Posted inଜାତୀୟ

ମନମୋହନ ସିଂଙ୍କ ସରକାର ସମୟରେ ଅଟକି ଯାଇଥିଲା ଭାରତ: ନାରାୟଣ ମୂର୍ତ୍ତି

ଅହମଦାବାଦ,୨୪ ।୯: ଭାରତରେ ଆଇଟି କ୍ଷେତ୍ରରେ ନାମୀ କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ଏନ ଆର ନାରାୟଣ ମୂର୍ତ୍ତି ଶୁକ୍ରବାର କହିଛନ୍ତି କି କଂଗ୍ରେସ ଅନୁଗାମୀ ୟୁପିଏ ସରକାର ସମୟରେ ଭାରତର ଆର୍ଥିକ ଗତିବିଧି ଠପ ହୋଇଯାଇଥିଲା । ଏହାସହ ସେ କହିଛନ୍ତି ମନମୋହନ ସିଂଙ୍କ ସରକାର ସମୟରେ କୌଣସି ନିଷ୍ପତ୍ତି ନିଆଯାଉ ନ ଥିଲା ।
ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଅହମଦାବାଦରେ ଯୁବ ଉଦ୍ଦ୍ୟୋଗି ଓ ଛାତ୍ରଙ୍କ ସହ କଥା ହେବା ସମୟରେ ସେ ଭାରତୀୟ ଯୁବବର୍ଗ ଉପରେ ଭରସା କରି କହିଛନ୍ତି, ଯୁବବର୍ଗ ମୁଣ୍ଡ ଖଟାଇଲେ ଚାଇନା ଭଳି ବିକାଶଶୀଳ ଦେଶ ହାଇପାରିବ ଭାରତ । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଁ ଲଣ୍ଡନରେ (୨୦୦୮ ଓ ୨୦୧୨ ମଧ୍ୟରେ) ଏଚଏସବିସିର ବୋର୍ଡରେ ଥିଲି । ପ୍ରଥମ କିଛି ବର୍ଷରେ ଯେତେବେଳେ ବୋର୍ଡରୁମ(ବୈଠକ ସମୟରେ) ଦୁଇ ତିନି ଥର ଚାଇନାର ଉଲ୍ଲେଖ କରାଯାଇଥିଲା ସେତେବେଳେ ଭାରତର ନାମ ଗୋଟିଏ ଥର ନିଆଯାଇଥିଲା । ହେଲେ ଦୁର୍ଭଗ୍ୟର କଥା ପରେ କ’ଣ ହେଲା ମୁଁ ଜାଣି ନାହିଁ । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରତି ମୋର ସମ୍ମାନ ରହିଛି ସେ ଜଣେ ଅସାଧାରଣ ବ୍ୟକ୍ତି । କିନ୍ତୁ ତାଙ୍କ ସମୟରେ ଭାରତ ଯେମିତି ଅଟକି ଯାଇଥିଲା, ନିଷ୍ପତ୍ତି ନିଆଯାଉ ନ ଥିଲା । ମୁଁ ୨୦୧୨ରେ ଏଚଏସବିସି ବୋର୍ଡ ଛାଡିଲି ହେଲେ ଭାରତର ନାମ ହୁଏତ ଥରେ ବି ନିଆଯାଇ ନ ଥିଲା । ଯେଉଁଠି ଚାଇନାର ନାମ ୩୦ ଥର ନିଆଯାଇଥିଲା ।
ଏବେ କିନ୍ତୁ ସମୟ ବଦଳିଛି । ଏନଡିଏ ସରକାର ସମୟରେ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଭାଜପା ନେତୃତ୍ୱ ସରକାର ମେକ ଇନ ଇଣ୍ଡିଆ , ଷ୍ଟାର୍ଟଅପ ଇଣ୍ଡିଆ ଯୋଜନାରେ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ହାସଲ କରିବାକୁ ସାହାଯ୍ୟ କରିଛି । ଏବେ ଭାରତ ବିଶ୍ୱରେ ୫ମ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଦେଶ ହୋଇପାରିଛି ।
ଦେଶର ଯୁବବର୍ଗଙ୍କ ଉପରେ ଭରସା କରି ନାରାୟଣ ମୂର୍ତ୍ତି କହିଛନ୍ତି, ଆପଣମାନେ ଚାହିଁଲେ ଦେଶ ଚାଇନା ଭଳି ବିକାଶଶୀଳ ହୋଇ ପାରିବ । ମାତ୍ର ୪୪ ବର୍ଷରେ ଚାଇନା ଭାରତକୁ ପଛକୁ ପକାଇ ଦେଇଛି । ଭାରତଠାରୁ ତା’ର ଅର୍ଥବ୍ୟବସ୍ଥା ୬ ଗୁଣା ବୃଦ୍ଧି ହୋଇଛି । ତେଣୁ ଦେଶକୁ ଆଗକୁ ବଢିବାକୁ ହେଲେ ଯୁବଶକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri