Posted inଜାତୀୟ

ଜାତୀୟ ପୁରସ୍କାର ବିଜେତା ଅଭିନେତାଙ୍କ ପରଲୋକ: କରୋନାରେ ଥିଲେ ଆକ୍ରାନ୍ତ

ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ‘କୋର୍ଟ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲେଖକ, ଗାୟକ ତଥା ଅଭିନେତା ଭୀରା ସାଥିଦାରଙ୍କର ୬୧ ବର୍ଷରେ ପରଲୋକ ଘଟିଛି। ସୋମବାର ରାତିରେ ନାଗପୁରର ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୀରା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କର ମୃତ୍ୟୁ ଖବର ନେଇ ଫିଲ୍ମ ମେକର ନୀଲେଶ ଆମ୍ବେଦକର ଟୁଇଟ୍‌କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଜଣେ ଲେଖକ, କବି, ବିଚାରକ, ସାମାଜିକ କାର୍ଯ୍ୟକର୍ତ୍ତା, ବିଦ୍ରୋଦର ସମ୍ପାଦକ ତଥା ରାଷ୍ଟ୍ରୀୟ ପୁରସ୍କାର ବିଜେତା ଭୀର ସାଥିଦାରଙ୍କର ପରଲୋକ ଘଟିଛି।
୨୦୧୫ରେ ରିଲିଜ୍‌ ଫିଲ୍ମ ‘କୋର୍ଟ’ ପାଇଁ ଭୀର ଜାତୀୟ ପୁରସ୍କାର ପାଇଥିଲେ। ଖାଲି ସେତିକି ନୁହେଁ, ଏହି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଥିଲା। ଏଥିରେ ଭୀର ଜଣେ ବିଦ୍ରୋହୀ କାର୍ଯ୍ୟକର୍ତ୍ତା ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କୋଭିଡ୍‌ ପରିଚାଳନାରେ କେନ୍ଦ୍ର ବିଫଳ’

ନୂଆଦିଲ୍ଲୀ, ୧୮।୪(ପି.ଟି.): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୋଭିଡ୍‌ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବର୍ଷକର ପ୍ରସ୍ତୁତି ସତ୍ତ୍ୱେ ଦେଶବାସୀ ଏବେ ଅସୁରକ୍ଷିତ। ଦ୍ରୁତ ବେଗରେ...

ନ୍ୟାୟ ନ ମିଳିବାରୁ ସୁପ୍ରିମକୋର୍ଟ ଆଗରେ ଆତ୍ମହୁତି : ପୀଡ଼ିତାଙ୍କ ମୃତ୍ୟୁ

ଲକ୍ଷ୍ନୌ,୨୪।୮: ବିଏସ୍‌ପି ଏମ୍‌ପି ଅତୁଲ ରାଇଙ୍କ ବିରୋଧରେ ୨୦୧୯ରେ ବଳାତ୍କାର ଅଭିଯୋଗ ଆଣିଥିବା ପୂର୍ବ ଉତ୍ତରପ୍ରଦେଶର ୨୪ ବର୍ଷୀୟା ମହିଳାଙ୍କର ମଙ୍ଗଳବାର ଦିଲ୍ଲୀ ହସ୍ପିଟାଲରେ ମୃତ୍ୟୁ...

୧୪ମାସର ଶିଶୁ କରୋନା ପଜିଟିଭ୍‌

ଅହମଦାବାଦ,୬।୪: ଗୁଜରାଟ ଜାମନଗର ଜିଲାର ଦରେଡ ଗଁାରେ ଜଣେ ୧୪ମାସର ଶିଶୁ କରୋନା ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି। ଜାମନଗରରେ କରୋନା ଭାଇରସ୍‌ ସଂକ୍ରମଣର ଏହା...

ପାର୍ଟି ବଦଳିଲେ ଭାଜପା, ଏସ୍‌ପି ପ୍ରାର୍ଥୀ

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶରେ ନେତାଙ୍କ ଦଳ ବଦଳ ଜାରି ରହିଛି। ଏହି ଅବସରରେ ସମାଜବାଦୀ ପାର୍ଟି ବିଧାୟକ ସୁଭାଷ ରାୟ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ସେହିପରି...

ସିଭିଲ ସର୍ଭିସ ଆଶାୟୀଙ୍କୁ ଲାଠିମାଡ଼

ପାଟନା,୩୧।୮: ବିହାର ପବ୍ଲିକ୍‌ ସର୍ଭିସ କମିଶନ (ବିପିଏସ୍‌ସି) ପରୀକ୍ଷାରେ ନୂଆ ଫର୍ମାଟକୁ ବିରୋଧରେ କରି ବୁଧବାର ପାଟନାସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା...

କେରଳରେ ବଢି ଚାଲିଛି ଆନ୍ଥ୍ରାକ୍ସ

ଥିରୁଭାନନ୍ତପୁରମ,୩୦ ।୬: କେରଳରେ କୋଭିଡ ୧୯ ପୁଣିଥରେ ବଢି ଚାଲିଥିବା ବେଳେ ଇତିମଧ୍ୟରେ ଆନ୍ଥ୍ରାକ୍ସ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । କେରଳର...

ଓ୍ବେଲ ଡନ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧: ‘ଓ୍ବେଲଡନ ଇଣ୍ଡିଆ’। ସୋମବାର ଠାରୁ ଆରମ୍ଭ ହୋଇଥିବା କିଶୋରଙ୍କ ଟିକାକରଣ ଲାଗି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖି ଏଭଳି ଟୁଇଟ୍‌ କରିଛନ୍ତି କେନ୍ଦ୍ର...

ସ୍ମାର୍ଟ ଫୋନ କିଣି ନ ଦେବାରୁ ଜେଜେମାଙ୍କୁ ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର

ଆଗ୍ରା,୧୮।୪: ସ୍ମାର୍ଟ ଫୋନ କିଣି ନ ଦେବାରୁ ଜେଜେମାଙ୍କୁ ହତ୍ୟା କରିଛି ଜଣେ ୧୮ ବର୍ଷୀୟ ନାତି। ଅଭିଯୁକ୍ତ ଜଣେ ଦଶମ ଶ୍ରେଣୀର ଛାତ୍ର। ଅଭିଯୋଗ...

Advertisement
Archives

Model This Week