Posted inଖେଳ

ଜାତୀୟ ଜୁନିୟର ଏକାଡେମୀ ମହିଳା ହକି: ଏନ୍‌ଟିଏଚ୍‌ର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍‌ଜୁନିୟର ବିଭାଗରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଏନଟିଏଚ୍‌) ବିଜୟୀ ହୋଇଛି। ଗୁରୁବାର ଓଡ଼ିଶା ଦଳ ୮-୦ ଗୋଲରେ ଜୟ ଭାରତ ହକି ଏକାଡେମୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଟୁଟି ଇଲାନୀ ୨୨, ୩୭ ଓ ଅଧିନାୟିକା ମୁନମୁନି ଦାସ ୧୬ ଓ ୫୬ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିବାବେଳେ ଅସିମା ରାଉତ ୨ୟ, ପ୍ରିୟା ଟପ୍ପୋ ୩୪, ସନ୍ଦମ ବାବିରାନି ୯ମ ଓ ସୁପ୍ରିୟା ଗୁଜୁର ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରତିଯୋଗିତାରେ ଓଡ଼ିଶାର ଏହା କ୍ରମାଗତ ଦ୍ୱିତୀୟ ବିଜୟ। ବୁଧବାର ପ୍ରଥମ ମ୍ୟାଚରେ ଦଳ ମଧ୍ୟପ୍ରଦେଶ ହକି ଏକାଡେମୀକୁ ୫-୦ ଗୋଲରେ ପରାସ୍ତ କରିଥିଲା। ଦ୍ୱିତୀୟ ଦିବସରେ ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଅଲିମ୍ପିଆନ ବିବେକ ସିଂ ହକି ଏକାଡେମୀ ୧୧-୦ରେ ତାମିଲନାଡ଼ୁ ହକି ଏକାଡେମୀ, ମୁମ୍ବାଇ ସ୍କୁଲ୍ସ ସ୍ପୋଟର୍‌ସ ଆସୋସିଏଶନ ୭-୦ ଗୋଲରେ ଧ୍ୟାନ ଚାନ୍ଦ ହକି ଏକାଡେମୀ ଏବଂ ସାଇ ଏକାଡେମୀ ୫-୦ ଗୋଲରେ ରାଉଣ୍ଡଗ୍ଲାସ ପଞ୍ଜାବ ହକି କ୍ଲବ ଏକାଡେମୀକୁ ହରାଇ ଦେଇଛି। ଜୁନିୟର ବିଭାଗରେ ଧ୍ୟାନଚାନ୍ଦ ହକି ଏକାଡେମୀ ୯-୧ ଗୋଲରେ ରାଜା କରନ ହକି ଏକାଡେମୀ, ଖାଲସା ହକି ଏକାଡେମୀ ଅମୃତସର ୯-୩ ଗୋଲରେ ସାଲ୍ୟୁଟ ହକି ଏକାଡେମୀ, ଘୁମାନହୀରା ରାଇଜର୍ସ ଏକାଡେମୀ ୪-୦ ଗୋଲରେ ରାଉଣ୍ଡଗ୍ଲାସ ପଞ୍ଜାବ ହକି କ୍ଲବ ଏକାଡେମୀ ଏବଂ ସାଇ ଏକାଡେମୀ ୬-୦ ଗୋଲରେ ଜୟଭାରତ ହକି ଏକାଡେମୀକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ନେବାକୁ ନେଇ ମୁହଁ ଖୋଲିଲେ ରିଜ୍‌ଓ୍ୱାନ

କରାଚୀ,୨୦ା୪: ପାକିସ୍ତାନ ସିନିୟର ଉଇକେଟ୍‌କିପର ବ୍ୟାଟର ମହମ୍ମଦ ରିଜ୍‌ଓ୍ୱାନ କହିଛନ୍ତି, ବର୍ତ୍ତମାନ ଯଦିଓ ସେ ଫର୍ମ ଫେରିପାଇବାକୁ ସଂଘର୍ଷ ଚଳାଇଛନ୍ତି, ନିକଟରେ ଟି୨୦ କ୍ରିକେଟରୁ ତାଙ୍କର ଅବସର…

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କେକେଆର୍‌କୁ ଜିତାଇଲେ ରିଙ୍କୁ ସିଂ

କୋଲକାତା,୧୯ା୪: ସ୍ପିନରଙ୍କ ଯାଦୁଗରି ବୋଲିଂ ପରେ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ…

୨୦୨୭ ବିଶ୍ୱକପ୍‌ ପୂର୍ୱରୁ ବିସିସିଆଇର ବଡ଼ ନିଷ୍ପତ୍ତି: ଆଉ ବର୍ଷେ ମୁଖ୍ୟ ଚୟନକର୍ତ୍ତା ରହିବେ ଅଗରକର

ନୂଆଦିଲ୍ଲୀ,୧୯ା୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ନବୀକରଣ କରାଯାଇଛି। ସେ ଆସନ୍ତାବର୍ଷ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ।…

ଆସିଗଲା ନାମ! ସୂର୍ଯ୍ୟକୁମାର ଯାଦବଙ୍କ ପରେ, ଏହି ଖେଳାଳି ହେବେ ଟିମ ଇଣ୍ଡିଆର T20 ଅଧିନାୟକ

ନୂଆଦିଲ୍ଲୀ,୧୯।୪: ଭାରତୀୟ କ୍ରିକେଟ ଦଳର ନୂତନ T-20 ଅଧିନାୟକ କିଏ ହେବେ? ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ଛାଡିବା ପରେ – କିମ୍ବା ଯଦି ଭାରତୀୟ ଚୟନକର୍ତ୍ତାମାନେ…

ବିଦେଶୀ ଖେଳାଳିଙ୍କ ମୁଣ୍ଡରେ ଚମକିଲା ଅରେଞ୍ଜ କ୍ୟାପ, ବିରାଟ କୋହଲି ତାଲିକାରେ ସାମିଲ – ଜାଣନ୍ତୁ କିଏ ପର୍ପଲ କ୍ୟାପର ଦାବିଦାର

ନୂଆଦିଲ୍ଲୀ,୧୯।୪: IPL 2026ରେ, ଯେତେବେଳେ ଦଳଗୁଡ଼ିକ ଶୀର୍ଷ ଚାରିରେ ସ୍ଥାନ ପାଇବା ପାଇଁ ଏକ ଭୟଙ୍କର ଲଢ଼େଇରେ ଲିଡରବୋର୍ଡରେ ଅଛନ୍ତି, ବ୍ୟକ୍ତିଗତ ଖେଳାଳିମାନେ ସର୍ବାଧିକ ରନ କରି…

IPL 2026 Points Table: ଚେନ୍ନାଇ ବିପକ୍ଷରେ ବିଜୟ ପରେ ପଏଣ୍ଟ ଟେବୁଲରେ ଲମ୍ଫ ମାରିଲା ହାଇଦ୍ରାବାଦ,ବାଦ ପଡ଼ିବ କି ଏହି ଦଳ?ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୪: ଗତ ଶନିବାର, IPL 2026 ର ୨୭ତମ ଲିଗ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ…

ଅଗରକରଙ୍କ ବଡ଼ ସଫଳତା, BCCI ଦେବ ବଡ଼ ପୁରସ୍କାର!

ନୂଆଦିଲ୍ଲୀ,୧୯।୪: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri