Posted inଜାତୀୟ

ଭାଜପା ସହ ମେଣ୍ଟ କରି ନଷ୍ଟ ହୋଇଛି ୨୫ ବର୍ଷ: ଉଦ୍ଧବ

ମୁମ୍ବାଇ,୨୫।୧: ଭାଜପା ସହ ମେଣ୍ଟ କରି ତାଙ୍କ ଦଳ ଶିବସେନା ୨୫ ବର୍ଷ ନଷ୍ଟ କରିଥିବା ସେ ବିଶ୍ୱାସ କରନ୍ତି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଶିବସେନା ଭାଜପାକୁ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ହିନ୍ଦୁତ୍ୱକୁ କଦାପି ଛାଡ଼ିବ ନାହିଁ। ଭାଜପା ହିନ୍ଦୁତ୍ୱର ପ୍ରତିଶବ୍ଦ ନୁହେଁ ବୋଲି ଶିବସେନା ଅଧ୍ୟକ୍ଷ କହିଛନ୍ତି। ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଜନ୍ମବାର୍ଷିକୀ ଅବସରରେ ରବିବାର ଦଳୀୟ ନେତା ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ଉଦ୍ଧବ କହିଥିଲେ, ଭାଜପା ସହ ମେଣ୍ଟ କରି ଆମେ ୨୫ ବର୍ଷ ବରବାଦ କରିଛୁ। ହିନ୍ଦୁତ୍ୱ ଛାଡ଼ିଥିବାରୁ ଆମକୁ ସମାଲୋଚନା କରାଯାଉଛି। ଆମେ ଭାଜପାକୁ ଛାଡ଼ିଥିଲେ ହେଁ ହିନ୍ଦୁତ୍ୱ ବର୍ଜନ କରିନାହୁଁ ବୋଲି ଉଦ୍ଧବ ଦୋହରାଇଛନ୍ତି। ଭାଜପାର ହିନ୍ଦୁତ୍ୱ ରାଜନୀତି ସଂସ୍କରଣକୁ ଶିବସେନା ନେତା ସୁବିଧାବାଦୀ କହି ସମାଲୋଚନା କରିଛନ୍ତି। କ୍ଷମତା ପାଇଁ ଭାଜପା ହିନ୍ଦୁତ୍ୱକୁ ବ୍ୟବହାର କରୁଛି। ଯେଉଁମାନେ ଜରୁରୀ ପରିସ୍ଥିତି ସମୟକୁ ସମାଲୋଚନା କରିଥିଲେ, ସେମାନେ ଏବେ ଦେଶରେ ଅଦୃଶ୍ୟ ଇମର୍ଜେନ୍ସିକୁ ସମର୍ଥନ କରୁଥିତ୍ବା ସେ କହିଛନ୍ତି।
ଉଦ୍ଧବଙ୍କ ୨୫ ବର୍ଷ ନଷ୍ଟ ମନ୍ତବ୍ୟକୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ରାମ କାଡାମ ସମାଲୋଚନା କରିଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଇତିହାସକୁ ଭୁଲିଯାଇଛନ୍ତି। ୨୦୧୨ ପର୍ଯ୍ୟନ୍ତ ବାଲାସାହେବ ମେଣ୍ଟ ନେତା ଥିଲେ। ତେଣୁ ଉଦ୍ଧବଙ୍କ ମନ୍ତବ୍ୟ ବାଲାସାହେବଙ୍କ ମେଣ୍ଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛି ବୋଲି ଫଡ୍‌ନବିସ କହିଛନ୍ତି। ଶିବସେନାର ନୀତି ଆଦର୍ଶ ଉପରେ ପ୍ରଶ୍ନ ଉଠାଇଛନ୍ତି ରାମ କାଡ଼ାମ। ଶିବସେନା ସୃଷ୍ଟି ହେବା ପୂର୍ବରୁ ଭାଜପାର କର୍ପୋରେଟର ଓ ବିଧାୟକ ଥିଲେ। ଶିବସେନା ଭାଜପା ଚିହ୍ନରେ ଗୋଟିଏ ଆସନରେ ଲୋକ ସଭା ନିର୍ବାଚନ ଲଢ଼ିଥିଲା ବୋଲି ଫଡ୍‌ନବିସ କହିଛନ୍ତି। ଭାଜପା ସହ ରହି ସେମାନେ ରାଜ୍ୟରେ ନମ୍ବର ଓ୍ବାନ୍‌ର ପରିଚୟ ପାଇଥିଲେ। ଏବେ ସେମାନେ ୪ ନମ୍ବରରେ। ହିନ୍ଦୁତ୍ୱ ପ୍ରତି ଶିବସେନାର କୌଣସି ଅବଦାନ ନାହିଁ। ଏହାର ହିନ୍ଦୁତ୍ୱ କେବଳ କାଗଜ କଲମରେ। ଉଦ୍ଧବଜୀ ହିନ୍ଦୁତ୍ୱ ଉପରେ କହିବା ବନ୍ଦ କରନ୍ତୁ ବୋଲି ଫଡ୍‌ନବିସ କହିଛନ୍ତି। ହିନ୍ଦୁତ୍ୱ ଉପରେ ଭାଷଣ ଦେବା ପୂର୍ବରୁ ଦଳରେ ବାଲ୍‌ ଠାକ୍‌ରେଙ୍କ ନୀତି ଆଦର୍ଶକୁ ଅନୁପାଳନ କରାଯାଉଛି କି ନାହିଁ, ଉଦ୍ଧବ ଆତ୍ମସମୀକ୍ଷା କରନ୍ତୁ ବୋଲି ରାମ କାଡାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ଶପଥ ନେବେ ଭୂପେନ୍ଦ୍ର

ଗାନ୍ଧିନଗର,୧୨।୯: ଗୁଜରାଟ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ସୋମବାର ଦିନ ୨ଟାରେ ଶପଥ ନେବେ। ଏହାର ଦୁଇ ଦିନ ପରେ କ୍ୟାବିନେଟ୍‌ ମନ୍ତ୍ରୀମାନେ ଶପଥ...

ବ୍ୟବସାୟୀଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା: ୨୪ ଘଣ୍ଟା ହେଲା ଚାଲିଛି ଗଣନା

କାନପୁର,୨୪।୧୨: ଉତ୍ତର ପ୍ରଦେଶର କାନପୁରରେ ଏକ ପରଫ୍ୟୁମ୍‌ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଘରୁ ବିଡା ବିଡା...

ମଥୁରାରେ କଡା ସୁରକ୍ଷା ବ୍ୟବସ୍ଥା: ସିସିଟିଭି, ଡ୍ରୋନ୍ ଦ୍ୱାରା ରଖାଯାଇଛି ନଜର

ମଥୁରା,୬ ।୧୨: ସୋମବାର ସକାଳୁ ମଥୁରାବାସୀଙ୍କ ନିଦ ଭାଙ୍ଗିବା ବେଳକୁ ସେମାନେ ତାଙ୍କ ସହରକୁ ଏକ କିଲା ଭାବେ ଦେଖିବାକୁ ପାଇଛନ୍ତି । ବିଶେଷକରି କୃଷ୍ଣ...

ମୂଳ ଭାରତୀୟ ଜୁଲି ଲଗାତାର ଦ୍ୱିତୀୟ ଥର ଆମେରିକାରେ ହେଲେ ବିଚାରପତି…

ଥିରୁଭାନନ୍ତପୁରମ୍‌/ଓ୍ବାଶିଂଟନ,୩।୧ : ମୂଳ ଭାରତୀୟ ଜୁଲି ଏ. ମାଥ୍ୟୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆମେରିକାର ଫୋର୍ଟ ବେଣ୍ଡ କାଉଣ୍ଟି କୋର୍ଟରେ ବିଚାରପତି ଭାବରେ ଚୟନ...

ମମତା ମଝିରେ କଣ୍ଟା ସାଜିଲା ଆଇନ, ପାଖରୁ ଛଡାଇ ନେଲା ନବଜାତକ

ଆଗ୍ରା,୧୧।୧୧: ମାତ୍ର କିଛି ଘଣ୍ଟାର ନିବିଡ଼ତା ପରେ କାହ୍ନାଠାରୁ ଅଲଗା ହେବା ଯଶୋଦାଙ୍କ ପାଇଁ ବେଶ୍‌ କଷ୍ଟଦାୟକ ଥିଲା। ଗତ ସୋମବାର ସାରେ ଆଗ୍ରାରେ ଏଭଳି...

ସୋସିଆଲ ମିଡିଆରେ ମୋଦିଙ୍କ ବିକୃତ ଫଟୋ ଛାଡିବା ପଡିଲା ମହଙ୍ଗା: ଫେସବୁକ୍‌ରୁ ବର୍ଷେ ବାସନ୍ଦ

ମଦୁରାଇ,୬।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋ ଛାଡିବା ମହଙ୍ଗା ପଡିଛି। ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍‌ସ ଏବଂ ମଦୁରାଇ ଜିଲାର ମହେଦେବଙ୍କୁ...

୧ ଲକ୍ଷ କୋଭିଡ-୧୯ ରାପିଡ ଟେଷ୍ଟିଂ କିଟ୍‌ ଗ୍ରହଣ କଲା ଆନ୍ଧ୍ର ପ୍ରଦେଶ

ଅମରାବତୀ,୧୭।୪: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବାରୁ ଏବେ ଏହାର ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ କେନ୍ଦ୍ର ଓ ବିଭିନ୍ନ...

ଗୋଟିଏ ଦିନରେ ଚିହ୍ନଟ ହେଉଛନ୍ତି ୧୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ: କ’ଣ ଏହାର କାରଣ

ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହାକୁ ନେଇ ଚିନ୍ତା ବି ବଢି ଯାଇଛି। ୨୪ ଘଣ୍ଟାରେ ୧୫...

Advertisement
Archives

Model This Week