କଳା ହେଉଛି ଏକ ଦୁଇଧାରିଆ ଖଣ୍ଡା

ପିଲାଟିଦିନରୁ ପାରମ୍ପରିକ ନୃତ୍ୟଗୀତରେ ଅଭିନୟ କରିବାର ରୁଚି ଥିଲା। ପରେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରେ ସ୍କଲାରଶିପ୍‌ ପାଇ ପାଠ ପଢ଼ିଲେ। ‘ଅନ୍ବେଷଣ’ ନାମକ ଏକ ନାଟ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ବହୁ କଳାକାରଙ୍କୁ ନାଟ୍ୟଶିକ୍ଷାରେ ତାଲିମ ଦେଲେ। ଜଣେ ସଫଳ ନାଟ୍ୟକାର, ସଂଳାପକାର, ଅଭିନେତା, ନିର୍ଦ୍ଦେଶକ, ପ୍ରଶିକ୍ଷକ ଓ ସିନେମା ନିର୍ମାତା ଭାବେ ପରିଚୟ ସୃଷ୍ଟି କଲେ। ସେ ହେଲେ ନାରାୟଣ ପତି। ଦୂରଦର୍ଶନରେ ତାଙ୍କ ଦ୍ୱାରା ପ୍ରାୟୋଜିତ ପ୍ରଥମ ଓଡ଼ିଆ ଧାରାବାହିକ ‘ପଥର ପଡ଼ିଲେ ସହି’ ଏବଂ ‘ଟୋକେଇ’ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା। ଓଡ଼ିଆ ସିନେମା ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ରେ ତାଙ୍କର ଅଭିନୟ ବେଶ୍‌ ମନଛୁଆଁ ହୋଇଥିଲା।
ନାରାୟଣ ପତିଙ୍କ ଜନ୍ମ ୧୩ ଏପ୍ରିଲ, ୧୯୫୩ ମସିହାରେ। ମାତା ଚାରୁଲତା ପତି ଏବଂ ପିତା ବଳରାମ ପତି। ଘର ଯାଜପୁର ଟାଉନର ପ୍ରୀତିପୁର ଗାଁରେ। ସେ କୁହନ୍ତି, ‘ମୋ ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ସେତେବେଳେ ବ୍ରିଟିଶ ସରକାରଙ୍କଠାରୁ ସ୍କଲାରଶିପ ପାଇ ରେଭେନ୍ସ୍‌ା କଲେଜିଏଟ ସ୍କୁଲରେ ପଢୁଥିଲେ। ଶେଷବର୍ଷ ପଢ଼ା ଅଧାରୁ ଛାଡ଼ି ଗାନ୍ଧିଜୀଙ୍କ ସାଥିରେ ଯୋଗଦେଇଥିଲେ। ଘରେ ଆମେ ଦୁଇଭାଇ ଓ ୫ ଭଉଣୀ। ମୋର ପ୍ରୀତିପୁର ପ୍ରାଥମିକ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। ପିଲାଟିଦିନରୁ ପାଲାକୁ ଭାରି ଭଲ ପାଉଥିଲି। କଲେଜ ପଢା ସରିବା ପରେ ଅଭିନୟରେ ଅଧିକ ସୁଯୋଗ ଆଶାରେ ୧୯୭୫ରେ କଟକ ଆସିଲି। ଏଠାରେ ପ୍ରଫେସର କାର୍ତ୍ତିକ ରଥଙ୍କ ନାଟକ ଗ୍ରୁପ୍‌ ଏବଂ ଜନତା ରଙ୍ଗମଞ୍ଚରେ ଅଭିନୟ କଲି। ଏଇଠି ଆସି ଜାଣିଲି ଅଭିନୟ ପାଇଁ ପାଠ ପଢା ହୁଏ। ତେଣୁ ମୁଁ ବି ସଙ୍ଗୀତ ମହାବିଦ୍ୟାଳୟରେ ୨ ବର୍ଷୀୟା ଆକ୍ଟିଂ କୋର୍ସରେ ନାମ ଲେଖାଇଲି। ପ୍ରଥମ ବର୍ଷ ପରେ ଯେଉଁ ଦ୍ୱିତୀୟ ବର୍ଷକୁ ଯିବା କଥା ତାହା ମୋର ହେଲାନାହିଁ। କାରଣ ମୋତେ ଫେଲ୍‌ କରିଦେଲେ। ତା’ପରେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରେ ଯାଇ ପଢ଼ିଲି। ସେଠାରେ ସର୍ବଭାରତୀୟ ସ୍ତରରେ ୬ଷ୍ଠ ସ୍ଥାନ ରଖି ସ୍କଲାରଶିପ୍‌ ପାଇଲି। ସେବେଠାରୁ ବିଧିବଦ୍ଧଭାବେ ନାଟକରେ ଅଭିନୟ କରିଚାଲିଲି। ୧୯୮୨ରେ ‘ଅନ୍ବେଷଣ’ ନାମକ ଏକ ନାଟ୍ୟାନୁଷ୍ଠାନ ଗଢ଼ିଥିଲି। ୧୯୮୫ମସିହାରେ କେନ୍ଦ୍ର ସଙ୍ଗୀତନାଟକ ଏକାଡେମୀ କୋଲ୍‌କାତାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନାଟକ ମହୋତ୍ସବରେ ‘ଅନ୍ବେଷଣ’ କଳାକାରମାନଙ୍କ ଦ୍ୱାରା ‘ମୁକ୍ତିପଥ’ ନାଟକ ପରିବେଷଣ କରି ବହୁ ପ୍ରଶଂସିତ ହୋଇଥିଲୁ। ଇଷ୍ଟର୍ନ ଜୋନ୍‌ର ପ୍ରାୟ ୬ଟି ରାଜ୍ୟ ମଧ୍ୟରେ ଆମ ଅନ୍ବେଷଣର ନାଟକ ‘ମୁକ୍ତିପଥ’ ଦିଲ୍ଲୀ ଯିବାକୁ ମନୋନୀତ ହୋଇଥିଲା। ସମୟକ୍ରମେ ଏକାଧିକ ନାଟକ ମଞ୍ଚସ୍ଥ କଲୁ। ତେବେ କଳା ହେଉଛି ନିଃସ୍ବାର୍ଥପର ସେବା। ଯଦି ଜଣେ କଳାକାର ନିଜ ସ୍ବାର୍ଥ ପାଇଁ ପ୍ରଚାର କରେ, ତେବେ ଏଥିରେ କଳାର ପ୍ରକୃତ ରୂପ ସାଧିତ ହୁଏନାହିଁ ବରଂ ତାହା ବିକଳାଙ୍ଗ ହୁଏ। ଆଜିକାଲି ସମସ୍ତେ ଚାହାନ୍ତି କିପରି ସହଜରେ ସବୁକିଛି ମିଳିଯାଉ। କଳା ସାଧନା ଲାଗି ଅନେକେ କଷ୍ଟ କରିବାକୁ ପସନ୍ଦ କରୁନାହାନ୍ତି। ମୋର ମନେ ଅଛି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଡାକମୁନ୍‌ସୀ ଗଳ୍ପକୁ ନାଟକ ଭାବେ ଶିଖିବାକୁ ପ୍ରାୟ ୮ମାସ ସମୟ ଲାଗିଥିଲା। ତେବେ କଳାକାରଙ୍କ ଉନ୍ନତ ଚିନ୍ତାଧାରା ହିଁ କଳାକୁ ବିକଶିତ କରିଥାଏ। ସେହିପରି ମୋର ଆଉ ଏକ ଚଳଚ୍ଚିତ୍ର ‘ବୋଉର ହାତବାକ୍ସ’ରେ ଓଡ଼ିଆର ମୌଳିକତା ରହିଥିବାରୁ ତାହା ବେଶ୍‌ ହୃଦୟସ୍ପର୍ଶୀ ହୋଇପାରିଛି। ସୁଦୂର ଲଣ୍ଡନରେ ଏହା ଖୁବ୍‌ ଲୋକପ୍ରିୟତା ହାସଲ କରିଛି। ଆଉ ଗୋଟିଏ କଥା ମନେପଡ଼ୁଛି ୧୯୮୩ ମସିହାର ଘଟଣା। ସେତେବେଳେ ଓଡ଼ିଶାରେ ଟାଉନ୍‌ ବସ୍‌ର ଭଡ଼ା ବଢ଼ିଯିବାରୁ ଭୁବନେଶ୍ୱରର କେତେକ ଛକ ସ୍ଥାନରେ ‘ପ୍ରତିବାଦ’ ନାମକ ଏକ ନାଟକ ପରିବେଷଣ କରିଥିଲୁ। ପୁଣି ସେତେବେଳେ ପାରାଦୀପରେ ଶ୍ରମିକଙ୍କ ଗଣହତ୍ୟାକୁ ନେଇ ପଥପ୍ରାନ୍ତ ନାଟକ ‘ଗଣହତ୍ୟା’ ଚହଳ ସୃଷ୍ଟି କରିଥିଲା। ଏଥିରେ ଯେଉଁ କଳାକାର ପୋଲିସ ଅଭିନୟ କରୁଥିଲେ, ତାଙ୍କୁ ସତ ପୋଲିସ ଭାବି ଜଣେ ଦର୍ଶକ ତାଙ୍କ ଉପରକୁ ପଥର ଧରି ଫୋପାଡିବାକୁ ଉଦ୍ୟମ କରୁଥିବାର ଜାଣିପାରି ସେଠାରେ ତାଙ୍କୁ ବୁଝାଇଥିଲି ଯେ ଏଠି ନାଟକ ହେଉଛି। ସେମାନେ ସବୁ କଳାକାର, ସତ ପୋଲିସ ନୁହନ୍ତି।
ମୋ ମତରେ କଳା ହେଉଛି ଏକ ଦୁଇଧାରିଆ ଖଣ୍ଡା! କଳା ମଣିଷକୁ ମଣିଷ କରିପାରେ ଏବଂ ଅମଣିଷ ବି କରିପାରେ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?