୍ଷେପ ସମର୍ଥନ ହାସଲ କରେ, ତେବେ ପ୍ରଭାବିତ ଦେଶଗୁଡ଼ିକରେ ଏଭଳି ଆଇନ ଆଣିବାରେ ସାହାଯ୍ୟ କରିପାରିବ। ତେବେ ଓ୍ବାନ୍‌ ଫରେଷ୍ଟ ସମିଟ୍‌ ସମୟରେ ସହଭାଗୀ ଅନ୍ତଃଦୃଷ୍ଟି ସୃଷ୍ଟି ହେବା ଯୋଗୁ ଜଙ୍ଗଲ ସଂରକ୍ଷଣ କରୁଥିବା ଏବଂ କାର୍ବନ ଓ ବାୟୋଡାଇଭର୍ସିଟି କ୍ରେଡିଟ ପାଇଁ ଏକ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଦେଶଗୁଡ଼ିକୁ ଜୈବବିବିଧତା ସେବା ଲାଗି ଦେୟ ଦେବାକୁ ନିଆଯାଇଥିବା ସିଦ୍ଧାନ୍ତକୁ ଧନୀ ଦେଶଗୁଡ଼ିକ ଗ୍ରହଣ କରିପାରନ୍ତି। ନିକଟରେ ଜି୭ ‘ଆଲିଆନ୍ସ ଅଫ୍‌ ନେଚର ପଜିଟିଭ ଇକୋନୋମିଜ’ ଘୋଷଣା କରିଛି। ପ୍ରାଇଭେଟ ସେକ୍ଟର ଓ ସିଭିଲ ସୋସାଇଟି ସହଯୋଗରେ ଜ୍ଞାନ ଶେୟାର କରିବା ଏବଂ ସୂଚନା ନେଟଓ୍ବର୍କ ସୃଷ୍ଟି କରିବା ପାଇଁ ଏହାକୁ ଏକ ଫୋରମ ଭାବେ ଗ୍ରହଣ କରାଯାଉଛି। ଅଧିକ ସହଯୋଗ ଦିଗରେ ପରିବର୍ତ୍ତନକୁ ଏହା ସମର୍ଥନ କରିପାରେ। ଏବକାର ଟେକ୍ନୋଲୋଜି ବିନା ଏବଂ ବାଣିଜ୍ୟରେ ଅଧିକ ବାଧା ସୃଷ୍ଟି ନ କରି ପ୍ରକୃତି ଓ ଜଳବାୟୁ ଲକ୍ଷ୍ୟଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବ ତା’ ଉପରେ ଅଧିକ ଧ୍ୟାନ ଦେବା ହେଉଛି ମୁଖ୍ୟ ବିଷୟ। ଏହା ବ୍ୟତୀତ ସମ୍ମିଳିତ ଭାବ ଓ ସମାନତା ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର।
୨୦୨୪ରେ ଜି୨୦ର ଅଧ୍ୟକ୍ଷତା କରିବା ଏବଂ ୨୦୨୫ରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌ ୩୦)ର ଆୟୋଜକ ଭାବେ ବ୍ରାଜିଲ ପାଇଁ ଏସବୁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ପ୍ରକୃତି ସମୃଦ୍ଧ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ସବୁଠୁୁ ପ୍ରଭାବଶଳୀ ପ୍ରତିନିଧି ଭାବେ ବ୍ରାଜିଲ ଜଳବାୟୁ ସୁରକ୍ଷା ଓ ପ୍ରକୃତିର ସଂରକ୍ଷଣ ପାଇଁ ଅତ୍ୟଧିକ କାର୍ଯ୍ୟ କରୁଥିବା ଦେଶଗୁଡ଼ିକର ଅଧିକ ସମର୍ଥନ ପାଇଁ ଏହି ସବୁ ପ୍ଲାଟ୍‌ଫର୍ମକୁ ବ୍ୟବହାର କରିବାର ସମ୍ଭାବନା ରହିଛି। ତେବେ ବିଶ୍ୱ ଆର୍ଥିକ ଓ ବିତ୍ତୀୟ ଯୋଜାନକୁ ପରିସଂସ୍ଥା ଲକ୍ଷ୍ୟ ଆଡ଼କୁ ମୁହଁାଇବା ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର। ପ୍ରକୃତି ଓ ଜଳବାୟୁ ନୂଆ ଭୂରାଜନୀତି ସ୍ଥିତିର ଅଂଶବିଶେଷ। ବିଶ୍ୱର ସବୁଠୁ ଅଧିକ ଉଷ୍ମମଣ୍ଡଳୀୟ ଜଙ୍ଗଲ ଥିତ୍ବା ବ୍ରାଜିଲ, ଇଣ୍ଡୋନେସିଆ ଏବଂ ରିପବ୍ଲିକ ଅଫ୍‌ କଙ୍ଗୋ ଜଙ୍ଗଲ ସଂରକ୍ଷଣ କରିବା ଲାଗି ଧନୀ ଦେଶଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ଚାପ ପକାଇବା ଲକ୍ଷ୍ୟରେ ଏକ ମେଣ୍ଟ ଗଠନ କରିଛନ୍ତି। ଜଙ୍ଗଲ ନଷ୍ଟ ରୋକିବା ଲାଗି ଇୟୁ ଆଣିଥିବା ନୂଆ ଆଇନ ଓ ସ୍ବେଚ୍ଛାକୃତ କାର୍ବନ କ୍ରେଡିଟ୍‌ ମାର୍କେଟ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଉଚିତ ପଦକ୍ଷେପ ହେବ ବୋଲି ମନେହେଉଛି। ସେମାନେ ସ୍ବଳ୍ପକାଳୀନ ଲାଭ ଆଣିପାରନ୍ତି, କିନ୍ତୁ ଭୂରାଜନୀତିକ ପୁନର୍ଗଠନ ସମୟରେ ବିକାଶଶୀଳ ଦେଶଗୁଡ଼କୁ ଅଲଗା କଲେ ସେମାନଙ୍କର ଦୀର୍ଘକାଳୀନ କ୍ଷତି ଅତ୍ୟଧିକ ହେବାର ସମ୍ଭାବନା ରହିଛି।

– ସିମୋନ ଜାଡେକ
ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର, ନେଚର ଫାଇନାନ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri