Posted inଫୁରସତ

ଏବେ ବି ସେଦିନ ଅଭୁଲା: ଗାଁରେ ତ୍ରିରଙ୍ଗା ଉଡ଼ାଇଥିଲୁ

ଆଜି ଦେଶ ପାଳନ କରୁଛି ୭୫ତମ ସ୍ବାଧୀନତା ଦିବସ। ଏବେ ବି ଜୀବିତ ଅଛନ୍ତି ଦେଶ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା କେତେକ ସଂଗ୍ରାମୀ। ତେବେ ପ୍ରଥମ ସ୍ବାଧୀନତା ଦିବସ ପାଳନର ଅଭୁଲା ସ୍ମୃତି ବଖାଣିଛନ୍ତି ଦୁଇ ସଂଗ୍ରାମୀ…

ବରଗଡ଼ ଜିଲା ସୋହେଲା ବ୍ଲକ୍‌ର ପାଣିମୋରା। ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଚର୍ଚ୍ଚିତ ଏଇ ଗାଁ। ଦେଶ ସ୍ବାଧୀନତା ପାଇବା ଦିନର ଅର୍ଥାତ୍‌ ୧୯୪୭ ମସିହା ଅଗଷ୍ଟ ୧୫ର ସ୍ମୃତି ରୋମନ୍ଥନ କରନ୍ତି ଏଇ ଗ୍ରାମର ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ-‘ଦେଶ ସ୍ବାଧୀନତା ଖବର ପାଇ ଆନନ୍ଦର ସୀମା ରହିଲା ନାହିଁ। ୧୪ତାରିଖ ରାତି ବିତିଗଲା କିନ୍ତୁ ଆମ ଆଖିରେ ନିଦ ନ ଥିଲା। ପୌଷ ପୂର୍ଣ୍ଣିମା ଭଳି ପିଠାପଣା କରି ଆନନ୍ଦ ଉତ୍ସବ ମନାଇଥିଲୁ। ସକାଳୁ ଭାରତମାତା ପ୍ରତିମୂର୍ତ୍ତି ତିଆରି କରି ଏକ ଶଗଡ଼ରେ ରଖିଥିଲୁ। ଦେଶାତ୍ମବୋଧକ ସ୍ଲୋଗାନ ଦେବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲୁ। ତା’ପରେ ଭାରତମାତାଙ୍କୁ ଶଗଡ଼ରେ ନେଇ ଗ୍ରାମର ସବୁ ଗଳିକନ୍ଦି ପରିକ୍ରମା କରାଇଥିଲୁ। ପରିକ୍ରମା ସମୟରେ ପ୍ରତି ଘରଦ୍ୱାରରେ ମା’ମାନେ ପୂର୍ଣ୍ଣ କଳସ ବସାଇଥିଲେ। ଆମେ ପହଞ୍ଚିବା ପରେ ଆମର ପାଦଧୌତ କରାଯାଇଥିଲା। ଏହି ପରିକ୍ରମାରେ ଗ୍ରାମର ୩୨ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସମେତ ଗାଁ ଲୋକେ ମଧ୍ୟ ସାମିଲ ହୋଇଥିଲେ। ସେଦିନର ସ୍ମୃତି ମୋ ପାଇଁ ସବୁବେଳେ ଅଭୁଲା ହୋଇ ରହିଛି। ଏବେ ମଧ୍ୟ ଆଖି ଆଗରେ ନାଚି ଯାଉଛି ସେ ଦିନର ଦୃଶ୍ୟ। ଆଉ ମନେପଡ଼ିଗଲେ ଶରୀରର ଲୋମ ଟାଙ୍କୁରି ଉଠୁଛି’।
– ପ୍ରେମାନନ୍ଦ ଖମାରୀ, କ୍ଷମାନିଧି ନାୟକ

ଭଦ୍ରକ ଜିଲାର ବାସୁଦେବପୁର ସଂଗ୍ରାମୀଙ୍କ ମାଟି ଭାବେ ପରିଚିତ। ସ୍ବାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟ ପାଇଁ ଏହି ବ୍ଲକର ଆରୁହା ପଞ୍ଚାୟତ ଅନ୍ତର୍ଗତ ତୁଳମତୁଳା ଗଁା ଆଜି ଗର୍ବିତ। ସାରଦା ପିଲାଟିଦିନରୁ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଝାସଦେଇଥିଲେ ସାରଦା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହେବା ସହ ଇରମ ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ଇଂରେଜ ସରକାରଙ୍କୁ ବିରୋଧ କରି ବାସୁଦେବପୁରର ବିଭିନ୍ନ ଅଞ୍ଚଳରେ ସଭାସମିତି କରି ୨ ଥର କାରାବରଣ କରିଥିଲେ। ଦେଢ଼ବର୍ଷ ବାଲେଶ୍ୱର ଜେଲ ଓ ୪ ମାସ ବିହାରର ପାଟଣା ଜେଲରେ ବନ୍ଦୀ ଜୀବନ ବିତାଇଥିଲେ। ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ ଓ ଗୌରାଙ୍ଗଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା ବିଶେଷ ଭାବରେ ଅନୁପ୍ରାଣିତ ହୋଇ ନିଜର ସଂଗ୍ରାମୀ ଜୀବନକୁ ଆଗେଇ ନେଇଥିଲେ । ସ୍ବାଧୀନତା ପରବର୍ତ୍ତୀ ସମୟରେ ସେ ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ଜଣେ ସଫଳ ଶିକ୍ଷକ ଭାବେ ୧୯୮୨ ମସିହାରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ। ତେବେ ଚଳିତବର୍ଷ ଅଗଷ୍ଟକ୍ରାନ୍ତି ଦିବସରେ ୯୫ ବର୍ଷୀୟ ସଂଗ୍ରାମୀ ସାରଦା ପ୍ରସାଦଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ପ୍ରଦତ୍ତ ଉତ୍ତରୀୟ, ଅଙ୍ଗବସ୍ତ୍ର ତାଙ୍କ ତୁଳମତୁଳାସ୍ଥିତ ବାସଭବନରେ ଜିଲାପାଳ ଓ ବିଧାୟକ ସମ୍ବର୍ଦ୍ଧିତ କରିବାକୁ ନେଇ ପରିବାର ଲୋକେ ଗୌରବାନ୍ବିତ ମନେକରିଥିବା କହିଛନ୍ତି। ତେବେ ଭାରତଛାଡ଼ ଆନ୍ଦୋଳନର ୫ ବର୍ଷ ପରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହେଉଥିବା କଥା ଶୁଣି ଖୁସିରେ ସମସ୍ତେ ନାଚି ଉଠିଥିଲେ। ବଡ଼ଭାଇ ସଂଗ୍ରାମୀ ବରଦା ପ୍ରସାଦ ରାୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ନିଜ ଗାଁରେ ପ୍ରଥମ ସ୍ବାଧୀନତା ଦିବସ ପାଳନ କରି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ ସାରଦା। ପରବର୍ତ୍ତୀ ସମୟରେ ପ୍ରତି ସ୍ବାଧୀନତା ଦିବସରେ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ସଂଗ୍ରାମୀ ସାରଦା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ନିଜ ଘରେ ମଧ୍ୟ ପତାକା ଉଡ଼ାଇଥାନ୍ତି। ଏକଥା କହିଛନ୍ତି ସଂଗ୍ରାମୀ ସାରଦାଙ୍କ ପତ୍ନୀ କମଳା କୁମାରୀ ରାୟ। ସୂଚନାଯୋଗ୍ୟ ବୟସାଧିକ୍ୟ କାରଣରୁ ସାରଦା ବିଶେଷ ଭାବେ ସ୍ମୃତିକୁ ଠିକ ଭାବରେ କହି ପାରୁନାହାନ୍ତି। ତେବେ କିଛି ବର୍ଷ ପୂର୍ବରୁ ଦେଶର ପ୍ରଥମ ସ୍ବାଧୀନତା ଦିବସ ପାଳନର ଖୁସି ମୁହୂର୍ତ୍ତ ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ପାଖରେ କହିଥିଲେ ବୋଲି ପରିବାର ଲୋକ କୁହନ୍ତି।
– ନାରାୟଣ ପ୍ରସାଦ ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri