Posted inଖେଳ

ଟୋକିଓ ଅଲିମ୍ପିକ୍ସ: ବିନା ଦର୍ଶକରେ ଏବେ ସୁଦ୍ଧା ବିକଳ୍ପ ରହିଛି

ଟୋକିଓ, ୨୬ା୬ (ଏପି)-ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଏବେ ସୁଦ୍ଧା ବିକଳ୍ପ ପନ୍ଥା ରହିଛି। ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ଶୁକ୍ରବାର ପ୍ରକାଶ କରିଛନ୍ତି। ୪ଦିନ ପୂର୍ବେ ସେ ଘୋଷଣା କରିଥିଲେ ଯେ ଭେନ୍ୟୁଗୁଡ଼ିକରେ ସର୍ବାଧିକ ସ୍ଥାନୀୟ ୧୦, ୦୦୦ ଦର୍ଶକଙ୍କୁ ଅନୁମତି ରହିବ। ଇନ୍‌ଡୋର ଅବା ଆଉଟ୍‌ଡୋର ଇଭେଣ୍ଟ ହେଉ କୌଣସି ଭେନ୍ୟୁରେ ଦର୍ଶକଙ୍କ ସଂଖ୍ୟା ମୋଟ ଆସନ କ୍ଷମତାର ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ବିଦେଶୀ ଦର୍ଶକଙ୍କୁ ବାରଣ ନିଷ୍ପତ୍ତି ବହୁଦିନ ଆଗରୁ ନିଆଯାଇ ସାରିଥିଲା। ହାସିମୋତୋ କିନ୍ତୁ ଏଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି, ସମୟକୁ ସମୟ ପରିସ୍ଥିତିରେ ପରିବର୍ତ୍ତନ ଘଟୁଛି। ଆଗକୁ ଆବଶ୍ୟକ ସ୍ଥଳେ କୋହଳ ଅବା କଠୋର ହେବାକୁ ପଡ଼ିବ। ବିନା ଦର୍ଶକରେ ଗେମ୍ସ ଆୟୋଜନ ଅନ୍ୟତମ ବିକଳ୍ପ ବ୍ୟବସ୍ଥା ରହିଛି। ସଂକ୍ରମଣ ବୃଦ୍ଧି ପାଉଥିବା ଟୋକିଓ ମେଟ୍ରୋପଲିଟାନ ସରକାର ଗୁରୁବାର ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି। ଫଳତଃ ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦେବା ପ୍ରସଙ୍ଗରେ ଆୟୋଜକଗଣ ସାମାନ୍ୟ ପଛଘୁଞ୍ଚା ଦେଇଛନ୍ତି। ଗତ ସପ୍ତାହରେ ସଂକ୍ରମଣ ହାର ୧୧ ପ୍ରତିଶତ ବୃଦ୍ଧି ପାଇଛି। ଡେଲ୍‌ଟା ଭାରିଆଣ୍ଟ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି। ମହାମାରୀକୁ ନେଇ ଜାରି କରାଯାଇଥିବା ଜରୁରିକାଳୀନ ପରିସ୍ଥିତିର ଅବଧି ଜୁଲାଇ ୧୧ରେ ଶେଷ ହେବା ପରେ ଦର୍ଶକଙ୍କୁ ଅନୁମତି ପ୍ରଦାନ ସମ୍ପର୍କରେ ଆୟୋଜକଗଣ ଆଉଥରେ ବିଚାର କରିବେ। ଅଲିମ୍ପିକ୍ସରେ ଭାଗ ନେବା ଲାଗି ଗତ ସପ୍ତାହରେ ଉଗାଣ୍ଡାର ଏକ ଆଥ୍‌ଲେଟ ଦଳ ଜାପାନରେ ପହଞ୍ଚତ୍ଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେ ଡେଲ୍‌ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାଓ୍ବା ସୂଚନା ଦେଇଛନ୍ତି। ସଂକ୍ରମିତ ଜଣକ ଜଣେ କୋଚ୍‌ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri