Posted inଜାତୀୟ

କିଏ ସେ ସୁରିନ୍ଦର ଚୌଧୁରୀ? ଯାହାକୁ ଉପମୁଖ୍ୟମନ୍ତ୍ରୀ କଲା ଉମର ସରକାର.. ଭାଜପାର ତୁଙ୍ଗ ନେତାଙ୍କୁ କରିଥିଲେ ପରାଜିତ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ହୋଇଛି। ବୁଧବାର ନ୍ୟାଶନାଲ କନ୍‌ଫରେନ୍ସର ନେତା ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିଭଳି ନୌସେରାରୁ ବିଧାୟକ ଥିବା ସୁରିନ୍ଦର ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ଭାଜପାକୁ ବଡ଼ ଝଟ୍‌କା ଦେଇଥିଲେ ସୁରିନ୍ଦର। ସେ ଭାଜପାର ରାଜ୍ୟ ମୁଖ୍ୟ ଥିବା ରବିନ୍ଦ୍ର ରାଇନାଙ୍କୁ ହରାଇ ବିଧାନସଭା ପହଞ୍ଚିଛନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିବା:-

ନିର୍ବାଚନରେ ସୁରିନ୍ଦର ରବିନ୍ଦ୍ରଙ୍କୁ ୭୮୧୯ ଭୋଟରେ ପରାଜିତ କରିଥିଲେ। ଏହାପୂର୍ବରୁ ସେ ୨୦୧୪ରେ ମଧ୍ୟ ନିର୍ବାଚନ ଲଢ଼ିଥିଲେ। ହେଲେ ଏହି ନିର୍ବାଚନରେ ରବିନ୍ଦ୍ର ସୁରିନ୍ଦରଙ୍କୁ ପ୍ରାୟ ୧୦ ହଜାର ଭୋଟରେ ପରାଜିତ କରିଥିଲେ।

ମେହବୁବା ମୁଫ୍‌ତିଙ୍କ ନେତୃତ୍ୱାଧୀନ ପିପୁଲ୍ସ ଡେମୋକ୍ରେଟିକ୍‌ ପାର୍ଟି(ପିଡିପି)ର ସୁରିନ୍ଦର ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ସୁଯୋଗ ଦେଖି ସେ ଅବ୍‌ଦୁଲ୍ଲାଙ୍କ ପରିବାର ହାତ ଧରିଥିଲେ। ସେ ଜମ୍ମୁ କଶ୍ମୀର ରାଜ୍ୟ ବୋର୍ଡରୁ ଦ୍ୱାଦଶ ଯାଏ ପଢ଼ିଛନ୍ତି। ସେହିଭଳି ସେ ୨.୩ କୋଟି ସମ୍ପତ୍ତିର ମାଲିକ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତାଲିକାରେ ଦର୍ଶାଇଛନ୍ତି।

ଗତ ବିଧାନସଭା ନିର୍ବାଚନରେ ନ୍ୟାଶନାଲ କନ୍‌ଫରେନ୍ସ ୪୨ ଆସନରେ ବିଜେତା ହୋଇଛି। ସେଥିରୁ ୨ ଆସନରେ ହିନ୍ଦୁ ପ୍ରାର୍ଥୀ ବିଧାୟକ ହୋଇଛନ୍ତି। ଯେଉଁଥିରୁ ଗୋଟିଏ ଆସନ ନୌସେରାର। ଏଠାରୁ ଜିତି ସୁରିନ୍ଦର ବିଧାନସଭାରେ ପହଞ୍ଚିଛନ୍ତି। ଦଳର ସଫଳତା କଶ୍ମୀର ଅଞ୍ଚଳରେ ଅଧିକ ରହିଛି। ଏହି କାରଣରୁ ଜମ୍ମୁରେ ଶକ୍ତି ବଢ଼ାଇବାକୁ ନୌସେରାରୁ ବିଧାୟକ ଥିବା ସୁରିନ୍ଦରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଏପରି କରି ଉମର ଅବଦୁଲ୍ଲା ହିନ୍ଦୁଙ୍କୁ ବାର୍ତ୍ତା ଦେଇଛନ୍ତି ଯେ ସେ ସେମାନଙ୍କ ସହ ପାଦରେ ପାଦ ମିଳାଇ ଚାଲିବେ।

କହିରଖୁଛୁ ଯେ, ନ୍ୟାଶନାଲ କନ୍‌ଫରେନ୍ସ କଂଗ୍ରେସ ସହ ମିଶି ମେଣ୍ଟ ସରକାର ଗଠନ କରିଥିଲେ। ହେଲେ ନିର୍ବାଚନ ପରିଣାମ ପରେ କଂଗ୍ରେସ ସରକାରରେ ସାମିଲ ହେବା ବଦଳରେ ବାହାରୁ ସମର୍ଥନ ଦେବାକୁ ଘୋଷଣା କରିଛି। ଏହାଛଡ଼ା ଏଏପି , ସିପିଏମ୍‌ ଏବଂ ସ୍ବାଧୀନ ବିଧାୟକମାନେ ମଧ୍ୟ ଉମର ସରକାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?