Posted inଜାତୀୟ

ଭାଜପାରୁ ଦରମା ନେଇ ଏଏପି ପାଇଁ କାମ କରିବାକୁ କର୍ମୀଙ୍କୁ କହିଲେ କେଜରିଓ୍ବାଲ…

ଅହମଦାବାଦ, ୩।୯ : ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶାସକ ଦଳରେ ରହିଥିବାବେଳେ ଗୁଜରାଟର ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ନିବେଦନ କରିଛନ୍ତି। ଗୁଜରାଟ ଗସ୍ତର ଶେଷ ଦିନ ଶନିବାର ରାଜକୋଟରେ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି କେଜରିୱାଲ କହିଛନ୍ତି ଯେ ଭାଜପା କର୍ମୀମାନେ ଦଳରୁ ଦରମା ନେବା ରଖନ୍ତୁ, କିନ୍ତୁ ଭିତରୁ ସେମାନେ ଏଏପି ପାଇଁ କାମ କରନ୍ତୁ। କାରଣ ଆମ ପାଖରେ ଟଙ୍କା ନାହିଁ।

ଯଦି ଏଏପି ରାଜ୍ୟରେ କ୍ଷମତାକୁ ଆସିବ ତେବେ ସାଧାରଣ ଲୋକଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିର ଲାଭ ଭାଜପା କର୍ମୀମାନେ ମଧ୍ୟ ପାଇବେ। ଆମେ ଭାଜପା ନେତାମାନଙ୍କୁ ଆମ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁନାହୁଁ। ଭାଜପା ଏହାର ନେତାମାନଙ୍କୁ ରଖିପାରିବ।

ଭାଜପାର ଗାଁ, ବୁଥ ଏବଂ ତାଲୁକରେ ଥିବା କର୍ମୀମାନେ ବହୁ ସଂଖ୍ୟାରେ ଆମ ସହ ଯୋଗ ଦେଉଛନ୍ତି। ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଏତେ ବର୍ଷ ପରେ ମଧ୍ୟ ତାଙ୍କ ସେବା ବଦଳରେ ଭାଜପା ତାଙ୍କୁ କଣ ଦେଇଛି? କେଜରିୱାଲ କହିଛନ୍ତି ଯେ ଭାଜପା ଏହାର ଦଳୀୟ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣା ତଥା ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ମାଗଣା ବିଦ୍ୟୁତ ଭଳି ସୁବିଧା ପ୍ରଦାନ କରୁନାହିଁ, କିନ୍ତୁ ଆମ ଆଦମୀ ପାର୍ଟି ସେମାନଙ୍କ କଲ୍ୟାଣ ପାଇଁ ଯତ୍ନବାନ ହେବ। ରାଜ୍ୟରେ ଗ୍ରାମାଞ୍ଚଳର ପରିବାରର ମହିଳାମାନଙ୍କୁ ଭତ୍ତା ଭାବରେ ମାସକୁ ହଜାରେ ଟଙ୍କା ମଧ୍ୟ ଏଏପି ସରକାର ଦେବେ। ସେ ଭାଜପା କର୍ମୀଙ୍କୁ ଅପିଲ୍‌ କରିଛନ୍ତି ୨୭ ବର୍ଷ ଶାସନ ସତ୍ତ୍ୱେ ରାଜ୍ୟରେ ସାଧାରଣ ଜନତାଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

କେଜରିୱାଲ ନିକଟରେ ଆମ ଆଦମୀ ପାର୍ଟିର ଗୁଜରାଟ ୟୁନିଟ ସାଧାରଣ ସମ୍ପାଦକ ମନୋଜ ସୋରାଥିଆଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ ଉଠାଇଥିଲେ। ସେ ଆଶଙ୍କା ପ୍ରକଟ କରିଥିଲେ ଯେ ଏଏପିକୁ ସମର୍ଥନ କଲେ ଗୁଜରାଟବାସୀଙ୍କ ଉପରେ ଆହୁରି ଅନେକ ଆକ୍ରମଣ ହେବ। ମନୋଜ ସୋରାଥିଆଙ୍କ ଉପରେ ହୋଇଥିବା ଆକ୍ରମଣରୁ ଜଣାପଡିଛି ଯେ ଭାଜପା ନିରାଶ ହେବାରେ ଲାଗିଛି। କ’ଣ କରିବାକୁ ହେବ ବୁଝି ପାରୁନାହାଁନ୍ତି। ଭାଜପାକୁ ପରାଜୟ ଦେଖାଯିବା ଆରମ୍ଭ କରିଛି। ଆମ ଆଦମୀ ପାର୍ଟି କଂଗ୍ରେସ ନୁହେଁ । ଏଏପିକୁ ଶାସକ ଦଳ ଭୟଭୀତ କରିପାରିବ ନାହିଁ ବୋଲି କେଜରିଓ୍ବାଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri