ନକଲି ଆର୍ମି ଅଫିସର ଗିରଫ

ପୁରୀ,୧୭ା୮(ଅଜିତ ମହାନ୍ତି)ପୁରୀ ତାଳବଣିଆସ୍ଥିତ ଇନ୍‌ଡୋର ଷ୍ଟାଡିୟମରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ସମାରୋହ ଅବସରରେ ମଙ୍ଗଳବାର ଜଣେ ନକଲି ଆର୍ମି ଅଫିସରଙ୍କୁ ପୋଲିସ ଗିରଫ କରିଛି। ସେ ଆର୍ମି ପାରା କମାଣ୍ଡୋ ବେଶରେ ସମାରୋହ ସ୍ଥଳକୁ ଆସିଥିଲେ। ଗିରଫ ହୋଇଥିବା ନକଲି ପାରା କମାଣ୍ଡୋ ହେଲେ ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଅବକାଶ ଲେନ୍‌ର ସୁନୀଲ କୁମାର ଦାସ(୨୨)। ପୋଲିସ ତାଙ୍କଠାରୁ ଆର୍ମି ପୋଷାକ ସହ ବିଭିନ୍ନ ନ୍ୟାଶନାଲ ଏମ୍ବ୍ଲେମ୍‌, ଅନ୍ୟାନ୍ୟ ମନୋଗ୍ରାମ ସହ ଗୋଟିଏ ମୋବାଇଲ ଜବତ କରିଛି। ଏନେଇ କୁମ୍ଭାରପଡ଼ା ଥାନା ପୋଲିସ ଏକ କେସ୍‌ (ନଂ. ୨୦୮/୨୩) ରୁଜୁ କରିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ କିପରି ଏହି ଘଟଣା ଘଟିଲା ତାହା ସାଧାରଣରେ ପ୍ରଶ୍ନ ହୋଇଛି।
ସୂଚନା ଅନୁଯାୟୀ, ତାଳବଣିଆସ୍ଥିତ ଷ୍ଟାଡିୟମରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳନ କରାଯାଉଥିଲା। ଜଣେ ଯୁବକ ଆର୍ମି କମାଣ୍ଡୋ ପୋଷାକ ପିିନ୍ଧି ପ୍ରଶାସନ ପକ୍ଷରୁ କରାଯାଇଥିବା ଭିଆଇପି ଜୋନରେ ନିମନ୍ତ୍ରିତ ଅତିଥିମାନଙ୍କ ଚେୟାରରେ ବସିଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ବେଶପୋଷାକ ଓ ଚାଲିଚଳଣ ଦେଖି ସନ୍ଦେହ ସୃଷ୍ଟି ହେବାରୁ ପୋଲିସକୁ ଅବଗତ କରାଯାଇଥିଲା। ପୋଲିସ ଅଧିକାରୀ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବାରୁ ସେ ନକଲି ବେଶପୋଷାକ ପିନ୍ଧି ଆସିଥିବା ସ୍ବୀକାର କରିଥିଲେ। ଦେଶ ମାତୃତ୍ୱକୁ ଭଲପାଇବା ସହ ପାରା କମାଣ୍ଡୋ ହେବାକୁ ଇଚ୍ଛା ରହିଥିବାରୁ ଏଭଳି ବେଶ ହୋଇ ଆସିଥିବା ସେ କହିଥିଲେ। ତେବେ ତାଙ୍କର ଏପରି ବୟାନକୁ ଗ୍ରହଣ ନ କରି ଅତିରିକ୍ତ ଏସ୍‌ପି, ସିଟି ଡିଏସ୍‌ପି ପ୍ରମୁଖ ସମ୍ପୃକ୍ତ ଯୁବକଙ୍କୁ ଧରି ସମୁଦ୍ରକୂଳ ଥାନାକୁ ନେଇଥିଲେ। ଥାନାର ଏସ୍‌ଆଇଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (୨୦୯/୨୩) ରୁଜୁ କରି ତାଙ୍କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ତାଳବଣିଆ ଇନ୍‌ଡୋର ଷ୍ଟାଡିୟମ ପରେଡ ଗ୍ରାଉଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ଯୁବକ କିଭଳି ନକଲି ଆର୍ମି ପୋଷାକ ପିନ୍ଧି ପଡ଼ିଆକୁ ପ୍ରବେଶ କଲେ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

ଗ୍ରୀଷ୍ମ ପ୍ରବାହକୁ ଖାତିର ନାହିଁ: ମାରାଥନ ପ୍ରଚାରରେ ପ୍ରାର୍ଥୀ

କେସିଙ୍ଗା,୩।୫(ତୁମେଶ୍ୱର ସାହୁ): ମେ’ ୧୩ରେ ଓଡ଼ିଶରେ ପ୍ରଥମ ପର୍ଯ୍ୟାୟ ଭୋଟ। ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ କଳାହାଣ୍ଡି ଲୋକସଭା ଏବଂ ବିଧାନସଭା ନିର୍ବାଚନ...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ...

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri