Posted inଖେଳ

ଜାତୀୟ ଜୁନିୟର ଏକାଡେମୀ ମହିଳା ହକି: ଏନ୍‌ଟିଏଚ୍‌ର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍‌ଜୁନିୟର ବିଭାଗରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଏନଟିଏଚ୍‌) ବିଜୟୀ ହୋଇଛି। ଗୁରୁବାର ଓଡ଼ିଶା ଦଳ ୮-୦ ଗୋଲରେ ଜୟ ଭାରତ ହକି ଏକାଡେମୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଟୁଟି ଇଲାନୀ ୨୨, ୩୭ ଓ ଅଧିନାୟିକା ମୁନମୁନି ଦାସ ୧୬ ଓ ୫୬ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିବାବେଳେ ଅସିମା ରାଉତ ୨ୟ, ପ୍ରିୟା ଟପ୍ପୋ ୩୪, ସନ୍ଦମ ବାବିରାନି ୯ମ ଓ ସୁପ୍ରିୟା ଗୁଜୁର ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରତିଯୋଗିତାରେ ଓଡ଼ିଶାର ଏହା କ୍ରମାଗତ ଦ୍ୱିତୀୟ ବିଜୟ। ବୁଧବାର ପ୍ରଥମ ମ୍ୟାଚରେ ଦଳ ମଧ୍ୟପ୍ରଦେଶ ହକି ଏକାଡେମୀକୁ ୫-୦ ଗୋଲରେ ପରାସ୍ତ କରିଥିଲା। ଦ୍ୱିତୀୟ ଦିବସରେ ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଅଲିମ୍ପିଆନ ବିବେକ ସିଂ ହକି ଏକାଡେମୀ ୧୧-୦ରେ ତାମିଲନାଡ଼ୁ ହକି ଏକାଡେମୀ, ମୁମ୍ବାଇ ସ୍କୁଲ୍ସ ସ୍ପୋଟର୍‌ସ ଆସୋସିଏଶନ ୭-୦ ଗୋଲରେ ଧ୍ୟାନ ଚାନ୍ଦ ହକି ଏକାଡେମୀ ଏବଂ ସାଇ ଏକାଡେମୀ ୫-୦ ଗୋଲରେ ରାଉଣ୍ଡଗ୍ଲାସ ପଞ୍ଜାବ ହକି କ୍ଲବ ଏକାଡେମୀକୁ ହରାଇ ଦେଇଛି। ଜୁନିୟର ବିଭାଗରେ ଧ୍ୟାନଚାନ୍ଦ ହକି ଏକାଡେମୀ ୯-୧ ଗୋଲରେ ରାଜା କରନ ହକି ଏକାଡେମୀ, ଖାଲସା ହକି ଏକାଡେମୀ ଅମୃତସର ୯-୩ ଗୋଲରେ ସାଲ୍ୟୁଟ ହକି ଏକାଡେମୀ, ଘୁମାନହୀରା ରାଇଜର୍ସ ଏକାଡେମୀ ୪-୦ ଗୋଲରେ ରାଉଣ୍ଡଗ୍ଲାସ ପଞ୍ଜାବ ହକି କ୍ଲବ ଏକାଡେମୀ ଏବଂ ସାଇ ଏକାଡେମୀ ୬-୦ ଗୋଲରେ ଜୟଭାରତ ହକି ଏକାଡେମୀକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri