ଜାତୀୟ ଆବଶ୍ୟକତା: ଭାରତୀୟଙ୍କ ସାଧୁତା

ଆଜି ବିଶ୍ୱରେ ଭାରତର ଜାତୀୟ ଚରିତ୍ର ଏକ ଦୋ’ଛକିରେ। ନୀତିନୈତିକତା ଓ ଆଧ୍ୟାତ୍ମିକ ପରମ୍ପରାରେ ସମୃଦ୍ଧ ଭାରତର ସାଂସ୍କୃତିକ ଜୀବନ ବିଡ଼ମ୍ବିତ। ଆଦର୍ଶ କମ୍‌ ଆଡ଼ମ୍ବର ବେଶି। ଆଚାର କମ୍‌ ପ୍ରଚାର ବେଶି। ନୀତି କମ୍‌, ଦୁର୍ନୀତି ବେଶି। ବିଶ୍ୱର ୧୮୦ ଦେଶ ମଧ୍ୟରୁ ସ୍ବଚ୍ଛତା(ଟ୍ରାନ୍‌ସପରେନ୍‌ସି)ରେ ଭାରତ ୮୫ ଓ ଦୁର୍ନୀତିରେ ୯୬ ତମ ସ୍ଥିତିରେ ରହିଛି। ସଚ୍ଚୋଟତା ଆକଳନରେ ଦୁର୍ନୀତିକୁ ବିରୋଧ କରିବାର ସାହସର ଅଭାବ, ସମାଜରେ ଉଚ୍ଚ ନୀଚ ଶ୍ରେଣୀ ସୃଷ୍ଟି, କ୍ଷମତାର ଅପବ୍ୟବହାର, ଦଳିତଙ୍କ ଶୋଷଣ କଷଣ ତଥା ଜନସାଧାରଣଙ୍କ ସଚେତନତାର ଅଭାବ ଆଦି ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ମାପଦଣ୍ଡ ଗ୍ରହଣ କରାଯାଇଥିଲା। ମିଥ୍ୟା, ଛଳନାରେ ବ୍ୟକ୍ତି ଓ ଜାତୀୟ ଜୀବନ ଆଜି ଅଣନିଃଶ୍ୱାସୀ, ଅତିଷ୍ଠ। ସାଧୁତା ସାର୍ବଭୌମିକ ଓ ସାର୍ବଜନୀନ। ଏକାଧିକ ଭଲ/ଉତ୍ତମ/ସକାରାତ୍ମକ ଗୁଣର ସଂହତ ଓ ସନ୍ତୁଳିତ ଆଚରଣ ସାଧୁତାର ପରିଭାଷା। ଏହା କାୟମନୋବାକ୍ୟର ଏକତା ଓ ଅଖଣ୍ଡତା। ଚରିତ୍ରରେ ଥିବା ଦୟା, ଉଦାରତା, ସମାନାନୁଭୂତି, ସହାନୁଭୂତି, ସମ୍ବେଦନା, ସତ୍ୟ, ଧର୍ମ, ନ୍ୟାୟ ଆଦି ସଚ୍ଚୋଟତାର ଭିତ୍ତିଭୂମି। ପରପାଇଁ ଚିନ୍ତା/ଭାବନା ଦ୍ୱାରା ସାଧୁତା ସଞ୍ଚାଳିତ। ବ୍ୟକ୍ତି ନିଜ ପାଇଁ ସାଧୁ ଓ ପରପାଇଁ ଅସାଧୁ। ନାଗରିକର ବ୍ୟକ୍ତିଗତ ସାଧୁତା ଦ୍ୱାରା ଦେଶର ଚରିତ୍ର ନିର୍ମାଣ କରାଯାଇଥାଏ। ଆକବର ବୀରବଲଙ୍କ ପୋଖରୀରେ ରାତିରେ କ୍ଷୀର ଢାଳିବା କାହାଣୀ ଦ୍ୱାରା ରାଜ୍ୟବାସୀଙ୍କ ଅସାଧୁ ପ୍ରକୃତି ବୀରବଲ ପ୍ରମାଣ କରି ଦେଇଥିଲେ। ସର୍ତ୍ତ ଥିଲା-ଅଦେଖାରେ ରାଜ୍ୟବାସୀ ନିର୍ଦ୍ଦିଷ୍ଟ ପୋଖରୀରେ ରାତିରେ କ୍ଷୀର ଢାଳିବେ। ପ୍ରଜା ଭାବିଲେ-ମୁଁ ପାଣି ଢାଳିଲେ ଅନ୍ୟ ଢାଳିଥିବା କ୍ଷୀରରେ ମିଶିଯିବ।
କେହି ଜାଣିପାରିବେ ନାହିଁ। ପରିଣାମରେ କ୍ଷୀରପୋଖରୀ ପରିବର୍ତ୍ତେ ରାତି ପାହିଲାବେଳକୁ ଜଳପୋଖରୀ ଦେଖିବାକୁ ମିଳିଥିଲା। ସାଧୁତା ସହିତ ମୁହଁାମୁହିଁ ହୋଇଗଲେ ସ୍ବାର୍ଥପର ମୁହଁମୋଡ଼ି ଚାଲିଗଲାବେଳେ ନିଃସ୍ବାର୍ଥପର ତାକୁ ପାଛୋଟି ନିଏ।
ଅସାଧୁତାପ୍ରବଣ ମଣିଷର ପ୍ରବୃତ୍ତି ପ୍ରଦୂଷିତ। ବୃତ୍ତିଧାରୀ, ବ୍ୟବସାୟୀ, ଉଦ୍ୟୋଗୀ ବା ସାଧାରଣ ଜନତା ଦୁର୍ନୀତିଗ୍ରସ୍ତ। ମିଥ୍ୟା ମୂଲ୍ୟବୋଧ ନିଶାରେ ମଣିଷ ମତୁଆଲା। ତୃଷ୍ଣା ଅତୃପ୍ତ। ଅନୀତି କରି ଦଣ୍ଡକୁ ଡରି ଉତ୍କୋଚ ଭରି ମୁକ୍ତି ପାଇବାର ବିଫଳ ପ୍ରୟାସ। ଅଳ୍ପ ବା ବିନା ଶ୍ରମରେ ଧାର୍ଯ୍ୟ ପ୍ରାପ୍ୟଠାରୁ ଅଧିକ ପ୍ରାପ୍ତି ପାଇଁ ଅସାଧୁତା ସହଜ ସରଳ ବାଟ। ମନରେ ଅସରନ୍ତି କାମନା ବାସନାର ବସା। ଧର୍ମନିଷ୍ଠାରେ ଦେଖାଇହେବାର ପରାକାଷ୍ଠା। ‘କର୍ମ ଏକା ତା’ର ଜୀବନର ମାନଦଣ୍ଡ’-ଗୋପବନ୍ଧୁଙ୍କ ଏହି ଉକ୍ତି ଉପରେ ବିଶ୍ୱାସ ଦୁର୍ବଳ। ସତ୍ୟ ବିକଳ। ଧର୍ମ ଅଚଳ। ନ୍ୟାୟ କୁଚକ୍ରୀଙ୍କ ଷଡ଼ଯନ୍ତ୍ର କବଳିତ। କିଣାବିକାର ଦ୍ରବ୍ୟ। ସାପଶିଡ଼ିର ଲୁଡ଼ୁଖେଳ। ବିଚାରରେ ବିଭ୍ରାଟ। ବିବେକ ବେକହୀନ। ସାହିତି୍ୟକ ଓ ବୁଦ୍ଧିଜୀବୀଙ୍କ ସ୍ବାଧୀନ ଚିନ୍ତା ନୀରବତାରେ ଅପହୃତ। ଯୁକ୍ତି ବାଟବଣା। ସାଧୁ ଚିନ୍ତା ଓ ଚେତନା ଦୈନନ୍ଦିନ ଜୀବନରେ ପଦେ ପଦେ ପ୍ରତିହତ। ଅସାଧୁତା-ଜାଲରେ ସାଧୁତା ମୀନ ପରି ଛଟପଟ। ଉଦାରତା ଆଜି ଚରମ ଉଦାସୀନତା। ମଣିଷ ମଣିଷ ଭିତରେ ପ୍ରୀତି ବଦଳରେ ଭୀତି। ସେବା ଶୋଷଣର ଶୋଷ। ସ୍ବଦେଶ ବତ୍ସଳତା ଓ ମାତୃଭୂମିର ମମତା ବଦଳରେ ଧନବତ୍ସଳତା, କ୍ଷମତାବତ୍ସଳତା, ନାମଯଶବତ୍ସଳତାର ପ୍ରାବଲ୍ୟ। ଜ୍ଞାନ ପ୍ରତି ବିତୃଷ୍ଣା। ଚରିତ୍ରରେ ପକ୍ଷାଘାତ। ଅସାଧୁତାର ରାଜ୍ୟରେ ସାଧୁତା ନୂଆ ଆଗନ୍ତୁକ। ମଣିଷ ବସ୍ତ୍ର ବଦଳାଇଥାଏ, ସମ୍ପର୍କ ବଦଳାଇଥାଏ ଆଉ ଶେଷରେ ଘର ବଦଳାଇଥାଏ, ତଥାପି ଦୁଃଖୀ ରହିଥାଏ; କାହିଁକି ନା ନିଜର ଅସାଧୁ ସ୍ବଭାବ ବଦଳାଇ ନ ଥାଏ।
ଭାରତୀୟ ସଂସ୍କୃତିର ଅନ୍ତରାତ୍ମା କହେ ସାଧୁତା ପ୍ରତ୍ୟେକ ଭାରତୀୟର ମର୍ମ ଓ ଧର୍ମ। ଭାରତୀୟମାନେ ସଚ୍ଚୋଟ ଓ ନ୍ୟାୟପରାୟଣ ହୁଅନ୍ତୁ। ଅନ୍ତରକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ ଆତ୍ମବିଶ୍ଳେଷଣ ଲୋଡ଼ା। ସତ୍ୟବିଚାର ସତ୍ୟ ଆଚାରର ଅପେକ୍ଷା ରଖେ। ଅଜ୍ଞାନତା ଅସାଧୁତାର ମାତା। ସାଧୁତା ଜ୍ଞାନ ପୁସ୍ତକର ପ୍ରଥମ ଅଧ୍ୟାୟ। ସାଧୁତା ଅବଲମ୍ବନରେ ଜ୍ଞାନର ଧାରା ପ୍ରବାହିତ ହୁଏ। ବିଚାର ଅନନ୍ତ ଶକ୍ତିଯୁକ୍ତ। ନକାରାତ୍ମକ ପଞ୍ଝାରୁ ସ୍ବୟଂକୁ ବଦଳାଇବାକୁ ହେବ। ଏହା ସତ ଯେ ସାଧୁତା ଉନ୍ମୁଖ ହେଲାବେଳେ ନାନା ନକାରାତ୍ମକ ଶକ୍ତି ବାଟ ଓଗାଳେ। କାମନା କଣ୍ଟା ସାଜେ। ବାସନା ବାସି ଉଠେ। ଆତ୍ମସ୍ବାର୍ଥ ଭ୍ରମାତ୍ମକ ନିଷ୍ପତ୍ତି ନିଏ। ଗୋଟିଏ ପକ୍ଷରେ ଅବିଚାର, ଦୁଷ୍‌ପ୍ରବୃତ୍ତି, ଅନ୍ୟ ପକ୍ଷରେ ସାଧୁତାର ଆହ୍ବାନ-ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ। ସାଧୁତାରେ ଦୃଢ଼ତା ଥିଲେ ଅନ୍ତର୍ଦ୍ୱନ୍ଦ୍ୱରେ ବ୍ୟକ୍ତି ବିଜୟୀ ହୁଅନ୍ତି। ସାଧୁତାରେ ବିମଳ ଆନନ୍ଦ ଓ ଅସାଧୁତାରେ ଆସୁରିକ ଆନନ୍ଦ ମିଳିଥାଏ। ଅସାଧୁତା ଆଚରଣରେ ମାନବ ନିଜକୁ ବ୍ରହ୍ମାଣ୍ଡୀୟ ଚେତନାରୁ ନିଜକୁ ବିଚ୍ଛିନ୍ନ କରି ଦିଏ। ସାଧୁତାର ସ୍ପନ୍ଦନ ବାହାରକୁ ଦେଖା ନ ଗଲେ ମଧ୍ୟ ଜୀବନକୁ ବଞ୍ଚେଇ ରଖିଥାଏ। ଜଣେ ଅନ୍ୟ ପାଇଁ ବଞ୍ଚିଲେ ଅନ୍ୟମାନେ ତାଙ୍କ ପାଇଁ ବଞ୍ଚନ୍ତି। ସାଧୁତା ଏକ ବୃକ୍ଷ ହେଲେ ଈଶ୍ୱରୀୟ ଚିନ୍ତା/ଚେତନା ତାହାର ମାଟି, ସତ୍ସାହସ ବୀଜ, ସତ୍ୟ ଚେର, ଅଖଣ୍ଡତା ଶାଖାପ୍ରଶାଖା, ନ୍ୟାୟପରାୟଣତା ପତ୍ର, ବିବେକ ରସ, ଆନ୍ତରିକତା ଛାଇ, ସେବା ତାହାର ପୁଷ୍ପ ଓ ନିର୍ଲୋଭତା ତାହାର ଫଳ। ପ୍ରତିବଦ୍ଧତା ସୂର୍ଯ୍ୟକିରଣ। ବିପଦ/ସଙ୍କଟ/ଆହ୍ବାନ ତା’ପାଇଁ ଝଡ଼ବତାସ। ସାଧୁତା ଚେଇଁଲେ ଆତ୍ମସଂଶୋଧନ ଆରମ୍ଭ ହୁଏ। ସେବାର ରୂପ ନିଏ। ନେତା ଜନତା ସତ୍ୟନିଷ୍ଠ ଓ ସଚେତନ ହେଲେ ଦେଶ ସ୍ବଚ୍ଛ ହେବାରେ ବେଶି ଡେରି ହୁଅନ୍ତା ନାହିଁ।
ସାଧୁତା ଏକ ନୈତିକ ଦିଗ୍‌ନିର୍ଣ୍ଣୟ ଯନ୍ତ୍ର। ବ୍ୟକ୍ତି ଓ ଜାତିର ନିଷ୍ପତ୍ତି ଓ କାର୍ଯ୍ୟକୁ ଆଗକୁ ଯିବାକୁ ବାଟ ଫିଟାଏ। ସାଧୁତା ଏକ ଅଳଙ୍କାର ନୁହେଁ; ଅଙ୍ଗେନିଭା ଅନୁଭୂତି। ମନୋବିକାରର କାରଣ ଥିବା ସତ୍ତ୍ୱେ ଯେଉଁମାନଙ୍କର ମନୋବିକାର ଘଟେ ନାହିଁ, ସେହିମାନେ ହିଁ ପ୍ରକୃତରେ ସାଧୁ/ଧୀର। ସାଧୁତା ପ୍ରତି ପ୍ରତିଶ୍ରୁତିବଦ୍ଧ ହେଲେ ଭୁଲ୍‌ ବୁଝାମଣା, ସନ୍ଦେହ ଓ ଭୟ ସମାଜରେ ହ୍ରାସ ପାଇଥାଏ। ସାଧୁତା ଏକ ପାରସ୍ପରିକ ଦାୟିତ୍ୱ। ଏକ ଉପହାର ଯାହା ଜଣେ ନିଜକୁ ଓ ଅନ୍ୟକୁ ଭେଟି ଦେଇଥାଏ। ସାଧୁତା ନିଜ ବ୍ୟକ୍ତିତ୍ୱର ସୁରକ୍ଷା କବଚ ଓ ପରପାଇଁ ଆଶୀର୍ବାଦ। ଆସ୍ଥା, ସମ୍ମାନ ଓ ଗଭୀର ଆନ୍ତରିକତାକୁ ଏହା ପାଳନ ପୋଷଣ କରିଥାଏ। ଖୋଲାପଣ ଓ ବିଶ୍ୱାସଯୋଗ୍ୟତାର ସଂସ୍କୃତିକୁ ଆଗକୁ ନିଏ। ଗୋଟିଏ ଭୁଲ୍‌କୁ ରୋକିବାକୁ ଏହା ସବୁଠାରୁ ତ୍ୱରିତ ମାର୍ଗ। ବୁଦ୍ଧିର ମୋହ/ ଜଡ଼ତା ଦୂର କରି ମାନ ବୃଦ୍ଧି କରେ। ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ଘଟାଏ । ସାଧୁତା ଏକ ସାଧନା। ବଡ଼ମାନେ ଆଚରଣ କଲେ ସାନମାନେ ଅନୁପ୍ରାଣିତ ହୁଅନ୍ତି। ସକାରାତ୍ମକ ସମାନ-ଅନୁଭୂତି ଓ ସହ-ଅନୁଭୂତିରୁ ସାଧୁତାର ଅଙ୍କୁରୋଦ୍‌ଗମ। କଳ୍ପନାଶକ୍ତିର ଆଧିକ୍ୟରେ ବିଚାର ଘନୀଭୂତ ହୁଏ। ମନୁଷ୍ୟ ଯେପରି ହେବାକୁ ସଂକଳ୍ପ କରେ, ସେହିପରି ହୋଇଯାଏ। ଯେଉଁମାନଙ୍କର ସ୍ବପ୍ନ ଓ ସଂକଳ୍ପ, କଳ୍ପନା ଓ ରଚନାରେ ସଂହତିର ଅନ୍ତଃସ୍ରୋତ ପ୍ରବାହିତ, ସେମାନେ ପ୍ରାଣାନ୍ତକ ସଙ୍କଟ ଆସିଲେ ମଧ୍ୟ ନିଜ ପ୍ରକୃତିକୁ ବିକୃତ କରି ନ ଥା’ନ୍ତି। ସାଦାସିଧା ଜୀବନରେ ଉଚ୍ଚ ଚିନ୍ତା ଆପଣେଇବା ସାଧୁର ଧର୍ମ। ସଚ୍ଚୋଟ ହେବା ପାଇଁ ପ୍ରତିଭା/ଜାତି/ସମୟ ଲୋଡ଼ା ନାହିଁ। ଲୋଡ଼ା କେବଳ ସକ୍ରିୟ ଧାର୍ମିକ ଶକ୍ତି ଓ ବିବେକ ଶକ୍ତିର ପ୍ରୟୋଗ। ଆତ୍ମସଂଯମୀ, ଇନ୍ଦ୍ରିୟ-ଲାଳସାରହିତ, ନିଃସ୍ବାର୍ଥପରାୟଣ ସତ୍ସାହସୀ ମଣିଷ ସାଧୁତା ଆଚରଣ କରିପାରେ। ସାଧୁତା ହେଉଛି ସତ୍ୟ ଚିନ୍ତନର ଅଭ୍ୟାସ। ସଂହତିହୀନ ଅନାଡ଼ି ବ୍ୟକ୍ତି ପ୍ରଥମେ ନିଜକୁ ମିଛ କହେ, ପରେ ଅନ୍ୟକୁ। ସଚ୍ଚୋଟତା ହେଉଛି ସତକୁ ଭଲ ପାଇବା, ସତ୍ୟକୁ ସ୍ବୀକାର କରିବା ଓ ସତରେ ବଞ୍ଚିବା। ଆମେରିକାର ଲେଖକ ଓ ହାସ୍ୟରସିକ ମାର୍କ ଟ୍ବେନ୍‌ ମଣିଷକୁ ଚିହ୍ନାଇ କହନ୍ତି ,”ସବୁ ପଶୁଙ୍କ ମଧ୍ୟରେ ମଣିଷ ଏକମାତ୍ର ବ୍ୟତିକ୍ରମ ଯିଏ ମିଛ କହେ।“ ବିଶ୍ୱାସକୁ କାର୍ଯ୍ୟକାରୀ ନ କରିବା କେବଳ ବୌଦ୍ଧିକ ଆତ୍ମସନ୍ତୁଷ୍ଟି। ସାଧୁତାର ଶୀତଳ ଛାଇରେ ଆତ୍ମଚେତନା ବିଶ୍ୱଚେତନାରେ ସମ୍ପ୍ରସାରିତ ହୁଏ। ଅନ୍ୟକୁ ପ୍ରସନ୍ନ କରିପାରିଲେ ଆତ୍ମପୁରୁଷ ପ୍ରସନ୍ନ ହୁଏ। ସାଧୁତାରେ ଦୃଢ଼ତା ଥିଲେ ଦୁଃସ୍ଥ ନିପୀଡ଼ିତଙ୍କ ପାଇଁ କୋମଳତା ପ୍ରକାଶ ପାଏ। ସାଧୁତା ବ୍ୟକ୍ତିକୁ ଚନ୍ଦନ ଓ ଚନ୍ଦ୍ରଠାରୁ ଅଧିକ ଶୀଳତ ସ୍ପର୍ଶ ଦେଇଥାଏ। ବେଳେବେଳେ ସାଧୁତା ସହଜ ହୋଇ ନ ଥାଏ। ସାଧନାର କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼େ। ତୁମେ ଜୀବନରେ ଯାହା ଚାହୁଁଛ, ତାହା ଅନ୍ୟମାନଙ୍କୁ ଦିଅ। ନିଶ୍ଚୟ ଫେରି ପାଇବ। ତାହା ଭଲ ପାଇବା, ସମ୍ମାନ ବା ସାଧୁତା ହୋଇପାରେ। ସାଧୁତା ଯେତେ ଜିତେ ଦୁର୍ନୀତି ପାରେ ନାହିଁ। ଗୋପବନ୍ଧୁଙ୍କ ଭାଷାରେ: ଅନ୍ୟାୟ ଅଧର୍ମ ପାପ ଅତ୍ୟାଚାର/ ମାନେ ଅବଶେଷେ ସତ୍ୟ ପାଖେ ହାର।
ଅବସରପ୍ରାପ୍ତ ଉପାଧ୍ୟକ୍ଷ
ପଟିଆ, ଭୁବନେଶ୍ୱର
ମୋ: ୯୪୩୭୭୭୬୯୦୮


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri