ସ୍ବାଭାବିକ ହେଉଛି ପେଟ୍ରୋଲ ବିକ୍ରି

ନୂଆଦିଲ୍ଲୀ, ୨।୮:  କୋଭିଡ୍‌ କଟକଣା କୋହଳ ହେଉଥିବାରୁ ବଜାର ବର୍ତ୍ତମାନ ପୁଣିଥରେ ଚଳଚଞ୍ଚଳ ହେଉଛି। ଜୁଲାଇରେ ତେଲ ଚାହିଦା ବଢ଼ିଛି। ଫଳରେ ପେଟ୍ରୋଲ ବ୍ୟବହାର କୋଭିଡ୍‌ ପୂର୍ବ ସ୍ଥିତିକୁ ଫେରିଥିବା ରବିବାର ପ୍ରକାଶିତ ପ୍ରାଥମିକ ବିକ୍ରି ଡାଟାରୁ ସାମ୍ନାକୁ ଆସିଛି। ଜୁଲାଇ ମାସରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ୨.୩୭ ନିୟୁତ ଟନ ତେଲ ବିକ୍ରି କରିବାକୁ ସକ୍ଷମ ହୋଇଛନ୍ତି। ଗତ ବର୍ଷ ସମାନ ସମୟ ତୁଳନାରେ ବିକ୍ରି ୧୭% ଊର୍ଦ୍ଧ୍ୱରେ ରହିଛି। ୨୦୧୯ ଜୁଲାଇ ତୁଳନାରେ ଏହା ୩.୫୬% ଅଧିକ ବୋଲି ଜଣାପଡିଛି। ସେହିଭଳି ଚଳିତବର୍ଷ ଜୁଲାଇରେ ୫.୪୫ ନିୟୁତ ଟନ୍‌ ଡିଜେଲ ବିକ୍ରି ହୋଇଛି। ୨୦୨୦ ଜୁଲାଇ ତୁଳନାରେ ଏହା ୧୨.୬% ଅଧିକ। ୨୦୧୯ ଜୁଲାଇ ତୁଳନାରେ ଡିଜେଲ ବ୍ୟବହାର ୧୦.୯% ନିମ୍ନରେ ରହିଛି। ଡିଜେଲ ଚାହିଦା ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ କିମ୍ବା ବୃଦ୍ଧିକୁ ସୁଚାଇଥାଏ।
ଉଲ୍ଲେଖଯୋଗ୍ୟ, ଭାରତର ବିଶୋଧିତ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଡିଜେଲର ଅଂଶ ୪୦% ରହିଛି। ସେହିଭଳି ରୋଷେଇ କ୍ଷେତ୍ରରେ ବ୍ୟବହାର ହେଉଥିବା ୪.୦୫% ବୃଦ୍ଧି ହୋଇ ୨.୩୬ ନିୟୁତ ଟନ୍‌ରେ ପହଞ୍ଚିଛି। ୨୦୧୯ ଜୁଲାଇ ତୁଳନାରେ ଏହା ୭.୫୫% ଊର୍ଦ୍ଧ୍ୱରେ ରହିଛି। ସେହିଭଳି ବିମାନ ଇନ୍ଧନ ବ୍ୟବହାର ୨.୯୧ ଲକ୍ଷ ଟନ୍‌ ରହିଛି। ଗତ ବର୍ଷ ଜୁଲାଇ ତୁଳନାରେ ୨୯.୫% ଅଧିକ। ୨୦୧୯ ଜୁଲାଇ ତୁଳନାରେ ଏହା ୫୩.୧% କମ୍‌। ୨୦୨୦-୨୧ ଡାଟା ମୁତାବକ, ପେଟ୍ରୋଲିୟମ ପ୍ରଡକ୍ଟ ଉପରେ କେନ୍ଦ୍ର ସରକାର ଉତ୍ପାଦ ଟିକସ ବାବଦକୁ ୪.୫୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ୨୦୧୪-୧୫ରେ ଏହା ୧.୭୨ ଲକ୍ଷ ଟଙ୍କା ସ୍ତରରେ ରହିଥିଲା। ଗତ ୬ ବର୍ଷରେ ଉତ୍ପାଦ ଟିକସ ସଂଗ୍ରହ ୩ ଗୁଣ ବଢ଼ିଛି। ସେହିଭଳି ରାଜ୍ୟଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେଉଥିବା ଭାଟ୍‌ ପରିମାଣ ପ୍ରାୟ ୪୩% ବଢ଼ିଛି। ୨୦୧୪-୧୫ରେ ରାଜ୍ୟର ୧.୩୭ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ୨୦୨୦-୨୧ରେ ଏହା ୨.୦୩ ଲକ୍ଷ କୋଟି ଟଙ୍କାକୁ ବଢ଼ିଛି। କୋଭିଡ୍‌ ମହାମାରୀ ସ୍ଥିତି ସତ୍ତ୍ୱେ ମଧ୍ୟ ସରକାର ତେଲ ଉପରେ ବୃହତ୍‌ ପରିମାଣର ଟିକସ ଲାଗୁ କରିବା ଯୋଗୁ ଏଭଳି ଟିକସ ଆଦାୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri