Posted inଖେଳ

ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌: ୧୦୦ ମିଟର ଫାଇନାଲରେ ଅମିୟ

ଭୁବନେଶ୍ୱର,୨୬।୬: ପଞ୍ଜାବର ପଟିଆଲାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌। ନେତାଜୀ ସୁଭାଷ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଏସ୍‌ଏନ୍‌ଆଇଏସ୍‌)ଠାରେ ଆରମ୍ଭ ହୋଇଥିବା ଏହି ଆଥ୍‌ଲେଟିକ ମିଟ୍‌ରେ ଶ୍ରୀଲଙ୍କାର କେତେଜଣ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଇଭେଣ୍ଟର ପ୍ରଥମ ଦିବସରେ ଓଡ଼ିଶାର ତାରକା ପୁରୁଷ ଧାବକ ଅମିୟ ମଲିକ ୧୦୦ମିଟର ଦୌଡ଼ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଆୟୋଜିତ ଦୌଡ଼ରେ ସେ ୧୦.୫୦ ସେକେଣ୍ଡ ସମୟ ନେଇ ଫାଇନାଲକୁ ଉଠିଛନ୍ତି। ଭାରତର ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ସମେତ ହିମା ଦାସ, ଅନୁ ରାନୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଏହି ଇଭେଣ୍ଟ ମାଧ୍ୟମରେ ଅନ୍ତିମ ସୁଯୋଗ ପାଇବେ। ମହିଳା ରିଲେ ଦଳ ମଧ୍ୟ ଏହି ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରବର୍ତ୍ତୀ ମ୍ୟାଚ୍‌ରେ ଖେଳିବେ ଓ୍ବାର୍ନର, ନର୍ଟଜେ

ମୁମ୍ବାଇ,୬।୪: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ଗୁରୁବାର ହେବାକୁ ଥିବା ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନର ଏବଂ ପେସର ଅନରିଚ ନର୍ଟଜେ ଖେଳିବେ। ଏ ନେଇ ଦିଲ୍ଲୀ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପୁମାସ ୫ ଉଇକେଟରେ ବିଜୟୀ

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ବୁଧବାର ଅନୁଷ୍ଠିତ ପ୍ରଥମ...

ସାହାଣୀ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ : ଫାଇନାଲରେ ସୁନ୍ଦରଗଡ଼, କଟକ

ସୁନ୍ଦରଗଡ଼, ୧୩।୨ (ଡି.ଏନ୍‌.ଏ.) – ସୁନ୍ଦରଗଡ଼ଠାରେ ଚାଲିଥିବା ସାହାଣୀ କପ୍‌ ଫୁଟବଲ୍‌ର ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ବିଜୟୀ ହୋଇ ସୁନ୍ଦରଗଡ଼ ଓ କଟକ ଦଳ ଫାଇନାଲରେ...

ଅଶ୍ୱିନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୬: ଖୁବ୍‌ କମ୍‌ ମ୍ୟାଚ୍‌ରେ ୪୦୦ ଟେଷ୍ଟ ଉଇକେଟ ହାସଲ କରିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ବର୍ତ୍ତମାନ ସର୍ବଶ୍ରେଷ୍ଠ...

ଆର୍ଚରଙ୍କ ବର୍ଣ୍ଣବୈଷମ୍ୟ ଅଭିଯୋଗ: ପୋଲିସକୁ ତଦନ୍ତ ଭାର

ହାମିଲଟନ,୩।୧୨(ଏଏଫ୍‌ପି)- ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟବେଳେ ଜଣେ ଦର୍ଶକ ଭ୍ରମଣକାରୀ ଦଳର ପେସର ଜୋଫ୍ରା ଆର୍ଚରଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଭେଦଭାବ...

ବିବାଦକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କୋହଲି

ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ...

କ୍ରୀଡ଼ା ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ରେସଲରଙ୍କ ବୈଠକ ଶେଷ

ନୂଆଦିଲ୍ଲୀ,୧୯।୧: ଭାରତୀୟ କୁସ୍ତିରେ ହଠାତ୍‌ ଝଡ ସୃଷ୍ଟି ହୋଇଛି। ବିନେଶ ଫୋଗତ, ବଜରଙ୍ଗ ପୁନିଆ ସମେତ ପ୍ରାୟ ୩୦ ରେସଲର ରେସଲିଂ ଫେଡେରେସନ ଅଫ ଇଣ୍ଡିଆ...

ଲୋରେଟ୍‌ କପ୍‌ରେ ଭାଗନେଇ ଫେରିଲେ ଆର୍ଯ୍ୟନ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ମାସ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ପେନରେ ଅନୁଷ୍ଠିତ ‘ଲୋରେଟ୍‌ କପ୍‌’ ଇଣ୍ଟରନ୍ୟାଶନାଲ ହ୍ୟାଣ୍ଡବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶାର ଆର୍ଯ୍ୟନ ବ୍ରାହ୍ମିନ...

Advertisement
Archives

Model This Week