Posted inଫୁରସତ

ଜନଗଣମନରେ ଜାତୀୟତାବାଦ

ସମ୍ପ୍ରତି କରୋନା ଯୋଗୁ ଏବର୍ଷ ସ୍ବାଧୀନତା ଦିବସ ନିରାଡ଼ମ୍ବରରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି। ଦିଲ୍ଲୀ ସମେତ ଅନ୍ୟସବୁ ରାଜ୍ୟଗୁଡ଼ିକରେ ସ୍ବାଧୀନତା ଦିବସ ପାଳନ କଲାବେଳେ ସାମାଜିକ ଦୂରତ୍ୱ ତଥା ଶାରୀରିକ ବ୍ୟବଧାନ, ମୁହଁରେ ମାସ୍କ ଭିଡ଼ିବା ଇତ୍ୟାଦି କୋଭିଡ୍‌ କଟକଣା ତଥା ମାର୍ଗଦର୍ଶିକା ପାଳନ ଉପରେ କଡ଼ାକଡ଼ି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ଦିବସର ପୃଷ୍ଠଭୂମି ଉପରେ ଦୃଷ୍ଟିପାତ କଲେ ଜାଣିବାକୁ ମିଳେ,ବହୁବର୍ଷ ଧରି କଂଗ୍ରେସ ଛବିଶ ଜାନୁୟାରୀକୁ ସ୍ବାଧୀନତା ଦିବସ ରୂପେ ପାଳନ କରିଆସୁଥିଲା। ୧୯୨୯ ଲାହୋର ଅଧିବେଶନରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପୂର୍ଣ୍ଣ ସ୍ବରାଜ ଘୋଷଣା କରିଥିଲା ଏବଂ ଜାନୁୟାରୀ ଛବିଶକୁ ଗଣତନ୍ତ୍ର ଦିବସ ରୂପେ ଘୋଷଣା କରାଯାଇଥିଲା। ସ୍ବାଧୀନତା ଦିବସ ସମାରୋହରେ ଭାରତୀୟ ଜନଗଣ ମନରେ ଜାତୀୟତାବାଦ ତଥା ରାଷ୍ଟ୍ରପ୍ରୀତି ଭାବନା ଉଦ୍ରେକ କରାଯାଇଥିଲା । ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତକରିିବା ସଙ୍ଗେ ସଙ୍ଗେ ଭାରତବାସୀଙ୍କୁ ସାର୍ବଭୌମ କ୍ଷମତା ତଥା ସ୍ବାଧୀନତା ହସ୍ତାନ୍ତର କରିବା ଲାଗି ଫିରିଙ୍ଗମାନଙ୍କୁ ଏକପ୍ରକାର ବାଧ୍ୟ କରାଯାଇଥିଲା। ୧୯୩୦ରୁ ୧୯୫୦ ମଧ୍ୟରେ ୨୬ଥର ଜାନୁୟାରୀ ୨୬କୁ ସ୍ବାଧୀନତା ଦିବସ ରୂପେ ପାଳନ କରାଯାଇଥିଲା। ଏଥିରେ ଦେଶବାସୀ ଏକଜୁଟ ହୋଇ ସ୍ବାଧୀନତାର ବଜ୍ର ଶପଥ ନେଇଥିଲେ। ଦେଶର ତଦାନୀନ୍ତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ନେହେରୁ ତାଙ୍କ ଆତ୍ମଜୀବନୀରେ ଏକଥା ବର୍ଣ୍ଣନା କରିଥିବା ଦେଖିବାକୁ ମିଳେ। ଏ ସଂକ୍ରାନ୍ତରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମାର୍ମିକ ଉକ୍ତି ବେଶ୍‌ ପ୍ରଣୀଧାନଯୋଗ୍ୟ। ସେ ସ୍ପଷ୍ଟ ଭାବେ କହିଥିଲେ-ଏଇ ପବିତ୍ର ଦିବସକୁ କିଛିଟା ଗଠନାତ୍ମକ ବା ରଚନାତ୍ମକ କାର୍ଯ୍ୟ ଯଥା ହିନ୍ଦୁ-ମୁସଲମାନ ପୁନର୍ମିଳନ କିମ୍ବା ଅସ୍ପୃଶ୍ୟ ସମ୍ପ୍ରଦାୟଙ୍କ ସେବାରେ ବିତାଇ ଦିଆଯାଉ। ଭାରତ ସମ୍ବିଧାନ ୧୯୫୦ ଜାନୁୟାରୀ ୨୬ରେ କାର୍ଯ୍ୟକାରୀ ହୋଇଥିଲା। ସେବେଠାରୁ ଜାନୁୟାରୀ ୨୬କୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଅଛି। ୧୯୪୭ ଅଗଷ୍ଟ ୧୫ରେ ଭାରତକୁ ସ୍ବାଧୀନତା ମିଳିଥିଲେ ମଧ୍ୟ ୧୯୫୦ ଜାନୁୟାରୀ ୨୬କୁ ଗଣରାଜ୍ୟ ଦିବସ ରୂପେ ପାଳନ କରାଯାଉଛି। ସମ୍ବିଧାନ ଲାଗୁ କରିବା ନିମନ୍ତେ ଜାନୁୟାରୀ ୨୬କୁ ଚୟନ କରାଯାଇଥିଲା। କାରଣ ୧୯୩୦ ଜାନୁୟାରୀ ୨୬ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ଫିରିଙ୍ଗଙ୍କ ବିରୋଧରେ ପୂର୍ଣ୍ଣ ସ୍ବରାଜ ଘୋଷଣା କରିଥିଲା। ଗଣତନ୍ତ୍ର ରାଷ୍ଟ୍ର ସମ୍ପର୍କରେ ୩୧ ଡିସେମ୍ବର ୧୯୨୯ ରାତ୍ରିକାଳରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଲାହୋର ଅଧିବେଶନରେ ବିଚାର ତଥା ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହୂତ ହୋଇଥିଲା। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅଂଶଗ୍ରହଣ କରିଥିବା ଜାତୀୟବାଦୀ ନେତୃବୃନ୍ଦ ପ୍ରଥମେ ଜାନୁୟାରୀ ୨୬କୁ ସ୍ବାଧୀନତା ଦିବସ ରୂପେ ପାଳନ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଆଉ ଠିକ୍‌ ସେହିଦିନ ଦେଶର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଏକଥା ମନେରଖିବାକୁ ହେବ ଯେ, ଅଗଷ୍ଟ ପନ୍ଦରରେ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବା ବେଳେ ଜାନୁୟାରୀ ୨୬ରେ ଏହାକୁ ଉଡାଇଦିଆଯାଏ। ଅଗଷ୍ଟ ପନ୍ଦର ଦିନ ଜାତୀୟ ପତାକାକୁ ଖମ୍ବ ମଝିରୁ ଭାଙ୍ଗକରାଯାଇ ଖମ୍ବର ଶୀର୍ଷରେ ମେଲେଇ ହେବା ଆଗରୁ ଦଉଡ଼ିରେ ଟଣାଯାଇଥାଏ। ଏହାକୁ ଆମେ ପତାକା ଉତ୍ତୋଳନ ବୋଲି କହିଥାଉ। ତାତ୍ପର୍ଯ୍ୟ ଆମ ଦେଶ ବହୁବର୍ଷର ଔପନିବେଶିକ ସାର୍ବଭୌମତ୍ୱରୁ ସ୍ବାଧୀନ ହୋଇଥିଲା। ଅପରପଟେ,ଜାନୁୟାରୀ ୨୬ରେ ତ୍ରିରଙ୍ଗାକୁ ଆକାଶରେ ଉଡାଇ ଦିଆଯାଏ। ଅର୍ଥାତ୍‌ ତ୍ରିରଙ୍ଗାକୁ ଧ୍ୱଜାଖମ୍ବ ଅଗରେ ଭଙ୍ଗାଯାଇ ରଜୁକୁ ଟାଣି ଆକାଶରେ ଉଡାଇ ଦିଆଯାଏ। କାରଣ ଏହା ସ୍ବାଧୀନ ଦେଶର ତ୍ରିରଙ୍ଗା। ଆଉ ଏଇ ଧ୍ୱଜାକୁ ଆମେ ତଳେ ଝୁଲାଇ ପାରିବା ନାହିଁ, ଊର୍ଦ୍ଧ୍ୱରେ ରଖି ଉଡ଼ାଇବା।
– ନଗେନ୍ଦ୍ର ନାଥ ପଟ୍ଟନାୟକ
ମୋ: ୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri