ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବ୍ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ, ଏ ଏସ ଆଇ ତପନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଥାନା ଅଧିକାରୀ ଏହି ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ସଂପର୍କରେ କହିବା ସହ ଛାତ୍ରଜୀବନରେ ଖରାପ ସାଙ୍ଗ, ସାମୟିକ ପ୍ରଲୋଭନ କିମ୍ବା କୌତୁହଳବଶତଃ ନିଆଯାଇଥିବା ଏକ ଭୁଲ ପଦକ୍ଷେପ ସେମାନଙ୍କ ସମ୍ପୂର୍ଣ ଜୀବନକୁ ବିପଥଗାମୀ କରିପାରେ।

ତେଣୁ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଏ ସମସ୍ତ ପ୍ରକାରର ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଉପସ୍ଥିତ କଲେଜ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି। ନିଶାମୁକ୍ତ ସମାଜ ଗଠନ, ଆଇନଗତ ସଚେତନତା ଏବଂ ଯୁବପିଢ଼ିର ଦାୟିତ୍ଵ ସମ୍ପର୍କରେ ମଧ୍ୟ ଆଲୋଚନା କରଯାଇଥିଲା । ଉପସ୍ଥିତ ଛାତ୍ରୀଛାତ୍ର ନିଶାଦ୍ରବ୍ୟଠାରୁ ସର୍ବଦା ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଶପଥ ଗ୍ରହଣ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri