Posted inଖେଳ

ଜାତୀୟ ସବ୍‌ଜୁନିୟର ମହିଳା ହକି: ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ସିମଡେଗାଠାରେ ଚାଲିଥିବା ୧୧ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଓଡ଼ିଶା ୫-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଦୀପିକା ବାର୍‌ଓ୍ବା ୩୭ ଓ ୫୧ତମ ମିନିଟରେ ୨ଟି ଗୋଲ ଦେଇଥିବାବେଳେ ନିଶା ଦାଦେଲ ୧୩, ରମ୍ଭା କୁଜୁର ୪୧ ଓ କନିକା କେର୍କେଟା ୨୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପଞ୍ଜାବ ଅଧିନାୟିକା ସୁଖଭୀର କୌର ୫୫ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ହରିୟାଣା ୨୩-୦ରେ ତାମିଲନାଡ଼ୁ, ଉତ୍ତରପ୍ରଦେଶ ୧୧-୦ରେ ବିହାର ଓ ଝାଡ଼ଖଣ୍ଡ ୧୬-୦ ଗୋଲରେ ଦିଲ୍ଲୀକୁ ହରାଇ ସେମିଫାଇନାଲରେ ପହଞ୍ଚତ୍ଛି। ୧୭ ତାରିଖରେ ସେମିଫାଇନାଲ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ଆୟୋଜକ ଝାଡ଼ଖଣ୍ଡକୁ ଭେଟିବାକୁ ଥିବାବେଳେ ଉତ୍ତର ପ୍ରଦେଶ ଓ ହରିୟାଣା ମଧ୍ୟରେ ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛେତ୍ରୀ, ମନୀଷା ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାରତ ପୁରୁଷ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଙ୍ଗଳବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦ୍ୱାରା ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ...

ଏଜ୍‌ବାଷ୍ଟନ ଷ୍ଟାଡିୟମରେ ହେବ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟର

ଲଣ୍ଡନ,୩।୪ (ପି.ଟି)- ଇଂଲଣ୍ଡର ବର୍ମିଂହାମସ୍ଥିତ ଏଜ୍‌ବାଷ୍ଟନ ଷ୍ଟାଡିୟମ କୋଭିଡ୍‌-୧୯ ଟେଷ୍ଟିଂ ସେଣ୍ଟରରେ ପରିଣତ ହେବ ବୋଲି ଓ୍ବରଓ୍ବିକ୍‌ଶାୟାର କାଉଣ୍ଟି କ୍ରିକେଟ କ୍ଲବ (ଡବ୍ଲ୍ୟସିସିସି) ତରଫରୁ କୁହାଯାଇଛି।...

ବିସିସିଆଇ ଏଜିଏମ୍‌: ୨୦୨୨ ଆଇପିଏଲ୍‌ରେ ୧୦ ଟିମ୍‌ ଭାଗ ନେବେ

ଅହମ୍ମଦାବାଦ,୨୫।୧୨(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ନେଇ ବଡ଼ ନିଷ୍ପତ୍ତି...

ଏପରି ଟି-ଶର୍ଟ ପିନ୍ଧି ଟ୍ରୋଲ ହେଲେ ବିରାଟ କୋହଲି

ଆଇପିଏଲ୍‌ ୨୦୨୦ ଶେଷ ହେବା ପରେ ଇଣ୍ଡିଆ ଟିମ୍‌ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସେଠାରେ ସମସ୍ତ ଖେଳାଳି କ୍ୱାରାଣ୍ଟାଇନ୍‌ ପିରିୟଡ୍‌ରେ ରହି ଖେଳ ଅଭ୍ୟାସ କରୁଛନ୍ତି।...

୧୦ ମିନିଟ୍‌ରେ ବିକ୍ରି ହେଲା ଫେଡରର-ନାଡାଲଙ୍କ ସମସ୍ତ ମ୍ୟାଚ୍‌ ଟିକେଟ

ଜୋହାନ୍ସବର୍ଗ,୫।୯(ଏଏଫ୍‌ପି)- ଟେନିସ ଇତିହାସର ଦୁଇ କିମ୍ବଦନ୍ତୀ ରୋଜର ଫେଡରର ଓ ରାଫାଲ ନାଡାଲଙ୍କ ମ୍ୟାଚ୍‌ ଉପଭୋଗ କରିବା ଲାଗି ବିଶ୍ୱର ଟେନିସ ପ୍ରଶଂସକମାନେ ସର୍ବଦା ଅପେକ୍ଷା...

କମେଣ୍ଟ୍ରି ବକ୍ସରେ ଭାରତୀୟ କ୍ରିକେଟର ତ୍ରିମୂର୍ତ୍ତି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଶଂସକମାନେ ଏକ ଭିନ୍ନ ମଜା ପାଇଛନ୍ତି। ଭାରତୀୟ କ୍ରିକେଟର...

ବିଗ ବସ ୫ର ପ୍ରତିଯୋଗୀ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ, ସନ୍ନି ଲିଓନଙ୍କ ସହ ଥିଲା ଭଲ ବନ୍ଧୁତା

ମୁମ୍ବାଇ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ମାତ୍ର ୪୬ ବର୍ଷ ବୟସରେ ପରଲୋକ ହୋଇଛି । କ୍ରିକେଟ କ୍ୟାରିୟରରେ ଚର୍ଚ୍ଚାରେ...

ରାଞ୍ଚିରେ ଟେଷ୍ଟ: ଧୋନୀଙ୍କୁ ଅପେକ୍ଷା

ରାଞ୍ଚି,୧୮।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଏଠାରେ ରବିବାରଠାରୁ ୩ୟ ଟେଷ୍ଟ ଖେଳାଯିବ। ଏହା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ...

Advertisement
Archives

Model This Week