Posted inଖେଳ

ଜାତୀୟ ସିନିୟର ରୋଡ୍‌ ରେସ୍‌ ସାଇକ୍ଲିଂ: ସ୍ବସ୍ତି ସିଂଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୯।୩(କ୍ରୀଡ଼ା ପ୍ରତିନିଧି):ସାଇକ୍ଲିଂ ପ୍ରତିଭା ସ୍ବସ୍ତି ସିଂ ନିଜ ପ୍ରଦର୍ଶନ ମାଧ୍ୟମରେ ପୁଣି ଓଡ଼ିଶାକୁ ଗର୍ବିତ କରିଛନ୍ତି। ମହାରାଷ୍ଟ୍ରର ନଭି ମୁମ୍ବାଇରେ ୫ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ୨୫ତମ ଜାତୀୟ ସିନିୟର, ଏଲିଟ, ଜୁନିୟର ଓ ୟୁଥ୍‌ ରୋଡ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ର ମହିଳା ୬୦ କିଲୋମିଟର ରେସ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ବସ୍ତି ୧୯ ବର୍ଷରୁ କମ୍‌ ହୋଇଥିଲେ ହେଁ ସିନିୟର ବିଭାଗରେ ରେସ୍‌ କରି ସଫଳତା ପାଇଥିଲେ। ସେ ୦୨:୦୦:୨୫.୪୬୨ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। କର୍ନାଟକର ଦନାମ୍ମା ଚିଚାଖଣ୍ଡି ରୌପ୍ୟ ଏବଂ ଆରଏସ୍‌ପିବିର କୋମଲ ଦେଶମୁଖ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ରେସ୍‌ ପ୍ରକୃତରେ ୧୦୦ କିଲୋମିଟର ବିଶିଷ୍ଟ ଥିଲା। ମାତ୍ର ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାକୁ ୬୦ କିମି ବିଶିଷ୍ଟ କରାଯାଇଥିଲା। ସ୍ବସ୍ତିଙ୍କ ରକ୍ତଚାପ ବହୁତ ବଢ଼ି ଯାଇଥିଲା। ଏହା ସତ୍ତ୍ୱେ ସେ ସାହସର ସହ ରେସ୍‌ କରି ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ ବୋଲି ସ୍ବସ୍ତିଙ୍କ କୋଚ୍‌ ସୁଶୀଲ କୁମାର ଦାସ ପ୍ରକାଶ କରିଛନ୍ତି। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କ୍ୟାଡେଟ ସ୍ବସ୍ତିଙ୍କର ସାଇକେଲ ଚାଳନା ବେଗ ଘଣ୍ଟାପ୍ରତି ୨୯.୮୯ କିମିଥିଲା। ସ୍ବସ୍ତି ଚଳିତ ମାସରେ ହାଇଦ୍ରାବାଦରେ ହେବାକୁଥିବା ଜାତୀୟ ଟ୍ରାକ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ଭାଗନେବେ। ଏହା ବ୍ୟତୀତ ନଭେମ୍ବରରେ ହେବାକୁଥିବା ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ାରେ ମଧ୍ୟ ସେ ଅଂଶଗ୍ରହଣ କରିବେ।
ଉମା ଦେବୀ ଓ ଅମର ସିଂଙ୍କ କନ୍ୟା ସ୍ବସ୍ତି ସୁଶୀଲ କୁମାର ଦାସଙ୍କଠାରୁ କୋଚିଂ ନେଇ କ୍ୟାରିୟର ଆଗକୁ ବଢ଼ାଇଛନ୍ତି। ୨୦୧୫ରେ ସାଇକ୍ଲିଂ କ୍ୟାରିୟର ଆରମ୍ଭ କରିଥିବା ଏହି ପ୍ରତିଭା ସମ୍ପନ୍ନ ସାଇକ୍ଲିଷ୍ଟ ଇତିମଧ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ କିଛି ସଫଳତା ମଧ୍ୟ ଅର୍ଜନ କରିସାରିଛନ୍ତି। ୨୦୨୦ ଜାନୁୟାରୀରେ ଗୁଆହାଟୀରେ ଅନୁଷ୍ଠିତ ୩ୟ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ବାଳିକା କାଟେଗୋରିରେ ସେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ପାଇଥିଲେ। ଏହାପୂର୍ବରୁ ୨୦୧୮ରେ ହରିୟାଣାରେ ଅନୁଷ୍ଠିତ ୨୩ତମ ଜାତୀୟ ରୋଡ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୧୫ କିମି ବ୍ୟକ୍ତିଗତ ଟାଇମ୍‌ ଟ୍ରାଏଲ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ୨୦୧୮ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫ମ ଏସିଆନ୍‌ କପ୍‌ ଟ୍ରାକ୍‌ ସାଇକ୍ଲିଂର ଜୁନିୟର ମହିଳା ୨ କିମି ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରି ଅନ୍ତର୍ଜାତୀୟ କ୍ୟାରିୟରକୁ ରୁଦ୍ଧିମନ୍ତ କରିଥିଲେ ସ୍ବସ୍ତି। ୨୦୧୯ରେ ନୂଆଦିଲ୍ଲୀରେ ଆୟୋଜିତ ଏସିଆ କପ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୨ କିମି ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ପାଇଥିଲେ। ଏହି ଅବସରରେ ସେ ୨:୩୫.୧୬୧ ସେକେଣ୍ଡ ସମୟ ନେଇ ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। ୨୦୧୯ରେ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ାର ମହିଳା ବ୍ୟକ୍ତିଗତ ରୋଡ୍‌ରେସ୍‌ ଇଭେଣ୍ଟରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ଜୁନିୟର ସ୍ତରରୁ ପ୍ରଦର୍ଶନର ଛାପ ଛାଡ଼ି ସ୍ବସ୍ତି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri