କାଲିଫର୍ନିଆରୁ ନିର୍ବାଚନ ଲଢ଼ିବେ ମୂଳ ଭାରତୀୟ ଦର୍ଶନା ପଟେଲ…

ଓ୍ବାଶିଂଟନ,୨୭।୨ : ୨୦୨୪ରେ କାଲିଫର୍ନିଆ ରାଜ୍ୟ ବିଧାନସଭା ନିର୍ବାଚନରେ ମୂଳ ଭାରତୀୟ ରିସର୍ଚ୍ଚ ବୈଜ୍ଞାନିକ ଦର୍ଶନା ପଟେଲ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦର୍ଶନା ପଟେଲ ଏହା ଘୋଷଣା କରିଛନ୍ତି। ୪୮ ବର୍ଷ ବୟସ୍କା ପଟେଲ ଉତ୍ତର କାଉଣ୍ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଆସନଟି ବର୍ତ୍ତମାନ ବ୍ରିଆନ ମିଚେନଙ୍କ ପାଖରେ ଅଛି କିନ୍ତୁ ୨୦୨୪ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ମନା କରିଦେଇଛନ୍ତି। ଏହା ପରେ ଦର୍ଶନା ପଟେଲ ତାଙ୍କ ସ୍ଥାନରେ ଉତ୍ତର କାଉଣ୍ଟି ଆସନରୁ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି।

ତାଙ୍କ ଦାବି ଘୋଷଣା କରି ଦର୍ଶନା କହିଛନ୍ତି ଯେ ’ଜଣେ ପ୍ରବାସୀ ଝିଅ ହୋଇଥିବାରୁ ମୁଁ ଆମେରିକାର ସ୍ବପ୍ନକୁ ପୂରଣ କରିବା ପାଇଁ ବହୁତ ସଂଘର୍ଷ କରିଛି। ପରିବାରଗୁଡିକ କଠିନ ସମୟରେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡିକୁ ମୁଁ ଭଲ ଭାବେ ଜାଣେ। ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମୁଁ ଦାବି କରିବି ବୋଲି ଦର୍ଶନା କହିଛନ୍ତି। ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସମସ୍ତେ ସଫଳ ହେବାର ସୁଯୋଗ ପାଇଛନ୍ତି । ବୈ ଜ୍ଞାନିକ, ବିଦ୍ୟାଳୟ ବୋର୍ଡ ସଦସ୍ୟ ତଥା ସାମାଜିକ ନେତା ହେବାର ମୋର ଅଭିଜ୍ଞତାକୁ ବ୍ୟବହାର କରି ମୁଁ ଲୋକଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବି ।

ସେ ପୂର୍ବରୁ ପାୱାଇ ୟୁନିଫାଏଡ ବୋର୍ଡକୁ ନିର୍ବାଚିତ ହୋଇଥିଲେ ଯେଉଁ ସମୟରେ ଜିଲାରେ ଆର୍ଥିକ ଅବ୍ୟବସ୍ଥା ତଥା ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା। ଏପରି ସମୟରେ ଆର୍ଥିକ ଦାୟିତ୍ୱ ପୂରଣ ହୋଇଥିଲା। ୨୦୨୦ ମସିହାରେ, ଦର୍ଶନା ପୁନର୍ବାର ପାୱାଇ ୟୁନିଫାଏଡ ବୋର୍ଡକୁ ନିର୍ବାଚିତ ହୋଇଥିଲେ। ସେ ସାନ ଡିଏଗୋ କାଉଣ୍ଟି ସ୍କୁଲ ବୋର୍ଡ ଆସୋସିଏଶନର ସଦସ୍ୟ ମଧ୍ୟ ରହିଛନ୍ତି। ସେ ତାଙ୍କ ସ୍ବାମୀ ଏବଂ ତିନି ଝିଅଙ୍କ ସହ ସାନ ଡିଏଗୋରେ ରୁହନ୍ତି। ସେ ବାୟୋକେମିଷ୍ଟ୍ରିରେ ବିଏ ଏବଂ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଓସ୍କିଡେଣ୍ଟାଲ କଲେଜରୁ ବାୟୋଫିଜିକ୍ସରେ ପିଏଚଡି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗରେ ବର୍ଷିଲେ ମୋଦି: କହିଲେ, ବନ୍ଦ କର ନଚେତ୍‌…

ନୂଆଦିଲ୍ଲୀ,୧।୯: ସାଂଘାଇ ସହଯୋଗ ସଂଗଠନ (SCO)ର ୨୬ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ଏକ ଦୃଢ଼ ମତ ଗ୍ରହଣ କରି କହିଛନ୍ତି। କେବଳ…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପାଲଟିଛି ବସଷ୍ଟାଣ୍ଡ୍‌: ବସ୍‌ ହର୍ନରେ ଅସ୍ତବ୍ୟସ୍ତ ରୋଗୀ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ):କନ୍ଧମାଳ ଜିଲାର ବୃହତ ବ୍ଲକ ଭାବେ ଜଣାଶୁଣା ଦାରିଙ୍ଗବାଡିରେ ଏବେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ…

ଚାଇନା ଗଣମାଧ୍ୟମରେ ଦୃଶ୍ୟ ହେଉନି ନେପାଳ ବନ୍ୟା! ଜିନ ପିଙ୍ଗଙ୍କ ଏକଛତ୍ରବାଦୀ ଶାସନକୁ ନେଇ ହେଉଛି ଆଲୋଚନା, କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ବେଜିଂ,୧।୯: ୨୬ ଅଗଷ୍ଟ, ୨୦୨୬ରେ ନେପାଳ-ତିବ୍ଦତ ସୀମାରେ ଘଟିଥିବା ଭୟଙ୍କର ବନ୍ୟା ଏବଂ ମାଟି ଧସିବା କେବଳ ବ୍ୟାପକ କ୍ଷୟକ୍ଷତି ଘଟାଇ ନଥିଲା ବରଂ ଚାଇନାର ସୂଚନା…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri