ନକଲି ଆର୍ମି ଅଫିସର ଗିରଫ

ପୁରୀ,୧୭ା୮(ଅଜିତ ମହାନ୍ତି)ପୁରୀ ତାଳବଣିଆସ୍ଥିତ ଇନ୍‌ଡୋର ଷ୍ଟାଡିୟମରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ସମାରୋହ ଅବସରରେ ମଙ୍ଗଳବାର ଜଣେ ନକଲି ଆର୍ମି ଅଫିସରଙ୍କୁ ପୋଲିସ ଗିରଫ କରିଛି। ସେ ଆର୍ମି ପାରା କମାଣ୍ଡୋ ବେଶରେ ସମାରୋହ ସ୍ଥଳକୁ ଆସିଥିଲେ। ଗିରଫ ହୋଇଥିବା ନକଲି ପାରା କମାଣ୍ଡୋ ହେଲେ ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଅବକାଶ ଲେନ୍‌ର ସୁନୀଲ କୁମାର ଦାସ(୨୨)। ପୋଲିସ ତାଙ୍କଠାରୁ ଆର୍ମି ପୋଷାକ ସହ ବିଭିନ୍ନ ନ୍ୟାଶନାଲ ଏମ୍ବ୍ଲେମ୍‌, ଅନ୍ୟାନ୍ୟ ମନୋଗ୍ରାମ ସହ ଗୋଟିଏ ମୋବାଇଲ ଜବତ କରିଛି। ଏନେଇ କୁମ୍ଭାରପଡ଼ା ଥାନା ପୋଲିସ ଏକ କେସ୍‌ (ନଂ. ୨୦୮/୨୩) ରୁଜୁ କରିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ କିପରି ଏହି ଘଟଣା ଘଟିଲା ତାହା ସାଧାରଣରେ ପ୍ରଶ୍ନ ହୋଇଛି।
ସୂଚନା ଅନୁଯାୟୀ, ତାଳବଣିଆସ୍ଥିତ ଷ୍ଟାଡିୟମରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳନ କରାଯାଉଥିଲା। ଜଣେ ଯୁବକ ଆର୍ମି କମାଣ୍ଡୋ ପୋଷାକ ପିିନ୍ଧି ପ୍ରଶାସନ ପକ୍ଷରୁ କରାଯାଇଥିବା ଭିଆଇପି ଜୋନରେ ନିମନ୍ତ୍ରିତ ଅତିଥିମାନଙ୍କ ଚେୟାରରେ ବସିଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ବେଶପୋଷାକ ଓ ଚାଲିଚଳଣ ଦେଖି ସନ୍ଦେହ ସୃଷ୍ଟି ହେବାରୁ ପୋଲିସକୁ ଅବଗତ କରାଯାଇଥିଲା। ପୋଲିସ ଅଧିକାରୀ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବାରୁ ସେ ନକଲି ବେଶପୋଷାକ ପିନ୍ଧି ଆସିଥିବା ସ୍ବୀକାର କରିଥିଲେ। ଦେଶ ମାତୃତ୍ୱକୁ ଭଲପାଇବା ସହ ପାରା କମାଣ୍ଡୋ ହେବାକୁ ଇଚ୍ଛା ରହିଥିବାରୁ ଏଭଳି ବେଶ ହୋଇ ଆସିଥିବା ସେ କହିଥିଲେ। ତେବେ ତାଙ୍କର ଏପରି ବୟାନକୁ ଗ୍ରହଣ ନ କରି ଅତିରିକ୍ତ ଏସ୍‌ପି, ସିଟି ଡିଏସ୍‌ପି ପ୍ରମୁଖ ସମ୍ପୃକ୍ତ ଯୁବକଙ୍କୁ ଧରି ସମୁଦ୍ରକୂଳ ଥାନାକୁ ନେଇଥିଲେ। ଥାନାର ଏସ୍‌ଆଇଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (୨୦୯/୨୩) ରୁଜୁ କରି ତାଙ୍କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ତାଳବଣିଆ ଇନ୍‌ଡୋର ଷ୍ଟାଡିୟମ ପରେଡ ଗ୍ରାଉଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ଯୁବକ କିଭଳି ନକଲି ଆର୍ମି ପୋଷାକ ପିନ୍ଧି ପଡ଼ିଆକୁ ପ୍ରବେଶ କଲେ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?