କଟକ,୧୭ା୮ (କାର୍ତ୍ତିକ ସାହୁ)ପୁରୀ ଶ୍ରୀମନ୍ଦିରରେ ନାଟମଣ୍ଡପ ଓ ଜଗମୋହନ ବିପଜ୍ଜନକ ସ୍ଥିତିରେ ରହିଛି। କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ। ତେଣୁ ଶ୍ରୀମନ୍ଦିର ନିରାପତ୍ତା ଦୃଷ୍ଟିରୁ ନାଟମଣ୍ଡପ ଭିତରେ ଫାଟିଥିବା ବିମ୍ ଏବଂ ଜଗମୋହନର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରାଯିବା ନିମନ୍ତେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆମିକସ୍ କ୍ୟୁରି ଇଞ୍ଜିନିୟର ଏନ୍. କେ. ମହାନ୍ତି। ଏଥିସହ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ମାସେ କିମ୍ବା ୨ ମାସ ମଧ୍ୟରେ ହାଇକୋର୍ଟଙ୍କୁ ନିୟମିତ ଭାବେ ମରାମତି କାର୍ଯ୍ୟ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଅବଗତ କରୁ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସୂଚନା ଅନୁସାରେ, ଆମିକସ୍ କ୍ୟୁରି ଶ୍ରୀମନ୍ଦିର ପରିଦର୍ଶନ କରି ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ଆବଶ୍ୟକତା ସମ୍ପର୍କରେ ଏଏସ୍ଆଇ ଅଧିକାରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିବା ରିପୋର୍ଟରେ ଦର୍ଶାଇଛନ୍ତି। ପ୍ରଥମେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଫାଟିଥିବା ବିମ୍ର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଜରୁରୀ ହୋଇଛି। ଏ ବାବଦରେ ଗତ ଜୁନ୍ ୨୨ ତାରିଖରେ ଆମିକସ୍ କ୍ୟୁରି ନୂଆଦିଲ୍ଲୀଠାରେ ଏଏସ୍ଆଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ୨୦୧୮ରୁ ହୋଇ ନ ଥିବା ନାଟମଣ୍ଡପର ମରାମତି କାର୍ଯ୍ୟକୁ ଗୁରୁତର ସହ ନେବା ପାଇଁ ସେ ଦର୍ଶାଇଥିଲେ। ସେହିପରି ନାଟମଣ୍ଡପ ଭିତରେ ଫାଟିଥିବା ବିମ୍ ମରାମତି ପ୍ରସଙ୍ଗକୁ ନେଇ ଆମିକସ୍ କ୍ୟୁରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଗତ ୧୧ ତାରିଖରେ ଅଗ୍ରାଧିକାର ଭିତ୍ତିରେ ଏହାର ମରାମତି କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ପ୍ରଶାସକ ଆସନ୍ତା ୨୧ ତାରିଖରେ ଏଏସ୍ଆଇ ଅଧିକାରୀଙ୍କ ସହ ଏକ ବୈଠକ କରି ଏ ବାବଦରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗତ ଜୁନ୍ ୨୨ ତାରିଖରେ ପୂର୍ତ୍ତ ଓ ଗୃହ ବିଭାଗ ଇଞ୍ଜିନିୟର ଇନ୍ ଚିଫ୍ ଡ. ଏନ୍. ସି. ପାଲଙ୍କ ସମେତ ଅନ୍ୟ ବିଶେଷଜ୍ଞମାନଙ୍କ ସହ ମଧ୍ୟ ଏହି ଫଟା ବିମ୍ ବାବଦରେ ଆମିକସ୍ କ୍ୟୁରି ଆଲୋଚନା କରିଛନ୍ତି। ଏହି ବିମ୍ ମରାମତି କାର୍ଯ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବିଶେଷଜ୍ଞମାନେ ହୃଦ୍ବୋଧ କରିଛନ୍ତି। ନାଟମଣ୍ଡପର ଏହି ବିମ୍ କୌଣସି ମୁହୂର୍ତ୍ତରେ ଭାଙ୍ଗି ଖସିପଡ଼ିବାର ଆଶଙ୍କା ରହିଛି। ଏହି ବିମ୍ ଉଭୟ ପାର୍ଶ୍ୱରେ ଏକ କାଣ୍ଟିଲିଭର ଭଳି ଧରିରଖିଛି। ତେଣୁ ଏହାର ମରାମତି ସମ୍ପର୍କିତ କାର୍ଯ୍ୟକୁ ଏଏସ୍ଆଇ ଅଧିକାରୀମାନେ ପ୍ରାଥମିକତା ଦେବା ସହ ନିୟମିତ ଭାବେ ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ଆମିକସ୍ କ୍ୟୁରୀ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଥିସହ ଛାତ ଉପର ଡ୍ରେନେଜ୍ ବ୍ୟବସ୍ଥା ଓ ପାଣି ଗଳିବାକୁ ରୋକିବା ପାଇଁ ଆବଶ୍ୟକ କାର୍ଯ୍ୟ ଶେଷ ହୋଇଛି ଏବଂ ବାକି କାର୍ଯ୍ୟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଏଏସ୍ଆଇ ଦ୍ୱାରା ଶେଷ କରାଯିବ।
ଦ୍ୱିତୀୟରେ ଜଗମୋହନର ବାହାର ପିଢ଼ାସ୍ତର ବହୁତ ଚାପରେ ଅଛି। ଏହାର ପ୍ରଥମ ଓ ଦ୍ୱିତୀୟ ପିଢ଼ାସ୍ତର ଦୁର୍ବଳ ଥିବା ନେଇ ୨୦୨୨ ସେପ୍ଟେମ୍ବର ୧୭ରେ ପରିଦର୍ଶନ ପରେ ଆମିକସ୍ କ୍ୟୁରି ଚିହ୍ନଟ କରିଥିଲେ। ଏଥିରେ ଫାଟ ସୃଷ୍ଟି ହେବା ସହ ପଥର ଯୋଡ଼ାରେ ଥିବା ଚୂନ ପ୍ଲାଷ୍ଟର ଦୁର୍ବଳ ହୋଇଛି। ସେଥିରେ ଲଗାଯାଇଥିବା ଲୁହା କ୍ଲାମ୍ପ ନଷ୍ଟ ହେଲାଣି। ଜଗମୋହନ ପୂର୍ବ ଏବଂ ଦକ୍ଷିଣ-ପୂର୍ବ କୋଣରେ ଥିବା ଏହି ନଷ୍ଟ ଅଂଶ ନାଟମଣ୍ଡପ ଛାତରୁ ଦୃଶ୍ୟମାନ ହେଉଛି। ସୂଚନାଯୋଗ୍ୟ, ଏଏସ୍ଆଇ କୋର୍ କମିଟି ୨୦୧୭ରେ ଜଗମୋହନର ବାହାର ପ୍ଲାଷ୍ଟର ଛଡ଼ାଇବା ସହ ବାହାର ପାର୍ଶ୍ୱ ଗଡ଼ାଣିଆ ଛାତର ସଂରକ୍ଷଣ କାର୍ଯ୍ୟ କରିବାକୁ ପୁରୀରେ କାର୍ଯ୍ୟରତ ଏଏସ୍ଆଇ ଟିମ୍କୁ ପରାମର୍ଶ ଦେଇଥିଲେ। ସେହିପରି ଦୁର୍ବଳ ଚୂନ ପ୍ଲାଷ୍ଟର ଭିତରେ ଥିବା ପଥରଗୁଡ଼ିକର ସ୍ଥିତି ପରଖିବା ପାଇଁ ମଧ୍ୟ ଏଏସ୍ଆଇ ଟିମ୍ ପରାମର୍ଶ ଦେଇଥିଲେ। ଏ ବାବଦରେ ବହୁ କୋର୍ କମିଟି ବୈଠକରେ ଆଲୋଚନା ହୋଇଛି। ମାତ୍ର ଏଏସ୍ଆଇ କାର୍ଯ୍ୟ ଆରମ୍ଭ କରି ଯେତିକି ଗୁରୁତର ସହ କରିବା କଥା ତାହା କରୁ ନାହିଁ। ହାଇକୋର୍ଟରେ ଆବେଦନକାରୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ ମହାପାତ୍ରଙ୍କ କହିବାନୁସାରେ, ଏଏସ୍ଆଇ ହାଇକୋର୍ଟଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରିଆସୁଛନ୍ତି। ପୂର୍ବରୁ ନାଟମଣ୍ଡପ ଓ ଜଗମୋହନ କାର୍ଯ୍ୟ ଶେଷ ହୋଇଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିବାବେଳେ ଏବେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ପରେ ଏଏସ୍ଆଇ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଆମେ ମିସ୍ କେସ୍ ଫାଇଲ୍ କରିବୁ ବୋଲି ସେ କହିଛନ୍ତି।
୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା
ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…
ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…
ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…
ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..
ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…
୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…
ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…
ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ବର,୨ା୪: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…
ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ
ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…
Archives

