Posted inଜାତୀୟ

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ, ମାତ୍ର ୯୯ଟଙ୍କାରେ ଟିକେଟ୍‌ ମିଳିବ। ଜାତୀୟ ସିନେମା ଦିବସ ଥିବାରୁ ସିନେପ୍ରେମୀଙ୍କୁ ଏଭଳି ଏକ ନିଆରା ଅନୁଭୂତି ମିଳିଛି। ମଲ୍ଟିପ୍ଲେକ୍ଟ ଆସୋସିଏସନ ଅଫ ଇଣ୍ଡିଆ ତରଫରୁ ଆଜି ଏନେଇ ଘୋଷଣା କରାଯାଇଛି।

ଦେଶର ୪ହଜାରରୁ ଊଦ୍ଧର୍‌ବ ହଲ୍‌ରେ ସିନେମା ଦିବସ ପାଳନ ହେବାକୁ ଯାଉଛି। ଏଥିରେ ମଲ୍ଟିପ୍ଲେକ୍ସ ସମେତ ସିଙ୍ଗଲ ସ୍କ୍ରିନ ମଧ୍ୟ ସାମିଲ ହୋଇଛନ୍ତି। ଯେଉଁ ଟିକଟ ଦାମ ଅନ୍ୟଦିନରେ ୧୧୦ରୁ ନେଇ ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ସିନେମା ଦିବସ ଅବସରରେ ଶୁକ୍ରବାର ଗୋଟିଏ ଦିନ ପାଇଁ ଟିକଟ ଦାମ ୯୯ଟଙ୍କା ରଖାଯାଇଛି। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଅଗଣିତ ସିନେପ୍ରେମୀ।

ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହେବାକୁ ଯାଉଛି ହିନ୍ଦୀ ଫିଲ୍ମ ‘ଧାକ’, ‘ୟୁଧ’ ଓ ‘କାହାଁ ସୁରୁ କାହାଁ ଖତମ’। ପୂର୍ବରୁ ରିଲିଜ ହୋଇଥିବା ‘ସ୍ତ୍ରୀ-୨’, ‘ଦି ଗ୍ରେଟେଷ୍ଟ ଅଫ ଅଲ ଟାଇମ’, ‘ତୁମ୍ବାଡ’, ‘ଦ ବକିଙ୍ଗ ହାମ ମର୍ଡର୍ସ’, ‘ଏଆରଏମ’, ‘ଖେଲଖେଲ ମେଁ’ ସହ ଓଡ଼ିଆ ଫିଲ୍ମ ‘ଆଶ୍ରମ’ ଓ ‘ଆଇଲଭୟୁ-୨’ ହଲ୍‌ରେ ପ୍ରଦର୍ଶିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନବରଜରେ ଗୁଳିମାଡ଼ ଘଟଣାର ପର୍ଦ୍ଧାଫାଶ କଲା ପୋଲିସ, ପ୍ଲଟ୍‌ ବ୍ୟବସାୟରୁ ହୋଇଥିଲା ବିବାଦ

ଖୋର୍ଦ୍ଧା,୩।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାନବରଜ ଗ୍ରାମରେ ଗୁଳିକାଣ୍ଡ ମାମଲାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା…

ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ, ପ୍ରଲୋଭନ ଦେଖାଇ…

ରାଉରକେଲା,୩ା୮(ସଙ୍ଗୀତା ଜେନା): ସହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି। ରଘୁନାଥପାଲୀ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର…

ଏନ୍‌ଲିନୋ ପାଇଁ ସତର୍କ କଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର,୩।୮: ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ସୋମବାର ପ୍ରକାଶ କରିଛନ୍ତି। ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ।…

ଶ୍ରାବଣ ସୋମବାରରେ ତିନି ରାଜ୍ୟରୁ ଆସିଲେ ଭକ୍ତ, ସ୍ଥାନୀୟ ଯୁବକଙ୍କ ପକ୍ଷରୁ ନିଆଗଲା ବଡ଼ ପଦକ୍ଷେପ

କଲ୍ୟାଣସିଂହପୁର, ୩।୮(ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଐତିହାସିକ ଦେବଗିରି ଶୈବପୀଠ ଉତ୍ସବମୁଖର ହୋଇଉଠିଛି। ହାତୀ…

ମୁହଁ ଖୋଲିଲେ ଥଲାପତି ବିଜୟଙ୍କ ପୁଅ: କହିଲେ, ମୋ ବାପା ମୁଖ୍ୟମନ୍ତ୍ରୀ ହେବା ମୁହୂର୍ତ୍ତ …

ଚେନ୍ନାଇ,୩।୮:ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ବିଜୟ ପୁଅ ଜାସନ ସଞ୍ଜୟ ‘ସିଗ୍ମା’ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଡେବ୍ୟୁ ପୂର୍ବରୁ,ଜାସନ ତାଙ୍କର…

ନିଶାନ୍ତ ବାର ନ ଖୋଲିବା ପାଇଁ ତେଜିଲା ଦାବି: ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୩।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଓମ୍‌ ନଗର ପଡାରେ ନିଶାନ୍ତ ବାର ଖୋଲିବାକୁ ବହୁ ଚେଷ୍ଟା ଚାଲିଥିବାବେଳେ ଏହାକୁ ବିରୋଧ କରି କେସିଙ୍ଗା ସିଟିଜେନ…

ଭିତରେ ଶୋଇଥିଲେ ପରିବାର, ଲଗାଣ ବର୍ଷାରେ ଭାଙ୍ଗିଲା ଘର, ତା’ପରେ…

ରିଷିଡ଼ା,୩।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ଅବୁଜବାହଲ ଗ୍ରାମର କଲୋନୀ ପଡାର ନିଳକଣ୍ଠ ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ…

ଆସୁଛି ସବୁଠାରୁ ବଡ଼ ସଙ୍କଟ! ନୂଆ ଭବିଷ୍ୟବାଣୀକୁ ନେଇ ଥରହର ବିଶ୍ୱ

ବ୍ରାସିଲିଆ,୩।୮: ନିଜକୁ “ଜୀବନ୍ତ ନୋଷ୍ଟ୍ରାଡାମସ” କହୁଥିବା ୩୯ ବର୍ଷୀୟ ବ୍ରାଜିଲର ପାରାଲୋଜିଷ୍ଟ ଆଥୋସ ସାଲୋମ ଏକ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ୨୦୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri