ସ୍ବାଭାବିକ ହେଉଛି ପେଟ୍ରୋଲ ବିକ୍ରି

ନୂଆଦିଲ୍ଲୀ, ୨।୮:  କୋଭିଡ୍‌ କଟକଣା କୋହଳ ହେଉଥିବାରୁ ବଜାର ବର୍ତ୍ତମାନ ପୁଣିଥରେ ଚଳଚଞ୍ଚଳ ହେଉଛି। ଜୁଲାଇରେ ତେଲ ଚାହିଦା ବଢ଼ିଛି। ଫଳରେ ପେଟ୍ରୋଲ ବ୍ୟବହାର କୋଭିଡ୍‌ ପୂର୍ବ ସ୍ଥିତିକୁ ଫେରିଥିବା ରବିବାର ପ୍ରକାଶିତ ପ୍ରାଥମିକ ବିକ୍ରି ଡାଟାରୁ ସାମ୍ନାକୁ ଆସିଛି। ଜୁଲାଇ ମାସରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ୨.୩୭ ନିୟୁତ ଟନ ତେଲ ବିକ୍ରି କରିବାକୁ ସକ୍ଷମ ହୋଇଛନ୍ତି। ଗତ ବର୍ଷ ସମାନ ସମୟ ତୁଳନାରେ ବିକ୍ରି ୧୭% ଊର୍ଦ୍ଧ୍ୱରେ ରହିଛି। ୨୦୧୯ ଜୁଲାଇ ତୁଳନାରେ ଏହା ୩.୫୬% ଅଧିକ ବୋଲି ଜଣାପଡିଛି। ସେହିଭଳି ଚଳିତବର୍ଷ ଜୁଲାଇରେ ୫.୪୫ ନିୟୁତ ଟନ୍‌ ଡିଜେଲ ବିକ୍ରି ହୋଇଛି। ୨୦୨୦ ଜୁଲାଇ ତୁଳନାରେ ଏହା ୧୨.୬% ଅଧିକ। ୨୦୧୯ ଜୁଲାଇ ତୁଳନାରେ ଡିଜେଲ ବ୍ୟବହାର ୧୦.୯% ନିମ୍ନରେ ରହିଛି। ଡିଜେଲ ଚାହିଦା ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ କିମ୍ବା ବୃଦ୍ଧିକୁ ସୁଚାଇଥାଏ।
ଉଲ୍ଲେଖଯୋଗ୍ୟ, ଭାରତର ବିଶୋଧିତ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଡିଜେଲର ଅଂଶ ୪୦% ରହିଛି। ସେହିଭଳି ରୋଷେଇ କ୍ଷେତ୍ରରେ ବ୍ୟବହାର ହେଉଥିବା ୪.୦୫% ବୃଦ୍ଧି ହୋଇ ୨.୩୬ ନିୟୁତ ଟନ୍‌ରେ ପହଞ୍ଚିଛି। ୨୦୧୯ ଜୁଲାଇ ତୁଳନାରେ ଏହା ୭.୫୫% ଊର୍ଦ୍ଧ୍ୱରେ ରହିଛି। ସେହିଭଳି ବିମାନ ଇନ୍ଧନ ବ୍ୟବହାର ୨.୯୧ ଲକ୍ଷ ଟନ୍‌ ରହିଛି। ଗତ ବର୍ଷ ଜୁଲାଇ ତୁଳନାରେ ୨୯.୫% ଅଧିକ। ୨୦୧୯ ଜୁଲାଇ ତୁଳନାରେ ଏହା ୫୩.୧% କମ୍‌। ୨୦୨୦-୨୧ ଡାଟା ମୁତାବକ, ପେଟ୍ରୋଲିୟମ ପ୍ରଡକ୍ଟ ଉପରେ କେନ୍ଦ୍ର ସରକାର ଉତ୍ପାଦ ଟିକସ ବାବଦକୁ ୪.୫୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ୨୦୧୪-୧୫ରେ ଏହା ୧.୭୨ ଲକ୍ଷ ଟଙ୍କା ସ୍ତରରେ ରହିଥିଲା। ଗତ ୬ ବର୍ଷରେ ଉତ୍ପାଦ ଟିକସ ସଂଗ୍ରହ ୩ ଗୁଣ ବଢ଼ିଛି। ସେହିଭଳି ରାଜ୍ୟଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେଉଥିବା ଭାଟ୍‌ ପରିମାଣ ପ୍ରାୟ ୪୩% ବଢ଼ିଛି। ୨୦୧୪-୧୫ରେ ରାଜ୍ୟର ୧.୩୭ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ୨୦୨୦-୨୧ରେ ଏହା ୨.୦୩ ଲକ୍ଷ କୋଟି ଟଙ୍କାକୁ ବଢ଼ିଛି। କୋଭିଡ୍‌ ମହାମାରୀ ସ୍ଥିତି ସତ୍ତ୍ୱେ ମଧ୍ୟ ସରକାର ତେଲ ଉପରେ ବୃହତ୍‌ ପରିମାଣର ଟିକସ ଲାଗୁ କରିବା ଯୋଗୁ ଏଭଳି ଟିକସ ଆଦାୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?