ଲୁଣାଟାଙ୍ଗରା ଭୂଇଁରେ ଫଳୁଛି ଦେଶୀ ବିଦେଶୀ ଫଳ

ମହାକାଳପଡ଼ା,୨୧ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କିଛି ନୂଆ କରିବାର ଇଚ୍ଛା ଥିଲେ ଆପେ ଆପେ ବାଟ ଦେଖାଯାଏ। ନିଜର ନିଷ୍ଠା, ଏକାଗ୍ରତା ଓ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ। ଲୁଣା ଅଞ୍ଚଳ ଟାଙ୍ଗରା ଭୂଇଁରେ ଦେଶୀ ଓ ବିଦେଶୀ ଫଳ ଫଳାଇ ଓ ଭିନ୍ନ ଭିନ୍ନ କିସମର ପ୍ୟାଶନ ଫ୍ରୁଟ୍‌ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ପରିବେଶବିତ୍‌ ସମରେନ୍ଦ୍ର ମାହାଳି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଛପାଲୀ ଗ୍ରାମର ସମରେନ୍ଦ୍ରଙ୍କ ନିଜ ବାଡ଼ି ଲୁଣାଟାଙ୍ଗରା ମାଟିରେ ବିଦେଶୀ ଫଳ, ଫୁଲ ସମ୍ଭାର ଦେଖିବାକୁ ମିଳିଛି। ଏପରି କି ବାଡ଼ିରେ ଜୈବିକ ପଦ୍ଧତିରେ ଗୋବର ପିଡ଼ିଆ ଖତ ଓ କୀଟନାଶକ ଔଷଧ ରୂପେ କାକର ଜଳ, ଗୋ ମୂତ୍ର ସଂଗୃହୀତ ମିଶ୍ରଣକୁ ଏକ ମାଟି ଘୁମରେ ସଂରକ୍ଷିତ ରଖାଯାଇଥାଏ। ଚାରାରୋପଣ ସମୟରେ ଗଛମୂଳେ ପ୍ରୟୋଗ କରାଯାଇଥାଏ।
ଫଳରେ କମ୍‌ ଦିନ ମଧ୍ୟରେ ଗଛଗୁଡ଼ିକ ହୃଷ୍ଟପୁଷ୍ଟ ହେବା ସହ ଫୁଲ, ଫଳ ଆସିଥାଏ। ବଡ଼ ବଡ଼ ମେଟ୍ରୋସିଟି ମଲ୍‌ଗୁଡ଼ିକରେ ମିଳୁଥିବା ଫଳଠାରୁ ଏହାର ଗୁଣବତ୍ତା ଓ ଆକାରରେ ବଡ଼ ହେବା ସହ ସ୍ବାଦିଷ୍ଟ ଲାଗିଥାଏ। ତେବେ ବାଡ଼ିରେ ୩ ପ୍ରଜାତିର ପ୍ୟାଶନ୍‌ ଫ୍ରୁଟ୍‌ ଚାଷ କରାଯାଇଛି। ହଳଦୀ, ଲାଲ୍‌ ଓ କଳା ରଙ୍ଗର ଏହି ବିଦେଶୀ ଫଳ ଚାଷ ହୋଇଛି। ବିଶେଷକରି ଖରାଦିନେ ଏହି ଫଳ ରସରେ ପ୍ରଚୁର ପରିମାଣରେ ଜୀବସାର ଥିବାରୁ ମଧୁମେହ, ରକ୍ତଚାପ, ହୃଦ୍‌ ରୋଗୀମାନେ ଏହାକୁ ବହୁଳ ପରିମାଣରେ ପାନୀୟ ରୂପେ ବ୍ୟବହାର କଲେ ଉପଶମ ମିଳିଥାଏ ବୋଲି ପରିବେଶବିତ୍‌ ମାହାଳି କହିଛନ୍ତି। ଲାଲ ରଙ୍ଗର ପ୍ୟାଶନ୍‌ ଫ୍ରୁଟ୍‌ ଆପଲ ଫେଭର୍‌ ହୋଇଥିବା ବେଳେ ହଳଦୀ ରଙ୍ଗର ଫ୍ରୁଟ୍‌ ସପୁରି ବାସ୍ନା ହୋଇଥିବା ବେଳେ କଳା ରଙ୍ଗର ଫ୍ରୁଟ୍‌ ଲେମନ ଫେଭର୍‌ ହୋଇଥାଏ ବୋଲି ସେ କହିଛନ୍ତି। ତେବେ ଏହି ଲୁଣା ଟାଙ୍ଗରା ଭୂଇଁରେ ଫଳିଛି ଡ୍ରାଗନ୍‌, ଗୁଜୁରାତି, ମୂଲାବେରି, କିଙ୍ଗ୍‌ ଅଫ୍‌ ଚକାପାଦ, ଗ୍ରୋନାଇ କିଙ୍ଗ୍‌, କାଠି ବନ, ବାଡ଼ି ଇଲେଭେନ, ଥାଇ ଆପଲ ବେରି ଭଳି ପ୍ରଜାତିର ଫଳ। ଦେଶୀ ବିଦେଶୀ ଆମ୍ବ ଗଛ ଲଗାଯାଇଥିବା ବେଳେ ଅଲ୍‌ ସ୍ପାଇସ ମସଲା ଜାତୀୟ ଗଛ ଦେଖିବାକୁ ମିଳୁଛି। ବିଭିନ୍ନ ଫଳ ଫୁଲଗୁଡ଼ିକ ମଞ୍ଜିକୁ ଅନ୍‌ଲାଇନ୍‌ ଯୋଗେ ପାର୍ଶଲରେ ମଗାଇ ମାହାଳି ନିଜ ଲୁଣାଟାଙ୍ଗରା ଭୂଇଁରେ ଚାଷ କରିଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଅମିତାଭ ବଚ୍ଚନ ମୋତେ କରନ୍ତି ଫୋନ: ଅଭିନେତ୍ରୀ ଦିବ୍ୟା ଦତ୍ତ କଲେ ବଡ଼ ଖୁଲାସା

ଅମିତାଭ ବଚ୍ଚନ ବଲିଉଡର ‘ଶେହନଶା’। ଅନେକ ବ୍ଲକବଷ୍ଟର ଫିଲ୍ମ ଜରିଆରେ ସେ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ରାଜ କରିଆସୁଛନ୍ତି। କେବଳ ଅଭିନୟ ନୁହେଁ, ଉତ୍ତମ ସ୍ବଭାବ…

ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, PUC ସାର୍ଟିଫିକେଟ୍ ବିନା ମିଳିବନି ପେଟ୍ରୋଲ!

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବୁଧବାର ଦିନ ବଡ଼ ଘୋଷଣା କରିଛନ୍ତି । ଯାନବାହନ ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ…

ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସୁରକ୍ଷା ଦାବିରେ ବିକ୍ଷୋଭ

ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍‌ସି , ଏସ୍‌ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା…

ଗ୍ରାହକଙ୍କୁ ଲୁହାରଡ୍‌ରେ ପିଟିଲେ ବ୍ୟାଙ୍କ କ୍ୟାଶିୟର, ଟଙ୍କା କାହିଁକି ମିଳୁନି ପଚାରିବାରୁ…

ଧୂଷୁରୀ,୨୩ା୪(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନରେ ଥିବା ଏସ୍‌ବିଆଇ ଆରଡ଼ି ଶାଖାର କ୍ୟାଶିୟର ଜଣେ ଗ୍ରାହକ(ଛାତ୍ର)ଙ୍କୁ ବୁଧବାର ପୂର୍ବାହ୍ନରେ ଲୁହାରଡ୍‌ରେ…

ନିଯୁକ୍ତି ସୃଷ୍ଟି କରୁଥିବା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସର ମୂଳ ଲକ୍ଷ୍ୟ: ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୨୩।୪: ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜ୍‌ନେସ ଏମିନେସ୍ସ ଆୱାଡର୍‌ସ-୨୦୨୬ର ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର…

‘ମୁଁ ପ୍ରତ୍ୟେକ ମ୍ୟାଚ୍ ପୂର୍ବରୁ କାର୍ଟୁନ୍ ଦେଖେ…’ କାହିଁକି ଏଭଳି କହିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୩।୪: ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଥିଲା । ଯେତେବେଳେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଅଧିଗ୍ରହଣ କରିଥିଲା, ସେତେବେଳେ ସେ ମାତ୍ର ୧୩ ବର୍ଷ ବୟସର…

ହଠାତ୍‌ ଫ୍ଲପ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ: ଖୋଲିଗଲା ପୋଲ୍‌

ନୂଆଦିଲ୍ଲୀ,୨୩।୪: IPL 2026ର ପ୍ରଥମ ଚାରି ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ବ୍ୟାଟିଂ କରିଥିଲେ। କିଛି ଦିନ ପାଇଁ ସେ ଅରେଞ୍ଜ କ୍ୟାପ ମଧ୍ୟ ରଖିଥିଲେ। କିନ୍ତୁ…

ନିଜ ବାହାଘର ପାଇଁ ଗୁଆ ଦେବାକୁ ଯାଉଥିଲେ ଯୁବକ, ବାଟରେ ପିଟିଦେଲା ବସ୍‌, ଆଉ ତା’ ପରେ…

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଗୁରୁବାର ସକାଳେ ଏକ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri