Posted inଖେଳ

ଟୋକିଓ ଅଲିମ୍ପିକ୍ସ: ବିନା ଦର୍ଶକରେ ଏବେ ସୁଦ୍ଧା ବିକଳ୍ପ ରହିଛି

ଟୋକିଓ, ୨୬ା୬ (ଏପି)-ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଏବେ ସୁଦ୍ଧା ବିକଳ୍ପ ପନ୍ଥା ରହିଛି। ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ଶୁକ୍ରବାର ପ୍ରକାଶ କରିଛନ୍ତି। ୪ଦିନ ପୂର୍ବେ ସେ ଘୋଷଣା କରିଥିଲେ ଯେ ଭେନ୍ୟୁଗୁଡ଼ିକରେ ସର୍ବାଧିକ ସ୍ଥାନୀୟ ୧୦, ୦୦୦ ଦର୍ଶକଙ୍କୁ ଅନୁମତି ରହିବ। ଇନ୍‌ଡୋର ଅବା ଆଉଟ୍‌ଡୋର ଇଭେଣ୍ଟ ହେଉ କୌଣସି ଭେନ୍ୟୁରେ ଦର୍ଶକଙ୍କ ସଂଖ୍ୟା ମୋଟ ଆସନ କ୍ଷମତାର ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ବିଦେଶୀ ଦର୍ଶକଙ୍କୁ ବାରଣ ନିଷ୍ପତ୍ତି ବହୁଦିନ ଆଗରୁ ନିଆଯାଇ ସାରିଥିଲା। ହାସିମୋତୋ କିନ୍ତୁ ଏଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି, ସମୟକୁ ସମୟ ପରିସ୍ଥିତିରେ ପରିବର୍ତ୍ତନ ଘଟୁଛି। ଆଗକୁ ଆବଶ୍ୟକ ସ୍ଥଳେ କୋହଳ ଅବା କଠୋର ହେବାକୁ ପଡ଼ିବ। ବିନା ଦର୍ଶକରେ ଗେମ୍ସ ଆୟୋଜନ ଅନ୍ୟତମ ବିକଳ୍ପ ବ୍ୟବସ୍ଥା ରହିଛି। ସଂକ୍ରମଣ ବୃଦ୍ଧି ପାଉଥିବା ଟୋକିଓ ମେଟ୍ରୋପଲିଟାନ ସରକାର ଗୁରୁବାର ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି। ଫଳତଃ ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦେବା ପ୍ରସଙ୍ଗରେ ଆୟୋଜକଗଣ ସାମାନ୍ୟ ପଛଘୁଞ୍ଚା ଦେଇଛନ୍ତି। ଗତ ସପ୍ତାହରେ ସଂକ୍ରମଣ ହାର ୧୧ ପ୍ରତିଶତ ବୃଦ୍ଧି ପାଇଛି। ଡେଲ୍‌ଟା ଭାରିଆଣ୍ଟ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି। ମହାମାରୀକୁ ନେଇ ଜାରି କରାଯାଇଥିବା ଜରୁରିକାଳୀନ ପରିସ୍ଥିତିର ଅବଧି ଜୁଲାଇ ୧୧ରେ ଶେଷ ହେବା ପରେ ଦର୍ଶକଙ୍କୁ ଅନୁମତି ପ୍ରଦାନ ସମ୍ପର୍କରେ ଆୟୋଜକଗଣ ଆଉଥରେ ବିଚାର କରିବେ। ଅଲିମ୍ପିକ୍ସରେ ଭାଗ ନେବା ଲାଗି ଗତ ସପ୍ତାହରେ ଉଗାଣ୍ଡାର ଏକ ଆଥ୍‌ଲେଟ ଦଳ ଜାପାନରେ ପହଞ୍ଚତ୍ଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେ ଡେଲ୍‌ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାଓ୍ବା ସୂଚନା ଦେଇଛନ୍ତି। ସଂକ୍ରମିତ ଜଣକ ଜଣେ କୋଚ୍‌ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri