ଜଳବାୟୁ ଓ ସୁସ୍ଥ ଜୀବନ

କଥାରେ ଅଛି ‘ଯେ ଦେଶ ଯାଇ ସେ ଫଳ ଖାଇ’। ଏହି ଢଗ ଏବେ ଆମ ପାଇଁ ବେଦର ଗାର ପରି ଉପଲବ୍ଧି ହେଉଛି। ଭେଷଜ ବିଜ୍ଞାନର ସ୍ରଷ୍ଟା ମହର୍ଷି ଚରକଙ୍କ ମତରେ, ‘ମଣିଷ ଯେଉଁ ଜଳବାୟୁରେ ବାସକରେ ସେହି ଜଳବାୟୁରୁ ଉତ୍ପନ୍ନ ଖାଦ୍ୟ, ଔଷଧ ତା’ ପାଇଁ ନିହାତି ଆବଶ୍ୟକ। ମାତ୍ର ଆଜି ଆଧୁନିକ କମ୍ପ୍ୟୁଟର ଯୁଗରେ ଅନୁକରଣ ହିଁ ଆମ ଭେଜା ବା ମସ୍ତିଷ୍କରେ ବସିଛି। ଆଜିକାଲି ବିଜ୍ଞାନ ଆମକୁ ନୂଆ ଦିଗରେ ଅଗ୍ରସର କରୁଛି। ହେଲେ ଆମେ କେତେକ ଜିନିଷକୁ ଅନୁକରଣ କରି ଅଯଥାରେ ରୋଗର ସାମ୍‌ନା କରୁଛେ। କେତେକ ଔଷଧ ବିଷୟରେ ଭଲ ଭାବରେ ଅବଗତ ହେବା ଦରକାର। ଏହି ବିଷୟରେ ନ ଜାଣି କିଛି ବ୍ୟକ୍ତି ଔଷଧ ସେବନ କରିବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଛନ୍ତି। ଏବେ ଅନୁକରଣ ହନୁକରଣ ପାଲଟି ଯାଇଛି ବୋଲି କୁହାଯାଇପାରେ। ଗ୍ରୀଷ୍ମପ୍ରଧାନ ଦେଶରେ ଅଧିକ ଉତ୍ତାପ ଓ ଆର୍ଦ୍ର ଜଳବାୟୁ ଯୋଗୁ ଏଠାରେ ଦଶମାସ ଗରମ ଓ ଦୁଇମାସ ଥଣ୍ଡା। ତେଣୁ ଏଠାକାର ପାରମ୍ପରିକ ପୋଷାକ ହେଉଛି ସୂତା ପୋଷାକ (ଧୋତି, ପଞ୍ଜାବି, ଟ୍ରାଉଜର ଇତ୍ୟାଦି)। ମାତ୍ର ଏହା ବଦଳରେ ଟେରିକଟ ପ୍ୟାଣ୍ଟ, ଶାର୍ଟ, କୋଟ୍‌, ଟାଏ ପିନ୍ଧି ଆମେ ରହିବା ଯୋଗୁ ଲୋମକୂପରୁ ସ୍ବେଜର ବାଷ୍ପୀକରଣ ଠିକ୍‌ ରୂପେ ନ ହୋଇ ଲୋମଛିଦ୍ର ମୂଳରେ ସଂକ୍ରମଣ ହୋଇ ବିଭିନ୍ନ ଚର୍ମରୋଗ ସୃଷ୍ଟି କରୁଛି। ତତ୍‌ସଙ୍ଗେ ଶରୀରର ତାପମାତ୍ରାର ସମତା ରହେନାହିଁ। ଯଦି ଏହି ପରିସ୍ଥିତିରେ ଆମେ ରହିବା ତେବେ ଆମର ଅବସ୍ଥା କ’ଣ ହେବ?
ଆମ ସ୍ବାସ୍ଥ୍ୟ ପାଇଁ ଉପକାରୀ ଖାଦ୍ୟ ପଖାଳ, ରୁଟି, ଶାଗ, ନିରାମିଷ ଆହାର, ଦହି, ବଡ଼ିଚୂରା, କାକୁଡ଼ି-ଗାଜରରୁ ପ୍ରସ୍ତୁତ ସାଲାଡ୍‌, ସର ବିନା କ୍ଷୀର, ଚୂନା ମାଛ, ଗଜାମୁଗ, ବୁଟ, କେଶର ବ୍ୟତୀତ ଅଣ୍ଡା ଇତ୍ୟାଦି। ଯଦି ଏହା ବଦଳରେ ଆମେ ଦୈନିକ ମସଲା ତିଆରି ଖାଦ୍ୟ, ଫାଷ୍ଟଫୁଡ୍‌, ଚିକେନ, ମଟନ, ନିଶାଦ୍ରବ୍ୟ, ଚା, କଫି ଇତ୍ୟାଦି ଗରମକାରକ ଖାଦ୍ୟ ଖାଇବୁ ତେବେ ଶୀଘ୍ର ରୋଗରେ ପଡ଼ିବୁ ନାହିଁ କି? ସେହିପରି ଗ୍ରୀଷ୍ମପ୍ରଧାନ ଦେଶରେ ବ୍ୟବହୃତ ଔଷଧଗୁଡ଼ିକ କୃତ୍ରିମ ରାସାୟନିକ ପଦାର୍ଥରୁ ତିଆରି ଏବଂ ଏହା ଥଣ୍ଡା ଜଳବାୟୁରେ ଉତ୍ପନ୍ନ ପ୍ରାଣୀଙ୍କ ପାଇଁ ଅନୁକୂଳ ହେଲେ ମଧ୍ୟ କୃତ୍ରିମ ଯୋଗୁ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ। ଏବେ ଆମ ଆୟୁର୍ବେଦ ଶାସ୍ତ୍ରକୁ ଅନେକ ଦେଶ ଅନୁକରଣ କରି ବିଭିନ୍ନ ଭେଷଜ ଉପରେ ଗବେଷଣା କରି ନିମ୍ବ, ହଳଦୀ, ଅଶ୍ୱଗନ୍ଧା ଇତ୍ୟାଦିକୁ ପେଟେଣ୍ଟ କଲେଣି। ମାତ୍ର ଆମ ପ୍ରାକୃତିକ ଔଷଧ ତ୍ରିଦୋଷ ନାଶକ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ରହିତ ହୋଇଥିବା ବେଳେ ଗ୍ରୀଷ୍ମପ୍ରଧାନ ଦେଶର ବ୍ୟକ୍ତି ପାଇଁ ଉପଯୁକ୍ତ ଅଟେ।
ଗ୍ରାମ୍ୟ ପରିବେଶ ବ୍ୟକ୍ତିଠାରୁ ସହରର ଚାକଚକ୍ୟ ପରିବେଶର ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ କ୍ଷମତା ଯଥେଷ୍ଟ କମ୍‌, କାରଣ ଏମାନେ ଯେତେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନ ହୋଇ ପରିଷ୍କାର ପରିଚ୍ଛନ୍ନ ରହି ପ୍ରୋଟିନ୍‌ ଭିଟାମିନ୍‌ଯୁକ୍ତ ଖାଦ୍ୟ ସେବନ କରିଥାଆନ୍ତି। ହେଲେ ଗ୍ରାମ୍ୟ ପରିବେଶରେ ଶୁଦ୍ଧବାୟୁ, ପାହାଡ଼ ପର୍ବତର ଶୀତଳ ବାୟୁ ସ୍ପର୍ଶରେ ଧୂଳିଧୂଷରିତ ହେଲେ ମଧ୍ୟ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ତିଆରି ହୋଇ ଶ୍ୱେତରକ୍ତ କଣିକାର କାର୍ଯ୍ୟଶକ୍ତି ବୃଦ୍ଧିପାଏ। ତେଣୁ ରୋଗ ହୁଏ ନାହିଁ। ଯଦି ବା ସାଧାରଣ ରୋଗ ହୁଏ ଅଳ୍ପ ସାମୟିକ ଔଷଧ ବା ତୁଟୁକା ଚିକିତ୍ସା ଦ୍ୱାରା ଶୀଘ୍ର ଆରୋଗ୍ୟ ହୋଇଥାଏ। ପରିବାର ଉପରେ ଆର୍ଥିକ ବୋଝ କମିଯାଏ।
ପୂର୍ବେ ମାଟିପାତ୍ର, କାଠଚୁଲାରେ ରୋଷେଇ ହେଉଥିବା ବେଳେ କେତେକଙ୍କ ଘରେ ପିତ୍ତଳ, ଲୁହା କଡ଼େଇରେ ରୋଷେଇ ହୋଇଥାଏ। ଏହା ସିଧାସଳଖ ସୂର୍ଯ୍ୟକିରଣ ବା ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ପରିପାକ ହେଉଥିବାରୁ ସେତେବେଳେ ରୋଗ ନ ଥିଲା, ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ଲୋକେ ପ୍ରେସରକୁକ୍‌ର, ସିଲ୍‌ଭର ବାସନ, ପ୍ଲାଷ୍ଟିକ ଜିନିଷର ବହୁଳ ଭାବରେ ବ୍ୟବହାର କରୁଛନ୍ତି। ତା’ ସହ ଜୈବିକ ସାର ବଦଳରେ ଚାଷରେ କୃତ୍ରିମ ରାସାୟନିକ ସାର ପ୍ରୟୋଗ କରୁଛନ୍ତି। ଫଳରେ ଆମେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, କିଡ୍‌ନୀ, ଶୋଥ, କ୍ୟାନ୍‌ସର ଆଦି ରୋଗର ସମ୍ମୁଖୀନ ହେଉଛେ। ଏଥିସହ ଏଲୋପ୍ୟାଥିକ ଔଷଧର ବହୁଳ ବ୍ୟବହାର ମଧ୍ୟ ଅନ୍ୟ ଏକ କାରଣ ଅଟେ।
ପୁରୁଣା ଢଗରେ ଅଛି ଯେ, ‘ମଥାଏ ପଗଡ଼ି ପାଏ ତେଲ, ବୈଦ୍ୟ ସଙ୍ଗେ କରିବ ଗେଲ’, ଅର୍ଥାତ ମୁଣ୍ଡରେ ପଗଡ଼ି, ପାଦ ଓ ବୃଦ୍ଧାଙ୍ଗୁଠିରେ ତେଲ ଲଗାଇଲେ ମସ୍ତିସ୍କ ଥଣ୍ଡା ରହିବା ସହ ପାଦରେ ଥିବା ଶରୀରର ସମସ୍ତ ଅଙ୍ଗର ସ୍ନାୟୁର ମୁଖ୍ୟ ସଂଯୋଗ ବିନ୍ଦୁ ରହିଥିବା କାରଣରୁ ସ୍ନାୟୁରେ ବାତାବରୋଧ ହୋଇ ନ ଥାଏ। ଅନ୍ୟପକ୍ଷରେ ରକ୍ତ ସଞ୍ଚାଳନ ସୁଚାରୁରୂପେ ଚାଲେ। ତତ୍‌ସହିତ ନାକରେ ଅଣୁତୈଳ ନସ୍ୟ ନେଲେ ଏହା ମସ୍ତିଷ୍କର ଦ୍ୱାର ହୋଇଥିବାରୁ ଦୃଷ୍ଟିଶକ୍ତି ଠିକ୍‌ ରହିବା ସଙ୍ଗେ ସଙ୍ଗେ କର୍ଣ୍ଣ, ନାସା, ମସ୍ତିଷ୍କର କୌଣସି ରୋଗ ହୋଇ ନ ଥାଏ।
ଏଣୁ ସୁସ୍ଥ, ନୀରୋଗ ଜୀବନଯାପନ ପାଇଁ ଆୟୁର୍ବେଦରେ ବର୍ଣ୍ଣିତ ସ୍ବସ୍ଥ ବୃତ୍ତ ନିୟମ ପାଳନ ସହ ଋତୁ ଅନୁଯାୟୀ ଫଳ, ପନିପରିବା ଖାଇବା, ପ୍ରାକୃତିକ ପରିବେଶରେ ଅଧିକ ସମୟ ବିତେଇବା ବା ଭ୍ରମଣ କରିବା, ପ୍ରାତଃଭ୍ରମଣ, ଶାରୀରିକ ବ୍ୟାୟାମ, ଯୋଗ, ଧ୍ୟାନ, ଆସନ, ପ୍ରାଣାୟମ କରିବା, ପ୍ରାକୃତିକ ଚିକିତ୍ସା, ଆକ୍ୟୁପଙ୍କଚର ଚିକିତ୍ସା ହେବା, ମାତାପିତା ଏବଂ ଗୁରୁଜନଙ୍କୁ ଭକ୍ତି କରିବା, ତାଙ୍କ କଥା ମାନି ଚଳିବା, ନ୍ୟାୟ ଅନ୍ୟାୟ, ଉଚିତ ଅନୁଚିତ ବିବେକ ଖଟାଇ କାର୍ଯ୍ୟ କଲେ ମାନସିକ ଶାନ୍ତି ଆନନ୍ଦ ମିଳିବା ସହ ଶାରୀରିକ ବ୍ୟାଧି ହୋଇ ନ ଥାଏ।
ତେଣୁ ପ୍ରାକୃତିକକୁ ଆପଣେଇବା ନା ଆଧୁନିକତାର ଦ୍ୱାହିଦେଇ ରୋଗକୁ ଆମନ୍ତ୍ରଣ କରିବା ଅବା ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଔଷଧ ଥଳି ବେକରେ ବାନ୍ଧି ବୁଲିବା- ଏହା ପାଠକେ ନିର୍ଣ୍ଣୟ କରିବେ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri