Posted inଖେଳ

କୋହଲିଙ୍କ ଏହି ପଦକ୍ଷେପ ଯୋଗୁ ନଟରାଜନଙ୍କ ଆଖିରେ ଆସିଯାଇଥିଲା ଲୁହ

ଚେନ୍ନାଇ,୨୫।୧: ଅଷ୍ଟ୍ରେଲିଆ ଗସ୍ତରେ କ୍ରିକେଟ୍‌ର ୩ଟି ଫର୍ମାଟରେ ଡେବ୍ୟୁ କରି ଇତିହାସ ରଚିଥିଲେ ଟି. ନଟରାଜନ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଗୋଟିଏ ଫର୍ମାଟରେ ସ୍ଥାନ ମିଳିବ ବୋଲି ଆଶା କରି ନ ଥିବା ନଟରାଜନ ୩ଟି ଫର୍ମାଟରେ ସ୍ଥାନ ପାଇ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଗୋଟିଏ ଗସ୍ତରେ ୩ଟି ଫର୍ମାଟରେ ସ୍ଥାନ ପାଇବାରେ ସେ ପ୍ରଥମ ଭାରତୀୟ କ୍ରିକେଟର୍‌ ହୋଇଥିଲେ। ଚମତ୍କାର ପ୍ରଦର୍ଶନ କରି ନିଜ ଗାଁ ସଲେମ ଜିଲାର ଚିନ୍ନାପାମପଟ୍ଟୀରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ନିକଟରେ ଏକ ସାକ୍ଷାତକାରରେ ନଟରାଜନ କହିଛନ୍ତି, ଦଳରେ ସ୍ଥାନ ପାଇବା ମୋ ପାଇଁ ସ୍ବପ୍ନ ଥିଲା, ଏତେ ଶୀଘ୍ର ୩ଟି ଫର୍ମାଟରେ ସ୍ଥାନ ପାଇବି କେବେ ଆଶା କରି ନ ଥିଲି। ମୋତେ କୋଚ ଏବଂ ସାଥୀ ଖେଳାଳି ସହଯୋଗ କରିଥିଲେ। ବିରାଟ କୋହଲି ଏବଂ ଅଜିଙ୍କେ ରାହାନେଙ୍କ ଅଧିନାୟିକତ୍ୱରେ ଖେଳିବା ଭଲ ଲାଗିଲା। ଦୁହେଁ ମୋତେ ଭଲ ଭାବରେ ସମ୍ଭାଳି ଥିଲେ। ଟି-୨୦ ସିରିଜ୍‌ ଜିତିବା ପରେ କୋହଲି ଯେତେବେଳେ ବିଜୟ ଟ୍ରଫି ମୋ ହାତରେ ଦେଇଥିଲେ ସେତେବେଳେ ମୁଁ ଭାବପ୍ରବଣ ହୋଇଯାଇଥିଲି। ମୋ ଆଖିରୁ ଲୁହ ଆସିଯାଇଥିଲା ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟଙ୍କୁ ହେୟ ମନେ କରିବା ଉଚିତ ନୁହେଁ : ଅଷ୍ଟ୍ରେଲିଆନ କୋଚ୍‌

ବ୍ରିସବେନ,୧୯।୧: ଚଳିତ ବର୍ଡର-ଗାଭାସ୍କର ସିରିଜ୍‌ରୁ ଗୋଟେ ଶିକ୍ଷା ପାଇଛୁ। ଭାରତୀୟ ଖେଳାଳିଙ୍କୁ କଦାପି ହେୟ ମନେ କରିବା ଉଚିତ ନୁହେଁ। ଭାରତଠାରୁ ୪ ମ୍ୟାଚ୍‌ ବିଶିଷ୍ଟ...

ପାକିସ୍ତାନ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଜଣେ ଭାରତୀୟ ଦର୍ଶକ

ଲଣ୍ଡନ,୨୪।୬: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଗତ...

ଦିନେ ରାଗରେ ଏମିତି କାମ କରିଦେଇଥିଲେ ରାହୁଲ ଦ୍ରାବିଡ

ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ରାହୁଲ ଦ୍ରାବିଡ ଆଜି ୪୯ ବର୍ଷରେ ପଦାର୍ପଣ କରିଚନ୍ତି। ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୪ ହଜାରରୁ ଅଧିକ...

ସ୍ବର୍ଣ୍ଣ ଜିତି ପାରନ୍ତି ଆଦିତି

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ଆଶା ଦେଇଛନ୍ତି ଗଲ୍ଫ ଖେଳାଳି ଆଦିତି ଅଶୋକ। ମହିଳା ବର୍ଗରେ ଆଦିତି ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେର...

ଏମ୍‌ଆଇ ବିଜୟୀ…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିଜୟ ହାସଲ...

ଯୁବରାଜଙ୍କ ଘରେ ପଶିଲା ବର୍ଷା ପାଣି; ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ, ୬।୮: ଲଗାଣ ବର୍ଷା କାରଣରୁ ଦେଶର ଅନେକ ସହରର ଅବସ୍ଥା ବେହାଲ୍‌ ହୋଇଯାଇଛି। ବିଶେଷ କରି ମୁମ୍ବାଇରେ ବର୍ଷା ଯୋଗୁ ସ୍ଥିତି ଅତି ଗମ୍ଭୀର...

ଛକା, ଚୌକା ବର୍ଷା ଭାଙ୍ଗିଲା ରେକର୍ଡ

ଆବୁଧାବି,୮।୧୦: ପ୍ଲେ-ଅପ୍‌ରେ ସ୍ଥାନ ପାଇବା ପାଇଁ ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ବିଶାଳ ସ୍କୋର ଛିଡ଼ା କରିବା ପାଇଁ ଦୃଢ଼ ମୂଳଦୁଆ ପକାଇଛି ମୁମ୍ବାଇ ଇଣ୍ଡିଆନ୍ସ।...

ପନ୍ତଙ୍କ ରିଭର୍ସ ସ୍ବିପ୍‌ର ଛକା ଦେଖି ଚକିତ ହେଲେ ପିଟରସନ୍‌, କହିଲେ କ୍ରିକେଟ ଇତିହାସର ଏହା…

ନୂଆଦିଲ୍ଲୀ,୧୩।୩: ଭାରତୀୟ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ଜବରଦସ୍ତ ଛକା ମାରିଥିଲେ। ବିଭିନ୍ନ ମହଲର କ୍ରିକେଟପ୍ରେମୀମାନେ ଏହାର...

Advertisement
Archives

Model This Week