Posted inଫୁରସତ

ଜନଗଣମନରେ ଜାତୀୟତାବାଦ

ସମ୍ପ୍ରତି କରୋନା ଯୋଗୁ ଏବର୍ଷ ସ୍ବାଧୀନତା ଦିବସ ନିରାଡ଼ମ୍ବରରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି। ଦିଲ୍ଲୀ ସମେତ ଅନ୍ୟସବୁ ରାଜ୍ୟଗୁଡ଼ିକରେ ସ୍ବାଧୀନତା ଦିବସ ପାଳନ କଲାବେଳେ ସାମାଜିକ ଦୂରତ୍ୱ ତଥା ଶାରୀରିକ ବ୍ୟବଧାନ, ମୁହଁରେ ମାସ୍କ ଭିଡ଼ିବା ଇତ୍ୟାଦି କୋଭିଡ୍‌ କଟକଣା ତଥା ମାର୍ଗଦର୍ଶିକା ପାଳନ ଉପରେ କଡ଼ାକଡ଼ି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ଦିବସର ପୃଷ୍ଠଭୂମି ଉପରେ ଦୃଷ୍ଟିପାତ କଲେ ଜାଣିବାକୁ ମିଳେ,ବହୁବର୍ଷ ଧରି କଂଗ୍ରେସ ଛବିଶ ଜାନୁୟାରୀକୁ ସ୍ବାଧୀନତା ଦିବସ ରୂପେ ପାଳନ କରିଆସୁଥିଲା। ୧୯୨୯ ଲାହୋର ଅଧିବେଶନରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପୂର୍ଣ୍ଣ ସ୍ବରାଜ ଘୋଷଣା କରିଥିଲା ଏବଂ ଜାନୁୟାରୀ ଛବିଶକୁ ଗଣତନ୍ତ୍ର ଦିବସ ରୂପେ ଘୋଷଣା କରାଯାଇଥିଲା। ସ୍ବାଧୀନତା ଦିବସ ସମାରୋହରେ ଭାରତୀୟ ଜନଗଣ ମନରେ ଜାତୀୟତାବାଦ ତଥା ରାଷ୍ଟ୍ରପ୍ରୀତି ଭାବନା ଉଦ୍ରେକ କରାଯାଇଥିଲା । ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତକରିିବା ସଙ୍ଗେ ସଙ୍ଗେ ଭାରତବାସୀଙ୍କୁ ସାର୍ବଭୌମ କ୍ଷମତା ତଥା ସ୍ବାଧୀନତା ହସ୍ତାନ୍ତର କରିବା ଲାଗି ଫିରିଙ୍ଗମାନଙ୍କୁ ଏକପ୍ରକାର ବାଧ୍ୟ କରାଯାଇଥିଲା। ୧୯୩୦ରୁ ୧୯୫୦ ମଧ୍ୟରେ ୨୬ଥର ଜାନୁୟାରୀ ୨୬କୁ ସ୍ବାଧୀନତା ଦିବସ ରୂପେ ପାଳନ କରାଯାଇଥିଲା। ଏଥିରେ ଦେଶବାସୀ ଏକଜୁଟ ହୋଇ ସ୍ବାଧୀନତାର ବଜ୍ର ଶପଥ ନେଇଥିଲେ। ଦେଶର ତଦାନୀନ୍ତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ନେହେରୁ ତାଙ୍କ ଆତ୍ମଜୀବନୀରେ ଏକଥା ବର୍ଣ୍ଣନା କରିଥିବା ଦେଖିବାକୁ ମିଳେ। ଏ ସଂକ୍ରାନ୍ତରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମାର୍ମିକ ଉକ୍ତି ବେଶ୍‌ ପ୍ରଣୀଧାନଯୋଗ୍ୟ। ସେ ସ୍ପଷ୍ଟ ଭାବେ କହିଥିଲେ-ଏଇ ପବିତ୍ର ଦିବସକୁ କିଛିଟା ଗଠନାତ୍ମକ ବା ରଚନାତ୍ମକ କାର୍ଯ୍ୟ ଯଥା ହିନ୍ଦୁ-ମୁସଲମାନ ପୁନର୍ମିଳନ କିମ୍ବା ଅସ୍ପୃଶ୍ୟ ସମ୍ପ୍ରଦାୟଙ୍କ ସେବାରେ ବିତାଇ ଦିଆଯାଉ। ଭାରତ ସମ୍ବିଧାନ ୧୯୫୦ ଜାନୁୟାରୀ ୨୬ରେ କାର୍ଯ୍ୟକାରୀ ହୋଇଥିଲା। ସେବେଠାରୁ ଜାନୁୟାରୀ ୨୬କୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଅଛି। ୧୯୪୭ ଅଗଷ୍ଟ ୧୫ରେ ଭାରତକୁ ସ୍ବାଧୀନତା ମିଳିଥିଲେ ମଧ୍ୟ ୧୯୫୦ ଜାନୁୟାରୀ ୨୬କୁ ଗଣରାଜ୍ୟ ଦିବସ ରୂପେ ପାଳନ କରାଯାଉଛି। ସମ୍ବିଧାନ ଲାଗୁ କରିବା ନିମନ୍ତେ ଜାନୁୟାରୀ ୨୬କୁ ଚୟନ କରାଯାଇଥିଲା। କାରଣ ୧୯୩୦ ଜାନୁୟାରୀ ୨୬ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ଫିରିଙ୍ଗଙ୍କ ବିରୋଧରେ ପୂର୍ଣ୍ଣ ସ୍ବରାଜ ଘୋଷଣା କରିଥିଲା। ଗଣତନ୍ତ୍ର ରାଷ୍ଟ୍ର ସମ୍ପର୍କରେ ୩୧ ଡିସେମ୍ବର ୧୯୨୯ ରାତ୍ରିକାଳରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଲାହୋର ଅଧିବେଶନରେ ବିଚାର ତଥା ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହୂତ ହୋଇଥିଲା। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅଂଶଗ୍ରହଣ କରିଥିବା ଜାତୀୟବାଦୀ ନେତୃବୃନ୍ଦ ପ୍ରଥମେ ଜାନୁୟାରୀ ୨୬କୁ ସ୍ବାଧୀନତା ଦିବସ ରୂପେ ପାଳନ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଆଉ ଠିକ୍‌ ସେହିଦିନ ଦେଶର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଏକଥା ମନେରଖିବାକୁ ହେବ ଯେ, ଅଗଷ୍ଟ ପନ୍ଦରରେ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବା ବେଳେ ଜାନୁୟାରୀ ୨୬ରେ ଏହାକୁ ଉଡାଇଦିଆଯାଏ। ଅଗଷ୍ଟ ପନ୍ଦର ଦିନ ଜାତୀୟ ପତାକାକୁ ଖମ୍ବ ମଝିରୁ ଭାଙ୍ଗକରାଯାଇ ଖମ୍ବର ଶୀର୍ଷରେ ମେଲେଇ ହେବା ଆଗରୁ ଦଉଡ଼ିରେ ଟଣାଯାଇଥାଏ। ଏହାକୁ ଆମେ ପତାକା ଉତ୍ତୋଳନ ବୋଲି କହିଥାଉ। ତାତ୍ପର୍ଯ୍ୟ ଆମ ଦେଶ ବହୁବର୍ଷର ଔପନିବେଶିକ ସାର୍ବଭୌମତ୍ୱରୁ ସ୍ବାଧୀନ ହୋଇଥିଲା। ଅପରପଟେ,ଜାନୁୟାରୀ ୨୬ରେ ତ୍ରିରଙ୍ଗାକୁ ଆକାଶରେ ଉଡାଇ ଦିଆଯାଏ। ଅର୍ଥାତ୍‌ ତ୍ରିରଙ୍ଗାକୁ ଧ୍ୱଜାଖମ୍ବ ଅଗରେ ଭଙ୍ଗାଯାଇ ରଜୁକୁ ଟାଣି ଆକାଶରେ ଉଡାଇ ଦିଆଯାଏ। କାରଣ ଏହା ସ୍ବାଧୀନ ଦେଶର ତ୍ରିରଙ୍ଗା। ଆଉ ଏଇ ଧ୍ୱଜାକୁ ଆମେ ତଳେ ଝୁଲାଇ ପାରିବା ନାହିଁ, ଊର୍ଦ୍ଧ୍ୱରେ ରଖି ଉଡ଼ାଇବା।
– ନଗେନ୍ଦ୍ର ନାଥ ପଟ୍ଟନାୟକ
ମୋ: ୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri