ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା

ଭୁବନେଶ୍ୱର, ୮।୬(ବ୍ୟୁରୋ): ଆଠଗଡ଼ ଡିଭିଜନରେ ଐତିହ୍ୟ ପ୍ରାଣୀ ହାତୀ ଯେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ତାହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ବଡ଼ମ୍ବା ରେଞ୍ଜରେ ଦୁଇଟି ସ୍ଥାନରେ ଗତ ୨ ଓ ୩ ତାରିଖରେ ଲଗାତର ଦୁଇଦିନରେ ଦୁଇଟି ହାତୀଙ୍କ କଙ୍କାଳକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ମାଟିତଳୁ ଖୋଳି ଉଦ୍ଧାର କରିଥିଲା। ଖାଲି ସେତିକି ନୁହେଁ, ଗତ ଫେବୃୟାରୀ ୮ରେ ମଧ୍ୟ ଅନୁରୂପ ଭାବେ ଏସ୍‌ଟିଏଫ୍‌ ନରସିଂହପୁର ୱେଷ୍ଟ ରେଞ୍ଜର ବାଲିକିଆରୀ ସଂରକ୍ଷିତ ଜଙ୍ଗଲରୁ ଆଉ ଏକ ହାତୀର ଗଳିତ ମୃତଦେହ ଜବତ କରିଥିଲା। ସେହିଭଳି ୨୦୨୧ରେ ଏକ ହାତୀକୁ ବ୍ୟବଚ୍ଛେଦ ନ କରି ଲୁଣ ପକାଇ ପୋତା ହେଉଥିବା ଭିଡିଓ ଭାଇରାଲ ହେବା ପରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏସବୁ ଘଟଣାକୁ ନେଇ ଆଠଗଡ଼ ବନଖଣ୍ଡ ବିବାଦରେ ଥିବା ବେଳେ ନରସିଂହପୁର ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତା ଘୂରି ବୁଲୁଥିବାର ଘଟଣା ସାମ୍ନାକୁ ଆସିଛି।
ସୂଚନାନୁସାରେ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏ ନେଇ ମଙ୍ଗଳବାର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଅପରାହ୍ନ ୪ଟାରେ ବିଧାୟକ ମିଶ୍ର ଏକ ଆହତ ଦନ୍ତା ହାତୀ ବିଷୟରେ ପୋଷ୍ଟ କରିଥିଲେ ଏବଂ ତା’ର ୩ ଟି ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ବିଧାୟକ ମିଶ୍ର ଏହି ହାତୀଟି ଗୁଳିବଦ୍ଧ ହୋଇଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ। ସେ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଆହତ ହାତୀ ବିଷୟରେ ଅବଗତ କରାଇଥିବା ଏବଂ ଯଥାଶୀଘ୍ର ନନ୍ଦନକାନନରୁ ବିଶେଷଜ୍ଞ ପ୍ରାଣୀ ଡାକ୍ତର ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଖାଲି ସେତିକି ନୁହେଁ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମଧ୍ୟ ବିଧାୟକ ଅଫିସରମାନଙ୍କ ସ୍ତରରେ ଯାହା କିଛି ସମ୍ଭବ ହୋଇପାରିବ ସେ ସବୁ ସୁବିଧା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ବଡ଼ମ୍ବା ବିଧାୟକଙ୍କର ଏହି ଫେସବୁକ ପୋଷ୍ଟ ପରେ ଘଟଣା ଏବେ ଚାରିଆଡ଼େ ବ୍ୟାପିଯାଇଛି। ଏଥିସହିତ ଆଠଗଡ଼ ବନଖଣ୍ଡ ପୁଣି ଲଜ୍ଜିତ ହୋଇଛି। ବାରମ୍ବାର ହାତୀ ଶିକାର ଘଟଣା ଆଠଗଡ଼ ବନଖଣ୍ଡର ନିଷ୍କ୍ରିୟତାକୁ ପଦାରେ ପକାଉଛି। ଏ ନେଇ ପିସିସିଏଫ୍‌ ବନ୍ୟପ୍ରାଣୀ ଶଶୀ ପଲ କହିଛନ୍ତି, ହାତୀର ଚିକିତ୍ସା ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ତେବେ ଗୁଳି ବାଜିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ପିସିସିଏଫ୍‌ ବିଧାୟକଙ୍କ ପୋଷ୍ଟରେ ମଧ୍ୟ କମେଣ୍ଟ ଦେଇ ହାତୀର ଚିକିତ୍ସା ବିଷୟରେ ଅବଗତ କରାଇଛନ୍ତି। ସୋମବାରଠାରୁ ହାତୀର ଚିକିତ୍ସା ହେଉଛି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣର ପ୍ରାଣୀ ଚିକିତ୍ସକଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଅନୁଗୋଳ ଆର୍‌ସିସିଏଫ୍‌ ଏହାର ମନିଟରିଂ କରୁଛନ୍ତି ବୋଲି ପିସିସିଏଫ୍‌ କମେଣ୍ଟରେ ଲେଖିଛନ୍ତି। ସେପଟେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଣେ ବିଧାୟକ ସ୍ବର ଉତ୍ତୋଳନ କରିଥିବାରୁ ଅନେକ ବନ୍ୟପ୍ରାଣୀ କର୍ମୀ ଏନେଇ ବିଧାୟକ ମିଶ୍ରଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ଘଟଣାରେ ବିଧାୟକଙ୍କ ପୋଷ୍ଟର ଉଦ୍ଦେଶ୍ୟ ଯାହା କିଛି ବି ହେଇଥାଉ ନା କାହିଁକି, ରାଜ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଶୁଭେନ୍ଦୁ ଆହୁରି ମଧ୍ୟ କହିଛନ୍ତି, ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ବିଧାୟକ ବା ଅନ୍ୟ ଜନ ପ୍ରତିନିଧିମାନେ ଯେଉଁଭଳି ଭାବେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି, ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ ତାହା ରାଜ୍ୟରେ ଦେଖାଯାଏ ନାହିଁ। ବଡ଼ମ୍ବା ବିଧାୟକଙ୍କ ଏହି କାମ ଇତିହାସ ସୃଷ୍ଟି କଲା, ଯାହାକି ଅନ୍ୟ ରାଜନେତାଙ୍କ ଉପରେ ପ୍ରଭାବ ପକାଇବ। ବାରମ୍ବାର ହାତୀ ଅସୁରକ୍ଷିତ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ବନ ବିଭାଗ ଚୂପ୍‌ ବସିଥିଲା। କିନ୍ତୁ ବିଧାୟକଙ୍କ ପୋଷ୍ଟରେ ପିସିସିଏଫ ଭୟ କରି କମେଣ୍ଟ ଦେବାକୁ ବାଧ୍ୟହେଲେ। ଏହାପରେ ଡିଏଫ୍‌ଓମାନେ ଆପେ ବାଟକୁ ଆସିଯିବେ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri