ମଙ୍ଗଳରୁ ଧୂଳି ସଂଗ୍ରହ କଲା ନାସା ରୋଭର

ଓ୍ବାଶିଂଟନ,୧୦।୧୨: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ଗ୍ରହକୁ ପଠାଇଥିବା ପର୍ସେଭେରାନ୍ସ ରୋଭର ଲାଲ୍‌ ଗ୍ରହ ପୃଷ୍ଠରୁ ଧୂଳି ନମୁନା ସଂଗ୍ରହ କରିଛି। ଡିସେମ୍ବର ୨ ଏବଂ ୬ରେ ଦୁଇଟି ନମୁନା ସଂଗ୍ରହ କରାଯାଇଥିବା ନାସାର ଜେଟ୍‌ ପ୍ରପଲ୍‌ଶନ ଲାବରେଟୋରି ପକ୍ଷରୁ କୁହାଯାଇଛି। ମଙ୍ଗଳ ପୃଷ୍ଠରେ ଜୀବସତ୍ତାର ସନ୍ଧାନ କରିବାରେ ଏହା ସହାୟକ ହୋଇପାରିବ। ପୂର୍ବରୁ ଉକ୍ତ ରୋଭର ଶିଳା ନମୁନା ସଂଗ୍ରହ କରିଥିବାବେଳେ ଏଥର ପବନରେ ଉଡ଼ୁଥିବା ବାଲିକଣା ଓ ଧୂଳି ଏକ କ୍ଷୁଦ୍ର ବାଲୁକା ସ୍ତୂପରୁ ସଂଗୃହୀତ ହୋଇଛି। ପୃଥିବୀକୁ ଆସିବା ପରେ ଏହି ନମୁନା ଉପରେ ବୈଜ୍ଞାନିକମାନେ ଶକ୍ତିଶାଳୀ ଉପକରଣ ଯୋଗେ ଗବେଷଣା କରିବେ ଏବଂ ମଙ୍ଗଳ ଗ୍ରହରେ ଅତୀତରେ ଜୀବସତ୍ତା ଥିଲା କି ନାହିଁ ତାହାର ଲକ୍ଷଣ ଖୋଜିବେ। ଏଥିରୁ ମଙ୍ଗଳ ଗ୍ରହର ଭୂତାତ୍ତ୍ୱିକ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଗବେଷକମାନେ ଜାଣିପାରିବେ। ମଙ୍ଗଳ ଅଭିଯାନରେ ଯିବାକୁ ଥିବା ମହାକାଶଚାରୀ ଆଗାମୀ ଦିନରେ ବିଭିନ୍ନ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବାରେ ଏହି ଗବେଷଣା ସହାୟକ ହେବ ବୋଲି କୁହାଯାଉଛି।
ପର୍ସେଭେରାନ୍ସର ରୋବୋ ଆର୍ମ ପୂର୍ବରୁ ମଙ୍ଗଳ ପୃଷ୍ଠରେ ଡ୍ରିଲ୍‌ କରି ଧୂଳି ନମୁନା ସଂଗ୍ରହ କରିଥିଲା। ଏଥର କଣ୍ଟା ଭଳି ଦେଖାଯାଉଥିବା ଏବଂ ଗୋଟିଏ ପଟେ କ୍ଷୁଦ୍ର ଛିଦ୍ର ଥିବା ସ୍ବତନ୍ତ୍ର ଡ୍ରିଲ୍‌ ଦ୍ୱାରା ହାଲୁକା ଧୂଳି ସଂଗ୍ରହ କରାଯାଇଛି। ଏହା ଉପରେ ଗବେଷଣା ଭବିଷ୍ୟତର ମଙ୍ଗଳ ମିଶନ ଲାଗି ନାସା ଇଞ୍ଜିନିୟରମାନଙ୍କୁ ଉପଯୁକ୍ତ ଉପକରଣ ଡିଜାଇନ କରିବାରେ ସହାୟକ ହେବ। ଏହି ଧୂଳିକଣା ମହାକାଶ ଯାନ ଏବଂ ବୈଜ୍ଞାନିକ ଉପକରଣକୁ କ୍ଷତିଗ୍ରସ୍ତ କରିଦେଇପାରେ। ଏହା ଉପକରଣଗୁଡ଼ିକର ସମ୍ବେଦନଶୀଳ ଅଂଶକୁ ଜାମ୍‌ କରିପାରେ ଏବଂ ମଙ୍ଗଳ ପୃଷ୍ଠରେ ରୋଭରର ଗତିକୁ ଧିମା କରିଦେଇପାରେ। ଏହିସବୁ ଚ୍ୟାଲେଞ୍ଜ ଉପରେ ବୈଜ୍ଞାନିକମାନେ ଗବେଷଣା କରିବେ ବୋଲି ନାସା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି...

ବନ୍ଦ ହେଲା ଇଣ୍ଟରନେଟ୍‌ ଏକ୍ସପ୍ଲୋରର

ଓ୍ବାଶିଂଟନ୍‌, ୧୬ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର୍‌ (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇବା ପରେ ବୁଧବାର ମଧ୍ୟ ରାତ୍ରିରେ ଅବସର...

ପାକିସ୍ତାନରେ ଏବେ ଏଚ୍‌ଆଇଭି ଭୟ

ରାଟୋଡରୋ,୧୭।୫: ଦକ୍ଷିଣ ପାକିସ୍ତାନର ଏକ ଗାଁରେ ପାଖାପାଖି ୪ଶହ ଲୋକ ଏଚ୍‌ଆଇଭିର ଶିକାର ହୋଇଥିବା ଜଣାପଡିଛି। ଜଣେ ଡାକ୍ତରଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା...

ମହାରାଣୀଙ୍କୁ ଶେଷ ବିଦାୟ, ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ବାଇଡେନ ଲେଖିଲେ ଆମେ ରାଣୀଙ୍କୁ କେବେ ଭୁଲିବୁ ନାହିଁ

ଲଣ୍ଡନ,୧୯ ।୯: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ତାଙ୍କର ଫ୍ୟୁନେରାଲ ସର୍ଭିସ ଆରମ୍ଭ ହୋଇଯାଇଛି । ୱେଷ୍ଟମିଂନଷ୍ଟରରେ ଡିନ ଡେଭିଡ ହୟାଲ...

ଭିଡିଓ ସେଲ୍‌ଫି ମାପିବ ରକ୍ତଚାପ

ଟରଣ୍ଟୋ: ରକ୍ତଚାପ ସମସ୍ୟା ରହିଥିଲେ ଆଉ ଚିନ୍ତା କରନ୍ତୁନାହିଁ। ଗବେଷକମାନେ ଏବେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ଟେକ୍‌ନୋଲୋଜି ଉପରେ ପରୀକ୍ଷା କରି ସଫଳତା ପାଇଛନ୍ତି। ଏଥିରେ...

ଜାତିସଂଘରୁ ବାଦ ପଡ଼ିଲା ରୁଷିଆ: ଭୋଟରୁ ନିବୃତ ରହିଲା ଭାରତ

ଜେନେଭା,୭।୪: ୟୁକେନ-ରୁଷିଆ ଯୁଦ୍ଧ ମଧ୍ୟରେ ମସ୍କୋକୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ମିଳିତ ଜାତିସଂଘର ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ ଅନୁଷ୍ଠିତ ହୋଇଥିବା ଭୋଟିଂ ପ୍ରକ୍ରିଆରେ...

ବିଗୁଡୁଛି ଭାରତ-ନେପାଳ ସମ୍ପର୍କ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୨ା୫: ନେପାଳ ଏହାର ନୂଆ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ସ୍ଥାନ ଦେଇଥିବାରୁ ଏହାକୁ ନେଇ ଦୁଇ ପଡୋଶୀ ଦେଶର ସମ୍ପର୍କରେ ତିକ୍ତତା ଦେଖାଦେଇ ଥିବାବେଳେ...

ଆମେରିକୀୟ ର଼୍ୟାପର୍‌ଙ୍କୁ ଗୁଳି କରି ହତ୍ୟା

ଓ୍ବାଶିଂଟନ୍‌, ୨ା୧୧: ଆମେରିକୀୟ ର଼୍ୟାପର୍‌ ଟେକ୍‌ଅଫ୍‌ଙ୍କୁ ମଙ୍ଗଳବାର ଗୁଳି କରି ହତ୍ୟା କରାଯାଇଛି। ଟେକ୍ସାସ୍‌ ହୋଷ୍ଟନ୍‌ରେ ଥିବା ବୋଲିଙ୍ଗ ଆଲିରେ ଡାଇସ୍‌ ଗେମ୍‌କୁ କେନ୍ଦ୍ର କରି...

Advertisement
Archives

Model This Week