ୟୁରୋପ ଗଲା ନାଟୋ ଯୁଦ୍ଧ ବିମାନ

କ୍ୱିଭ୍‌/ବ୍ରୁସେଲ୍ସ, ୨୫।୧: ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ର ସଦସ୍ୟ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି। ନାଟୋ ରୁଷିଆ ଉପରେ ଚାପ ପକାଇବା ସହ ପୂର୍ବ ୟୁରୋପର ସୁରକ୍ଷା ପାଇଁ ସୋମବାର ଜେଟ୍‌, ଯୁଦ୍ଧ ବିମାନ ପଠାଇଛି। ୟୁକ୍ରେନ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟ ମୁତୟନ କରି ଯୁଦ୍ଧ ସ୍ଥିତି ଉପୁଜାଇଥିବାବେଳେ ଏହାର ବିରୋଧ କରି ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ମଧ୍ୟ ସାମରିକ ସହାୟତା ଯୋଗାଣ ଆରମ୍ଭ କରିଛନ୍ତି। ସଦସ୍ୟ ଦେଶଗୁଡ଼ିକ ନାଟୋକୁ ଅତିରିକ୍ତ ସାମରିକ ବଳ ଯୋଗାଇଦେବା ସ୍ବାଗତଯୋଗ୍ୟ। ଏହି ସଙ୍ଗଠନର ରାଷ୍ଟ୍ରଗୁଡ଼ିକୁ ସୁରକ୍ଷା ଯୋଗାଇବା ପାଇଁ ନାଟୋ ସମସ୍ତ ଆବଶ୍ୟକ ପଦକ୍ଷେପ ନେବ ବୋଲି ଏହି ପାଶ୍ଚାତ୍ୟ ମିଲିଟାରି ଆଲାଏନ୍ସର ମହାସଚିବ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ଏକ ବିବୃତିରେ କହିଛନ୍ତି। ସେହିପରି ପୂର୍ବ ୟୁରୋପ ଏବଂ ବାଲଟିକ୍ସ ଅଞ୍ଚଳ ପାଇଁ କେତେ ହଜାର ଆମେରିକୀୟ ସୈନ୍ୟ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଚିନ୍ତା କରୁଥିବା ଜଣାଯାଇଛି।
ଯେ କୌଣସି ସମୟରେ ଆକ୍ରମଣ କରିବା ଆଶଙ୍କା ବଢ଼ୁଥିବାରୁ ୟୁକ୍ରେନ ରାଜଧାନୀ କ୍ୱିଭରେ ଥିବା ଦୂତାବାସଗୁଡ଼ିକୁ ବ୍ରିଟେନ ଏବଂ ଆମେରିକା ଖାଲି କରିବାରେ ଲାଗିଛନ୍ତି। ସେଠାରେ ଥିବା କର୍ମଚାରୀଙ୍କୁ ୟୁକ୍ରେନ ଛାଡ଼ିବାକୁ କୁହାଯାଇଛି। ଏଥିସହ କ୍ୱିଭରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି। ରୁଷିଆ ପକ୍ଷରୁ ଆକ୍ରମଣ ଆଶଙ୍କା ଏବଂ କୋଭିଡ୍‌-୧୯ ସଂକ୍ରମଣ ଦୃଷ୍ଟିରୁ ଅନାବଶ୍ୟକ ଭାବେ ୟୁକ୍ରେନ ନ ଯିବାକୁ ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି। ବ୍ରିଟେନ ମଧ୍ୟ କ୍ୱିଭ୍‌ରୁ ନିଜ ଦୂତାବାସ ଅଧିକାରୀଙ୍କୁ ଫେରିଆସିବାକୁ କହିଛି। ଦୂତାବାସ ଖାଲି କରାଯିବା ନିଷ୍ପତ୍ତିକୁ ୟୁକ୍ରେନ ସମାଲୋଚନା କରିଛି। ଉଭୟ ୟୁକ୍ରେନବାସୀ ଏବଂ ବିଦେଶୀ ନାଗରିକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ରୁଷିଆ ଜାଣିଶୁଣି ଏପରି କରୁଛି। ତେଣୁ ଆମେରିକା ଦୂତାବାସ ଖାଲି କରିବା ଏକ ପରିପକ୍ୱ ନିଷ୍ପତ୍ତି ନୁହେଁ ବୋଲି ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓଲେଗ୍‌ ନିକୋଲେଙ୍କୋ କହିଛନ୍ତି।
ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ପ୍ରଶଂସା କରି ଜର୍ମାନୀ ନୌସେନା ମୁଖ୍ୟ କେ-ଆଚିମ୍‌ ସ୍କୋନବାକ୍‌ଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ଏ ନେଇ ୟୁକ୍ରେନ ଜର୍ମାନୀକୁ ସ୍ପଷ୍ଟୀକରଣ ମାଗିଛି। ସେପଟେ ଆମେରିକାର ଅନୁରୋଧ ସତ୍ତ୍ୱେ ଜର୍ମାନୀ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ରବିବାର ରାତିରେ ମନା କରିଛି। ଏହା ଦ୍ୱାରା ଉତ୍ତେଜନା ଆହୁରି ବୃଦ୍ଧି ପାଇବ ବୋଲି ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ୍‌ ଲାମ୍ବ୍ରେକ୍ଟ କହିଛନ୍ତି। ପୂର୍ବରୁ ଆମେରିକା ନାଟୋ ସଦସ୍ୟଙ୍କ ମଧ୍ୟରେ ସମନ୍ବୟ ଉପରେ ସନ୍ଦେହ ବ୍ୟକ୍ତ କରିଥିବାବେଳେ ଏବେ ଜର୍ମାନୀ ପକ୍ଷରୁ ଏଭଳି ପ୍ରତିକ୍ରିୟା ପକାଶ ପାଇଛି। ସେପଟେ ଲାଟ୍‌ଭିଆ ନିଜ ନାଗରିକଙ୍କୁ ୟୁକ୍ରେନ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ୟୁକ୍ରେନ ଉପରେ ଆକ୍ରମଣ କଲେ ରୁଷିଆ ସହ୍ୟ ନ କରିପାରିଲା ଭଳି କଠୋର କଟକଣା ଲାଗୁ କରାଯିବା କଥା ବୋଲି ଲିଥୁଆନିଆ ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri