ଚନ୍ଦ୍ରକୁ ମଣିଷ ପଠାଇବ ନାସା

ଓ୍ବାଶିଂଟନ,୩ା୯: ଆମେରିକୀୟ ଗବେଷଣା ସଂସ୍ଥା ନାସା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ‘ନାସା’ର ସବୁଠାରୁ ଶକ୍ତିଶାଳୀ  ‘ରକେଟ ସ୍ପେଶ ଲଞ୍ଚ ସିଷ୍ଟମ’ ମାଧ୍ୟମରେ ଏହି ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ନାସା’ର ‘ଆର୍ଟିମିସ ମିଶନ’। ‘ଆର୍ଟିମିସ’ ହେଉଛି ୟୁନାନୀ ଦେବତା ଆପୋଲୋର ଯାଆଁଳା ଭଉଣୀ। ତେଣୁ ଏହି ମିଶନର ନାମ ‘ଆର୍ଟିମିସ’ ରଖାଯାଇଛି। ଆମେରିକୀୟମାନେ ଚନ୍ଦ୍ରକୁ ଦେବୀ ବୋଲି ମାନନ୍ତି। ଦୀର୍ଘ ୫୦ ବର୍ଷ ପରେ ‘ନାସା’ ଚନ୍ଦ୍ର ପୃଷ୍ଠକୁ ପୁନଃ ମାନବ ପ୍ରେରଣ କରିବ। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ଏହା ଲଞ୍ଚ କରାଯିବ।

ସୋମବାର ନାସା ଏହାକୁ ଫ୍ଲୋରିଡା ଉପକୂଳରେ ଥିବା କେନେଡି ସ୍ପେସ ସେଣ୍ଟରରୁ ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ରକେଟ ଇଞ୍ଜିନ ସମସ୍ୟା, ହାଇଡ୍ରୋଜେନ ଲିକ୍‌ ଏବଂ ଖରାପ ପାଗ ଭଳି ଅନେକ କାରଣରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ରକେଟର ୪ଟି ମୁଖ୍ୟ ଇଞ୍ଜିନ ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ରୂପେ ଥଣ୍ଡା ହେବାରେ ବିଫଳ ହେତୁ ନାସା ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲା। ପରିଚାଳକମାନେ କହିଛନ୍ତି, ସୋମବାରର ସମସ୍ୟା ପରେ ସେମାନେ ବର୍ତ୍ତମାନ ରକେଟକୁ ଇନ୍ଧନ ଦେବା ପ୍ରକ୍ରିୟାରେ ପରିବର୍ତ୍ତନ କରୁଛନ୍ତି।

ନାସା ଦ୍ୱାରା ନିର୍ମିତ ଏହି ରକେଟ୍‌ ୩୨୨ ଫୁଟ ଅର୍ଥାତ୍‌ (୯୮ ମିଟର) ଲମ୍ବ ଅଟେ। ଏହା ସହିତ କ୍ରୁ ବିନା ମହାକାଶଯାନ ଚନ୍ଦ୍ରରେ ଉତ୍‌କ୍ଷେପଣ କରାଯିବ। ଆର୍ଯ୍ୟନ ସ୍ପେଶ୍‌କ୍ରାଫ୍ଟ ପ୍ରାୟ ୪୨ଦିନ ଚନ୍ଦ୍ରରେ ପରୀକ୍ଷା କରବ। ୫୦ ବର୍ଷ ପରେ ନାସା ପୁନର୍ବାର ଚନ୍ଦ୍ରକୁ ମଣିଷ ପଠାଇବା ପାଇଁ ତିନି ପର୍ଯ୍ୟାୟ ‘ଆର୍ଟିମିସ’ ଅଭିଯାନ ଆରମ୍ଭ କରିଛି।

ଅଭିଯାନର ପ୍ରଥମ ପର୍ଯ୍ୟାୟରେ ସୋମବାର ଦିନ ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ ଏସ୍‌ଏଲ୍‌ଏସ ଏବଂ ଏହାର ସହଯୋଗୀ କ୍ୟାପସୁଲ ଓରିଅନ ନାମକ ଏକ ଲଞ୍ଚ ହେବାକୁ ଯାଉଛି। ବର୍ତ୍ତମାନ କ୍ୟାପସୁଲରେ ମହାକାଶଚାରୀଙ୍କ ସ୍ଥାନରେ ଏକ ଡମି ପଠାଯିବ। ଯଦି ମିଶନର ପ୍ରଥମ ପର୍ଯ୍ୟାୟ ସଫଳ ହୁଏ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ମହାକାଶଚାରୀଙ୍କୁ ପଠାଯିବ। କିନ୍ତୁ ସେମାନେ ଚନ୍ଦ୍ର ବୁଲାଇବା ପରେ ଫେରିବେ। ଏହା ପରେ ତୃତୀୟ ପର୍ଯ୍ୟାୟରେ ୨୦୨୫ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ପାଇଁ ଯୋଜନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri