ନାସାର ମୁଖ୍ୟ ପ୍ରଯୁକ୍ତିବିତ୍‌

ଏ ସି ଚରନିଆ

ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା) ପୃଥିବୀର ଅନ୍ୟାନ୍ୟ ମହାଶୂନ୍ୟ ଗବେଷଣା ସଂସ୍ଥାଠାରୁ ବହୁ ଆଗରେ ରହିଛି। ଏହାର ମୁଖ୍ୟ ପ୍ରଯୁକ୍ତିବିତ୍‌ଙ୍କ ଭୂମିକା ସର୍ବଦା ଗୁରୁତ୍ୱ ରଖିଥାଏ। ନିକଟରେ ଭାରତୀୟ-ଆମେରିକୀୟ ଭବ୍ୟ ଲାଲ୍‌ ଏହି ପଦବୀରୁ ଅବ୍ୟାହତି ନେବା ପରେ ଆଉ ଜଣେ ଭାରତୀୟ-ଆମେରିକୀୟ ଏ ସି ଚରନିଆ ସେଥିରେ ଅବସ୍ଥାପିତ ହୋଇଛନ୍ତି। କ୍ରମାଗତ ଦୁଇ ଜଣ ଭାରତୀୟ-ଆମେରିକୀୟ ନାସା ଭଳି ସଂସ୍ଥାରେ ମୁଖ୍ୟ ପ୍ରଯୁକ୍ତିବିତ୍‌ ଆସନରେ ଆସୀନ ହେବା ଗୌରବର କଥା। ବିଶ୍ୱବ୍ୟାପୀ ପ୍ରଯୁକ୍ତି କ୍ଷେତ୍ରରେ ଭାରତୀୟ ହୁଅନ୍ତୁ ବା ଭାରତୀୟ ବଂଶୋଦ୍ଭବଙ୍କ ଉତ୍କର୍ଷ ପ୍ରଦର୍ଶନ ନୂଆ ପିଢ଼ିକୁ ଆହୁରି ଭଲ କରିବା ଲାଗି ପ୍ରେରଣା ଯୋଗାଇବ।
ଭାରତୀୟ-ଆମେରିକୀୟ ଏରୋସ୍ପେସ୍‌ ବିଶେଷଜ୍ଞ ଏ ସି ଚରନିଆ ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ସେ ମଧ୍ୟ ଏମୋରି ୟୁନିଭର୍ସିଟିରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପ୍ରଯୁକ୍ତି ସହ ଅର୍ଥନୀତିରେ ଚରନିଆଙ୍କ ଜ୍ଞାନ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି। ନାସାରେ ଯୋଗଦେବା ପୂର୍ବରୁ ସେ ‘ରିଲାଏବଲ୍‌ ରୋବୋଟିକ୍ସ’ରେ ଭାଇସ୍‌-ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସାର୍ଟିଫାଏଡ୍‌ ଅଟୋନମସ୍‌ ଭେହିକିଲ୍ସକୁ କମର୍ସିଆଲ୍‌ ଏଭିଏଶନ୍‌ କରିବାରେ ରିଲାଏବଲ୍‌ ରୋବୋଟିକ୍ସ କାର୍ଯ୍ୟ କରିଥାଏ। ଚରନିଆ ମଧ୍ୟ ‘ବ୍ଲୁ ଅରିଜିନ୍‌’ ସହ ଜଡ଼ିତ ଥିଲେ। ସେଥିରେ ଲୁନାର ପର୍ମାନେନ୍ସ ଷ୍ଟ୍ରାଟେଜି, ବ୍ଲୁ ମୁନ୍‌ ଲୁନାର ଲାଣ୍ଡ୍‌ର ପ୍ରୋଗ୍ରାମ୍‌ ଏବଂ ନାସାରେ ହେଉଥିବା ବହୁବିଧ ପ୍ରଯୁକ୍ତି କାର୍ଯ୍ୟକ୍ରମରେ କାର୍ଯ୍ୟ କଲାବେଳେ ବହୁ ଅଭିଜ୍ଞତା ଅର୍ଜନ କରିଥିଲେ। ରିଚାର୍ଡ ବ୍ରାନ୍‌ସନଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଭର୍ଜିନ୍‌ ଗାଲାକ୍‌ଟିକ୍‌’ (ଏବେ ତାହା ଭର୍ଜିନ ଅର୍ବିଟ୍‌)ରେ ଚରନିଆଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଥିଲା। ନାସାର ଅଭିନବ ବିକଶିତ କାର୍ଯ୍ୟକ୍ରମ ହାଇ ସ୍ପିଡ୍‌ ପଏଣ୍ଟ-ଟୁ-ପଏଣ୍ଟ ଟ୍ରାନ୍ସପୋର୍ଟେଶନକୁ ଗତିଶୀଳ କରିବାରେ ତାଙ୍କ ଭୂମିକା ମଧ୍ୟ ସର୍ବାଗ୍ରେ ଥିଲା। ଏବେ ଚରନିଆ ନାସାର ମୁଖ୍ୟ ପ୍ରଯୁକ୍ତିବିତ୍‌ ହେବା ପରେ ସେ ଅନ୍ୟାନ୍ୟ ସରକାରୀ ସଂସ୍ଥା, ଘରୋଇ କ୍ଷେତ୍ର ଏବଂ ବୈଦେଶିକ ବ୍ୟାପାର ସହିତ ଯୋଗାଯୋଗ ରଖୁଥିବା ବିଭାଗ ସହ ପ୍ରଯୁକ୍ତିଭିତ୍ତିକ ସମ୍ବନ୍ଧ ସ୍ଥାପନ କ୍ଷେତ୍ରରେ କାର୍ଯ୍ୟ କରିବେ। ନାସାର ମୁଖ୍ୟାଳୟରେ ଟେକ୍ନୋଲୋଜି ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କିତ କାର୍ଯ୍ୟର ମୁଖ୍ୟ ଆଡ୍‌ମିନିଷ୍ଟ୍ରେଟର ବିଲ୍‌ ନେଲ୍‌ସନଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ଚରନିଆ କାର୍ଯ୍ୟ କରିବା ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ବିକଶିତ କରିଛି। ଚରନିଆଙ୍କ ନିଯୁକ୍ତିରେ ଭବ୍ୟ ଲାଲ୍‌ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ନାସାର ପ୍ରତ୍ୟେକଟି ମିଶନ୍‌ରେ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଅଭିନବତ୍ୱ କ୍ଷେତ୍ରରେ ନାସା ଆହୁରି ଅନେକ ପରୀକ୍ଷଣ କରି ବିଶ୍ୱ ସମ୍ମୁଖରେ ନେତୃତ୍ୱ ନେବାରେ ଲାଗିଛି। ଆଉ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ଚରନିଆଙ୍କ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ବେଶ୍‌ ସହାୟକ ହେବ ବୋଲି ଲାଲ୍‌ କହିଛନ୍ତି। ଚରନିଆ ନାସାର ଏଭଳି ଗୁରୁଦାୟିତ୍ୱ ବହନ କରିବା ଅବସରରେ କହିଛନ୍ତି, ସେ ସର୍ବଦା ପ୍ରଯୁକ୍ତି କ୍ଷେତ୍ରରେ ଥିବା ଆହ୍ବାନକୁ ସମ୍ମୁଖୀନ କରିବାକୁ ଚାହିଁଥାଆନ୍ତି। ଯେତେବେଳେ କୌଣସି ମିଶନ୍‌ରେ ଅଧିକ ଅସୁବିଧା ଭୋଗିବାକୁ ପଡ଼ିଥାଏ, ସେତେବେଳେ ସେ ତାହା ଉପରେ ଅହର୍ନିଶ ପରୀକ୍ଷଣ କରିଥାଆନ୍ତି; ଆଉ ତାହା ହିଁ ତାଙ୍କୁ ପରବର୍ତ୍ତୀ ସମୟରେ ସଫଳତା ଦେଇଥାଏ ବୋଲି ସେ କହିଛନ୍ତି। ବାସ୍ତବରେ ଚରନିଆଙ୍କ ପ୍ରଯୁକ୍ତି ଯାତ୍ରା ଯୁବ ପ୍ରଯୁକ୍ତିବିତ୍‌ଙ୍କୁ ଆଗକୁ ଯିବା ଲାଗି ଉତ୍ସାହିତ କରିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri