ମଙ୍ଗଳରୁ ଧୂଳି ସଂଗ୍ରହ କଲା ନାସା ରୋଭର

ଓ୍ବାଶିଂଟନ,୧୦।୧୨: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ଗ୍ରହକୁ ପଠାଇଥିବା ପର୍ସେଭେରାନ୍ସ ରୋଭର ଲାଲ୍‌ ଗ୍ରହ ପୃଷ୍ଠରୁ ଧୂଳି ନମୁନା ସଂଗ୍ରହ କରିଛି। ଡିସେମ୍ବର ୨ ଏବଂ ୬ରେ ଦୁଇଟି ନମୁନା ସଂଗ୍ରହ କରାଯାଇଥିବା ନାସାର ଜେଟ୍‌ ପ୍ରପଲ୍‌ଶନ ଲାବରେଟୋରି ପକ୍ଷରୁ କୁହାଯାଇଛି। ମଙ୍ଗଳ ପୃଷ୍ଠରେ ଜୀବସତ୍ତାର ସନ୍ଧାନ କରିବାରେ ଏହା ସହାୟକ ହୋଇପାରିବ। ପୂର୍ବରୁ ଉକ୍ତ ରୋଭର ଶିଳା ନମୁନା ସଂଗ୍ରହ କରିଥିବାବେଳେ ଏଥର ପବନରେ ଉଡ଼ୁଥିବା ବାଲିକଣା ଓ ଧୂଳି ଏକ କ୍ଷୁଦ୍ର ବାଲୁକା ସ୍ତୂପରୁ ସଂଗୃହୀତ ହୋଇଛି। ପୃଥିବୀକୁ ଆସିବା ପରେ ଏହି ନମୁନା ଉପରେ ବୈଜ୍ଞାନିକମାନେ ଶକ୍ତିଶାଳୀ ଉପକରଣ ଯୋଗେ ଗବେଷଣା କରିବେ ଏବଂ ମଙ୍ଗଳ ଗ୍ରହରେ ଅତୀତରେ ଜୀବସତ୍ତା ଥିଲା କି ନାହିଁ ତାହାର ଲକ୍ଷଣ ଖୋଜିବେ। ଏଥିରୁ ମଙ୍ଗଳ ଗ୍ରହର ଭୂତାତ୍ତ୍ୱିକ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଗବେଷକମାନେ ଜାଣିପାରିବେ। ମଙ୍ଗଳ ଅଭିଯାନରେ ଯିବାକୁ ଥିବା ମହାକାଶଚାରୀ ଆଗାମୀ ଦିନରେ ବିଭିନ୍ନ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବାରେ ଏହି ଗବେଷଣା ସହାୟକ ହେବ ବୋଲି କୁହାଯାଉଛି।
ପର୍ସେଭେରାନ୍ସର ରୋବୋ ଆର୍ମ ପୂର୍ବରୁ ମଙ୍ଗଳ ପୃଷ୍ଠରେ ଡ୍ରିଲ୍‌ କରି ଧୂଳି ନମୁନା ସଂଗ୍ରହ କରିଥିଲା। ଏଥର କଣ୍ଟା ଭଳି ଦେଖାଯାଉଥିବା ଏବଂ ଗୋଟିଏ ପଟେ କ୍ଷୁଦ୍ର ଛିଦ୍ର ଥିବା ସ୍ବତନ୍ତ୍ର ଡ୍ରିଲ୍‌ ଦ୍ୱାରା ହାଲୁକା ଧୂଳି ସଂଗ୍ରହ କରାଯାଇଛି। ଏହା ଉପରେ ଗବେଷଣା ଭବିଷ୍ୟତର ମଙ୍ଗଳ ମିଶନ ଲାଗି ନାସା ଇଞ୍ଜିନିୟରମାନଙ୍କୁ ଉପଯୁକ୍ତ ଉପକରଣ ଡିଜାଇନ କରିବାରେ ସହାୟକ ହେବ। ଏହି ଧୂଳିକଣା ମହାକାଶ ଯାନ ଏବଂ ବୈଜ୍ଞାନିକ ଉପକରଣକୁ କ୍ଷତିଗ୍ରସ୍ତ କରିଦେଇପାରେ। ଏହା ଉପକରଣଗୁଡ଼ିକର ସମ୍ବେଦନଶୀଳ ଅଂଶକୁ ଜାମ୍‌ କରିପାରେ ଏବଂ ମଙ୍ଗଳ ପୃଷ୍ଠରେ ରୋଭରର ଗତିକୁ ଧିମା କରିଦେଇପାରେ। ଏହିସବୁ ଚ୍ୟାଲେଞ୍ଜ ଉପରେ ବୈଜ୍ଞାନିକମାନେ ଗବେଷଣା କରିବେ ବୋଲି ନାସା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri